Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତରେ ଜରୁରୀକାଳୀନ ପରିସ୍ଥିତି
ଜାତୀୟ ଖବର

ଭାରତରେ ଜରୁରୀକାଳୀନ ପରିସ୍ଥିତି

June 25, 2025No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ୨୫ ଜୁନ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ସମ୍ବିଧାନର ୩୫୨ ଧାରା ଅନୁସାରେ ଏକ ଜରୁରୀକାଳୀନ ପରିସ୍ଥିତି ଅଧିନରେ ରହିଥିଲା।

ଜରୁରୀକାଳୀନ ପରିସ୍ଥିତି ପୂର୍ବ ଘଟଣାକ୍ରମ:

ସତୁରୀ ଦଶକର ପ୍ରାରମ୍ଭରେ, ତତକାଳୀନ ସରକାରଙ୍କ ବିରୋଧରେ ବିରୋଧ ତୀବ୍ର ହୋଇଥିଲା। ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ବିହାର ଏବଂ ଗୁଜରାଟରେ ରାଜନୈତିକ ପ୍ରତିବାଦ ଜୋର ଧରିଥିଲା। ସେହିପରି ଛାତ୍ର ଆନ୍ଦୋଳନ, ବେକାରୀ, ଦରଦାମ ବୃଦ୍ଧି ଓ ଦୁର୍ନୀତି ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଥିଲା। ୧୨ ଜୁନ୍ ୧୯୭୫ରେ, ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଗମୋହନ ଲାଲ ସିହ୍ନା ରାୟ ଦେଇଥିଲେ ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୧ ଲୋକସଭା ନିର୍ବାଚନ ପ୍ରଚାରବେଳେ ସରକାରୀ କଳର ଅପବ୍ୟବହାର କରିଥିଲେ। ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୧ ଅନୁଯାୟୀ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଛଅ ବର୍ଷ ପାଇଁ କୌଣସି ନିର୍ବାଚିତ ପଦରେ ରହିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ।

ଏହି ମାମଲାଟି ରାୟବରେଲିରେ ଶ୍ରୀମତୀ ଗାନ୍ଧୀଙ୍କଠାରୁ ପରାସ୍ତ ହୋଇଥିବା ସମାଜବାଦୀ ନେତା ରାଜନାରାୟଣଙ୍କ ଦ୍ୱାରା ଦାୟର କରାଯାଇଥିଲା। ତାଙ୍କର ଏହି ମାମଲା ଯୋଗୁଁ ଏହି ଐତିହାସିକ ରାୟ ଆସିଥିଲା। ପରେ ସୁପ୍ରିମକୋର୍ଟ ଏହି ରାୟ ଉପରେ ଏକ ସର୍ତ୍ତମୂଳକ ସ୍ଥଗିତାଦେଶ ପ୍ରଦାନ କରିଥିଲେ ଯେ ଶ୍ରୀମତୀ ଗାନ୍ଧୀ ପ୍ରଧାନମନ୍ତ୍ରୀ ରହିପାରିବେ ଓ ସଂସଦରେ ଯୋଗ ଦେଇପାରିବେ କିନ୍ତୁ ତାଙ୍କୁ ଭୋଟ ଦେବାରୁ ବାରଣ କରାଯାଇଥିଲା। ଏହି କାରଣରୁ କେନ୍ଦ୍ରରେ ରାଜନୈତିକ ସଙ୍କଟ ତୀବ୍ର ହୋଇଥିଲା, ବିରୋଧୀମାନେ ତାଙ୍କ ଇସ୍ତଫା ଦାବି କରିଥିଲେ ।

ଜରୁରୀକାଳୀନ ପରିସ୍ଥିତି ଘୋଷଣା:

ଜରୁରୀକାଳୀନ ପରିସ୍ଥିତି ଘୋଷଣା ଭାରତର ସାମ୍ବିଧାନିକ ଇତିହାସର ମୋଡ଼ ବଦଳାଇଦେଇଥିଲା। ୨୫ ଜୁନ୍ ୧୯୭୫ରେ, ତତ୍କାଳୀନ ରାଷ୍ଟ୍ରପତି ଶ୍ରୀ ଫଖରୁଦ୍ଦିନ ଅଲି ଅହମ୍ମଦ ଆଭ୍ୟନ୍ତରୀଣ ଅସ୍ଥିରତା ଦର୍ଶାଇ ସମ୍ବିଧାନର ଧାରା ୩୫୨ ଅନୁଯାୟୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହା ପରେ ସରକାରଙ୍କ ପକ୍ଷରୁ ଏକ ପ୍ରେସନୋଟ ଜାରି କରାଯାଇଥିଲା ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ଜୟପ୍ରକାଶ ନାରାୟଣ ଓ ଅନ୍ୟକେତେକ ବ୍ୟକ୍ତିବିଶେଷ ପୁଲିସ ଓ ସଶସ୍ତ୍ର ବାହିନୀକୁ ସରକାରୀ ଆଦେଶ ଅମାନ୍ୟ କରିବାକୁ ଉସୁକାଉଛନ୍ତି। ଏହା ଭାରତର ଇତିହାସରେ ତୃତୀୟ ଜରୁରୀକାଳୀନ ପରିସ୍ଥିତି ଥିଲା, କିନ୍ତୁ ଶାନ୍ତି ସମୟରେ ଘୋଷଣା କରାଯାଇଥିବା ପ୍ରଥମ। ପୂର୍ବରୁ ଘୋଷଣାଗୁଡ଼ିକ ଚୀନ୍ ସହିତ ଯୁଦ୍ଧ (୧୯୬୨) ଏବଂ ପାକିସ୍ତାନ (୧୯୭୧) ସମୟରେ ହୋଇଥିଲା। ସେତେବେଳେ, ସମ୍ବିଧାନର ଧାରା ୩୫୨ ରାଷ୍ଟ୍ରପତିଙ୍କୁ ତିନୋଟି କାରଣ ଉପରେ ଜରୁରୀକାଳୀନ ଘୋଷଣା କରିବାକୁ ଅନୁମତି ଦେଇଥିଲା: ଯୁଦ୍ଧ, ବାହ୍ୟ ଆକ୍ରମଣ, କିମ୍ବା ଆଭ୍ୟନ୍ତରୀଣ ଅସ୍ଥିରତା। ଏଥର ଆଭ୍ୟନ୍ତରୀଣ ଅସ୍ଥିରତାକୁ କାରଣ ଦର୍ଶାଇ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ଏହାଫଳରେ କାର୍ଯ୍ୟପାଳିକା ଅସୀମିତ କ୍ଷମତା ହାସଲ କରିଥିଲା, ଏବଂ ରାଜ୍ୟମାନଙ୍କ କ୍ଷମତାକୁ କେନ୍ଦ୍ରର ନିୟନ୍ତ୍ରଣକୁ ଅଣାଯାଇଥିଲା। ଅବଶ୍ୟ ପରେ ୧୯୭୮ ମସିହାରେ ୪୪ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ‘ଆଭ୍ୟନ୍ତରୀଣ ଅସ୍ଥିରତା’ଶବ୍ଦକୁ ‘ସଶସ୍ତ୍ର ବିଦ୍ରୋହ’ ରେ ପରିବର୍ତ୍ତନ କରାଗଲା।

କେଉଁ ସାମ୍ବିଧାନିକ ଧାରାର ପ୍ରୟୋଗ କରାଯାଇଥିଲା?

ଘୋଷଣା ପରେ, ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥାଗୁଡ଼ିକୁ କ୍ରମାଗତ ଭାବରେ ନିଲମ୍ବିତ ରଖାଯାଇଥିଲା। ୨୭ ଜୁନ୍ ୧୯୭୫ରେ, ସମ୍ବିଧାନର ଧାରା ୩୫୮ ଏବଂ ୩୫୯ ଲାଗୁ କରାଯାଇଥିଲା। ସମ୍ବିଧାନର ଧାରା ୩୫୮ ଅନୁଯାୟୀ ଧାରା ୧୯ରେ ପ୍ରଦତ୍ତ ଅଧିକାରଗୁଡ଼ିକୁ ପ୍ରତ୍ୟାହାର କରାଯାଇଥିଲା, ଯାହାକି ନାଗରିକମାନଙ୍କ ବାକ୍, ଅଭିବ୍ୟକ୍ତି, ସମାବେଶ ଏବଂ ଗତିବିଧିର ସ୍ୱାଧୀନତାକୁ ପ୍ରଭାବିତ କରିଥିଲା। ଧାରା ୩୫୯ ରାଜ୍ୟମାନଙ୍କୁ ଧାରା ୧୪, ୨୧ ଏବଂ ୨୨ ଅନୁଯାୟୀ ପ୍ରଦତ୍ତ ମୌଳିକ ଅଧିକାରର ପ୍ରବର୍ତ୍ତନକୁ ସ୍ଥଗିତ ରଖିବାକୁ ଅନୁମତି ଦେଇଥିଲା, ଯେଉଁଥିରେ ଆଇନ ସମ୍ମୁଖରେ ସମାନତା, ଜୀବନ ଏବଂ ସ୍ୱାଧୀନତାର ଅଧିକାର ଏବଂ ଅଟକ ବିରୁଦ୍ଧରେ ସୁରକ୍ଷା ଅନ୍ତର୍ଭୁକ୍ତ।

ନାଗରିକମାନଙ୍କୁ ପ୍ରତିକାର ପାଇଁ କୋର୍ଟକୁ ଯିବାରୁ ବାରଣ କରାଯାଇଥିଲା। ଜୟପ୍ରକାଶ ନାରାୟଣ, ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଏବଂ ଅନ୍ୟାନ୍ୟ ବିରୋଧୀ ନେତାମାନଙ୍କୁ ଆଭ୍ୟନ୍ତରୀଣ ସୁରକ୍ଷା ରକ୍ଷା ଆଇନ (ମିସା) ଅଧୀନରେ ଗିରଫ କରାଯାଇଥିଲା। ମିସାର  ବ୍ୟାପକ ଭାବରେ ଅପବ୍ୟବହାର କରାଯାଇଥିଲା। ଶାହ କମିଶନଙ୍କ ଅନୁଯାୟୀ, ପ୍ରାୟ ୩୫,୦୦୦ ଲୋକଙ୍କୁ ବିନା ବିଚାରରେ ଆଗୁଆ ଅଟକ ରଖାଯାଇଥିଲା।

 ସେନସରସିପ ଓ ଗଣମାଧ୍ୟମ ଉପରେ ଅଙ୍କୁଶ:

ଜରୁରୀକାଳୀନ ପରିସ୍ଥିତି ସମୟରେ ସାଂସ୍ଥାଗତ ତନ୍ତ୍ର ଏବଂ ପ୍ରଶାସନିକ ନିର୍ଦ୍ଦେଶ ମାଧ୍ୟମରେ ପ୍ରେସ୍ ଏବଂ ଜନସୂଚନା ଉପରେ କଠୋର ନିୟନ୍ତ୍ରଣ ଲାଗୁ କରାଯାଇଥିଲା। ୨୬ ଜୁନ୍ ୧୯୭୫ ଠାରୁ ସମସ୍ତ ଖବରକାଗଜ ଉପରେ ପ୍ରାକ୍-ସେନ୍ସରସିପ୍ ଲାଗୁ କରାଯାଇଥିଲା। ସମ୍ବାଦ, ସମ୍ପାଦକୀୟ ଏବଂ ଫଟୋଗ୍ରାଫ୍ ପ୍ରକାଶନ କରିବା ପୂର୍ବରୁ ସମ୍ପାଦକମାନଙ୍କୁ ସରକାରୀ ଅନୁମତି ପାଇବା ଆବଶ୍ୟକ ଥିଲା। ସରକାର ପ୍ରେସ୍ ବିଷୟବସ୍ତୁ ଉପରେ ନଜର ରଖିବା ପାଇଁ ଆଞ୍ଚଳିକ ସେନ୍ସର ସହିତ ଏକ ଜାତୀୟ ସେନ୍ସର ନିଯୁକ୍ତ କରିଥିଲେ। ରେଡିଓ ଓ ଫଟୋ ପ୍ରସାରଣକୁ ମଧ୍ୟ ସରକାରୀ ଅନୁମତି ଅଧୀନରେ ଅଣାଯାଇଥିଲା। ୫ ଜୁଲାଇ ୧୯୭୫ରେ, ବିଦେଶୀ ସମ୍ବାଦଦାତାଙ୍କ ଦ୍ୱାରା ଟେଲେକ୍ସ ବାର୍ତ୍ତାଗୁଡ଼ିକୁ ପ୍ରତିବନ୍ଧିତ କରାଯାଇଥିଲା ଏବଂ ସେଗୁଡ଼ିକୁ ପ୍ରାକ୍-ସ୍କ୍ରିନିଂ କରାଯାଇଥିଲା। ୨୦ ଜୁଲାଇ ୧୯୭୫ରେ, ସିନେମାଟୋଗ୍ରାଫ୍ ଆଇନ ଅନୁଯାୟୀ ଚଳଚ୍ଚିତ୍ର ସେନ୍ସର ବୋର୍ଡକୁ ପୁନର୍ଗଠିତ କରାଯାଇଥିଲା ଯାହାଦ୍ୱାରା ସିନେମା ଉପରେ ନିୟନ୍ତ୍ରଣ କଠୋର କରାଯାଇଥିଲା। ୧ ଫେବୃଆରୀ ୧୯୭୬ରେ, ସରକାର ଚାରୋଟି ପ୍ରମୁଖ ଖବର ସରବରାହ ସଂସ୍ଥା ଯଥା ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ), ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ଇଣ୍ଡିଆ (ୟୁଏନଆଇ), ସମାଚାର ଭାରତୀ ଏବଂ ହିନ୍ଦୁସ୍ତାନ ସମାଚାରର ମିଶ୍ରଣ କରି ‘ସମାଚାର’ ନାମକ ଏକକ ସଂସ୍ଥାରେ ପରିଣତ କରିଥିଲେ। ଗଣମାଧ୍ୟମର ଜାଗ୍ରତ ପ୍ରହରୀ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଭାଙ୍ଗିଦିଆଯାଇଥିଲା।

ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବିଧାନ ସଂଶୋଧନ:

ଜରୁରୀକାଳୀନ ପରିସ୍ଥିତି ସମୟରେ ସଂସଦରେ କେତେଗୁଡ଼ିଏ ସାମ୍ବିଧାନିକ ସଂଶୋଧନ କରାଯାଇଥିଲା ଯାହା ନ୍ୟାୟିକ ସମୀକ୍ଷା ଏବଂ ସାଂଗଠନିକ ଯାଞ୍ଚକୁ ଦୁର୍ବଳ କରିଥିଲା। ୩୮ତମ ସଂଶୋଧନ ଅନୁସାରେ ଜରୁରୀକାଳୀନ ଘୋଷଣା ପାଇଁ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାକୁ କୋର୍ଟମାନଙ୍କୁ ବାରଣ କରାଯାଇଥିଲା। ୩୯ତମ ସଂଶୋଧନ ପ୍ରଧାନମନ୍ତ୍ରୀ ଏବଂ ଲୋକସଭାର ବାଚସ୍ପତିଙ୍କ ନିର୍ବାଚନକୁ ନ୍ୟାୟିକ ଯାଞ୍ଚରୁ ବାଦ ଦେଇଥିଲା। ୪୨ତମ ସଂଶୋଧନ କେନ୍ଦ୍ରର କ୍ଷମତାକୁ ଆହୁରି ବୃଦ୍ଧି କରିଥିଲା ଓ ଏହା ମୌଳିକ ଅଧିକାର ବଦଳରେ ସରକାରଙ୍କ ଆଇନ ପ୍ରଣୟନ କ୍ଷମତାକୁ ଅଧିକ ପ୍ରାଧାନ୍ୟ ଦେଉଥିଲା, ସାମ୍ବିଧାନିକ ସଂଶୋଧନର ନ୍ୟାୟିକ ସମୀକ୍ଷାକୁ ବାରଣ କରିଥିଲା ଏବଂ ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟର କ୍ଷମତାକୁ ହ୍ରାସ କରିଥିଲା। ୪୨ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ, ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ପାଞ୍ଚ ବର୍ଷରୁ ଛଅ ବର୍ଷକୁ ବୃଦ୍ଧି କରାଯାଇଥିଲା।

ସାମୁହିକ ବନ୍ଧ୍ୟାକରଣ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଅଭିଯାନ:

ଜରୁରୀକାଳୀନ ପରିସ୍ଥିତିର ଏକ ସବୁଠାରୁ ବିବାଦୀୟ ଦିଗ ଥିଲା ବାଧ୍ୟତାମୂଳକ ବନ୍ଧ୍ୟାକରଣ ଅଭିଯାନ। ଏକ ତ୍ବରିତ ଜନସଂଖ୍ୟା ନିୟନ୍ତ୍ରଣ ପ୍ରୟାସର ଅଂଶ ଭାବରେ ଏହି ଅଭିଯାନ ୧୯୭୫ ମସିହାରେ ଆରମ୍ଭ ହୋଇଥିଲା। ୧୯୭୫-୭୬ ମସିହାରେ ମୋଟ ୨୬.୪୨ ଲକ୍ଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିଲା। ୧୯୭୬-୭୭ ମସିହାରେ, ଏହି ସଂଖ୍ୟା ୮୧.୩୨ ଲକ୍ଷକୁ ବୃଦ୍ଧି ପାଇଲା। ଦୁଇ ବର୍ଷ ମଧ୍ୟରେ, ୧.୦୭ କୋଟି ବନ୍ଧ୍ୟାକରଣ କରାଯାଇଥିଲା। ଅନେକ ରାଜ୍ୟ ଅତ୍ୟାବଶ୍ୟକ ସେବାର ଯୋଗାଣକୁ ବନ୍ଧ୍ୟାକରଣ ସହିତ ଯୋଡ଼ିଥିଲେ। ଯଦି ଲୋକମାନଙ୍କର ଦୁଇ କିମ୍ବା ତିନୋଟିରୁ ଅଧିକ ସନ୍ତାନ ଥିଲା ଏବଂ ସେମାନେ ଏହି ଅସ୍ତ୍ରୋପଚାର କରିବାକୁ ମନା କରୁଥିଲେ, ତେବେ ସେମାନଙ୍କୁ ରାସନ, ବାସସ୍ଥାନ, ଚାକିରି, ସ୍ୱାସ୍ଥ୍ୟସେବା ଏବଂ ଋଣ ପ୍ରଦାନ କରାଯାଉନଥିଲା।

ଜରୁରୀକାଳୀନ ପରିସ୍ଥିତିର ସମାପ୍ତି:

୨୧ ମାର୍ଚ୍ଚ ୧୯୭୭ ରେ ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହାର କରାଯାଇଥିଲା। ଏହାପରେ ଲୋକସଭାର ସାଧାରଣ ନିର୍ବାଚନ ୧୬ ରୁ ୨୦ ମାର୍ଚ୍ଚ ୧୯୭୭ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସ ଦଳ ପରାଜିତ ହୋଇଥିଲା, ଏବଂ ଜନତା ଦଳ ୨୪ ମାର୍ଚ୍ଚ ୧୯୭୭ ରେ ସରକାର ଗଠନ କରିଥିଲା।  ୧୯୭୮ ରେ ୪୪ତମ ସମ୍ବିଧାନ ସଂଶୋଧନ ପ୍ରଣୟନ କରାଯାଇଥିଲା। ଏହା ଜରୁରୀକାଳୀନ ପରିସ୍ଥିତିର ଆଧାର ଭାବରେ ଥିବା “ଆଭ୍ୟନ୍ତରୀଣ ଅଶାନ୍ତି” କୁ “ସଶସ୍ତ୍ର ବିଦ୍ରୋହ” ସହିତ ବଦଳାଇଥିଲା। ଏହାସହିତ ନ୍ୟାୟିକ ସମୀକ୍ଷାକୁ ପୁନଃସ୍ଥାପିତ କରାଯାଇଥିଲା ଏବଂ ଭବିଷ୍ୟତରେ ଏପରି କୌଣସି ପରିସ୍ଥିତିରୁ ଦେଶର ରକ୍ଷା ପାଇଁ  ଆଇନଗତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ପ୍ରଣୟନ କରିଥିଲା।

ଶାହା କମିଶନ:

୧୯୭୭ ମାର୍ଚ୍ଚରେ ଜରୁରୀକାଳୀନ ପରିସ୍ଥିତି ଶେଷ ହେବା ପରେ, ସରକାର ଏହାର ପ୍ରଭାବ ଏବଂ ସେହି ସମୟ ମଧ୍ୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଯାଞ୍ଚ ପାଇଁ ମେ ୧୯୭୭ରେ ଏକ ତଦନ୍ତ କମିଶନ ନିଯୁକ୍ତ କରିଥିଲେ। ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ସି. ଶାହଙ୍କ ଅଧ୍ୟକ୍ଷତାରେ ଏହି କମିଶନ ପ୍ରତିଷ୍ଠା କରାଯାଇଥିଲା।  କମିଶନ ସରକାରୀ କ୍ଷମତାର ଅପବ୍ୟବହାର, ପ୍ରତିରୋଧମୂଳକ ଗିରଫଦାରି, ପ୍ରେସ୍ ସେନ୍ସରସିପ୍ ଏବଂ ବନ୍ଧ୍ୟାକରଣ ଅଭିଯାନ ଆଦି ବିବାଦୀୟ ପଦକ୍ଷେପଗୁଡ଼ିକର ଯାଞ୍ଚ କରିଥିଲେ। ଏହା ଜନଶୁଣାଣି, ସାକ୍ଷ୍ୟ ଏବଂ ସରକାରୀ ରେକର୍ଡ ମାଧ୍ୟମରେ ପ୍ରମାଣ ସଂଗ୍ରହ କରିଥିଲେ।  କମିଶନ ୧୯୭୮ରୁ ୧୯୭୯ ମଧ୍ୟରେ ତିନୋଟି ରିପୋର୍ଟ ଦାଖଲ କରିଥିଲେ।

ତଦନ୍ତ ରିପୋର୍ଟରେ ଚିନ୍ତାଜନକ ତଥ୍ୟ:

ଶାହା କମିଶନଙ୍କ ତଦନ୍ତ ରିପୋର୍ଟରେ କେତେକ ଚିନ୍ତାଜନକ ତଥ୍ୟ ଜଣାପଡ଼ିଥିଲା। ୧ ଜାନୁଆରୀ ୧୯୭୫ ସୁଦ୍ଧା, ଭାରତୀୟ ଜେଲଗୁଡ଼ିକରେ ୧,୮୩,୩୬୯ କ୍ଷମତା ଥିବା ବେଳେ ୨,୨୦,୧୪୬ ଜଣ କଏଦୀ ଥିଲେ। ସେମାନଙ୍କ ମଧ୍ୟରୁ ୧,୨୬,୭୭୨ ଜଣ ବିଚାରାଧୀନ କଏଦୀ ଥିଲେ। ସେହିପରି ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଶବ୍ୟାପୀ ୧.୦୭ କୋଟିରୁ ଅଧିକ ବନ୍ଧ୍ୟାକରଣ କରାଯାଇଥିଲା। ଏହି ସମୟ ମଧ୍ୟରେ ୨୫,୯୬୨ ଜଣ ସରକାରୀ ଏବଂ ସରକାରୀ କ୍ଷେତ୍ରର କର୍ମଚାରୀଙ୍କୁ ଅସମୟରେ ଅବସର ଦିଆଯାଇଥିଲା। ଏହା ଛଡ଼ା ଏହି ସମୟରେ ଗଣମାଧ୍ୟମର କଣ୍ଠରୋଧ, ନ୍ୟାୟାଳୟର କ୍ଷମତା ହ୍ରାସ, ସଂସଦୀୟ ଓ ନ୍ୟାୟିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରାଯାଇଥିଲା।

ଉପସଂହାର:

ଜୁନ୍ ୧୯୭୫ ରୁ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଭାରତର ସାମ୍ବିଧାନିକ, ଆଇନଗତ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲା। ଏହି ସମୟରେ ଲୋକମାନଙ୍କ ମୌଳିକ ଅଧିକାରର ପ୍ରତ୍ୟାହାର କରାଯାଇଥିଲା, ଅନେକ ନିର୍ଦ୍ଦୋଷ ଲୋକଙ୍କୁ ଗିରଫ କରାଯାଇଥିଲା ଏବଂ ଗଣମାଧ୍ୟମ ଉପରେ କଟକଣା ଲଗାଯାଇଥିଲା। ସାମ୍ବିଧାନିକ ସଂଶୋଧନ ଦ୍ୱାରା ବ୍ୟବସ୍ଥାଗତ କ୍ଷମତାରେ ପରିବର୍ତ୍ତନ ଅଣାଯାଇଥିଲା। ଏହି ସମୟ ମଧ୍ୟରେ ଏକ ବଡ଼ ଧରଣର ବାଧ୍ୟତାମୂଳକ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଥିଲା। ଜରୁରୀକାଳୀନ ପରିସ୍ଥିତିର ଅବସାନ ପରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ପରାଜୟ ବରଣ କରିଥିଲା। ନୂଆ ସରକାର ସମ୍ବିଧାନ ସଂଶୋଧନ ମାଧ୍ୟମରେ ଦେଶ ଯେପରି ଭବିଷ୍ୟତରେ ଏପରି ପରିସ୍ଥିତିର ସମ୍ମୁଖୀନ ନହୁଏ ସେଥିପାଇଁ ଆବଶ୍ୟକ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା କରିଥିଲେ। ସେହିପରି ସରକାର ଜରୁରୀକାଳୀନ ପରିସ୍ଥିତିର ତଦନ୍ତ ପାଇଁ ଶାହା କମିଶନ ଗଠନ କରିଥିଲେ।

emergency indiragandhi jayaprakash narayan ଜୟପ୍ରକାଶ ନାରାୟଣ ଜରୁରୀକାଳୀନ ପରିସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025
Latest News

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025

ରୁଷ-ୟୁକ୍ରେନ ଯୁଦ୍ଧ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ରଖିଲେ ଏହି ବଡ଼ ସର୍ତ୍ତ

July 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.