Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ବ ହେନ୍ତାଳ ବନ ଦିବସ ଉପଲକ୍ଷେ ନିଆଗଲା ଭିନ୍ନ ପଦକ୍ଷେପ, କରାଗଲା ସ୍ଥାନ ଚିହ୍ନଟ 
ଜାତୀୟ ଖବର

ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ବ ହେନ୍ତାଳ ବନ ଦିବସ ଉପଲକ୍ଷେ ନିଆଗଲା ଭିନ୍ନ ପଦକ୍ଷେପ, କରାଗଲା ସ୍ଥାନ ଚିହ୍ନଟ 

July 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ଫାଉଣ୍ଡେସନ୍
ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ବ ହେନ୍ତାଳ ବନ ଦିବସ ଉପଲକ୍ଷେ ନିଆଗଲା ଭିନ୍ନ ପଦକ୍ଷେପ, କରାଗଲା ସ୍ଥାନ ଚିହ୍ନଟ 

ଭୁବନେଶ୍ୱର: ହେନ୍ତାଳ ବା ଲୁଣା ଜଙ୍ଗଲ ବାତ୍ୟା ଭଳି ବିପଦରୁ ଉପକୂଳ ଅଞ୍ଚଳରେ ବାସ କରୁଥିବା ଜନସମୁଦାୟକୁ ସୁରକ୍ଷା ଦେଇଥାଏ। କିନ୍ତୁ ହେନ୍ତାଳର ସୁରକ୍ଷାମୂଳକ ଲାଭ କେବଳ ସେତେବେଳେ ମିଳିପାରିବ ଯଦି ସେଗୁଡ଼ିକୁ ସେହିଭଳି ସଠିକ ସ୍ଥାନରେ ରୋପଣ କରାଯାଏ ଯେଉଁଠାରେ ସେଗୁଡ଼ିକ ପ୍ରଭାବଶାଳୀ ହୋଇପାରିବ। ଓଡ଼ିଶାରେ ଏହାର ହେନ୍ତାଳ ସଂରକ୍ଷଣ ପ୍ରୟାସର ଅଂଶ ସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ୍ ଏପରି ସ୍ଥାନଗୁଡ଼ିକୁ ସଠିକ୍ ଭାବରେ ଚିହ୍ନଟ କରିବା ପାଇଁ ଏକ ସାମଗ୍ରିକ ପଦ୍ଧତି ବିକଶିତ କରିଛି।

ଓଡ଼ିଶାରେ ବୃହତ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରୟାସର ଏକ ଅଂଶ ଭାବରେ, ରିଲାଏନ୍ସ ଫାଉଣ୍ଡେସନ୍ ବାଲେଶ୍ଵର, ଜଗତ୍ସିଂହପୁର ଏବଂ ଗଞ୍ଜାମ ଜିଲ୍ଲାର ଉପକୂଳ ଅଞ୍ଚଳରେ ବାସ କରୁଥିବା ସ୍ଥାନୀୟ ସମୁଦାୟ ସହିତ ମିଳିତ ଭାବରେ ହେନ୍ତାଳ ବଳୟକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ହେନ୍ତାଳ ଜଙ୍ଗଲ ଉପକୂଳରେ ଏକ ସୁରକ୍ଷା ପ୍ରାଚୀର ଭାବରେ କାର୍ଯ୍ୟ କରେ ଓ ଝଡ଼ ତଥା ଝଡ଼ପ୍ରବାହ ଜନିତ ବନ୍ୟାରୁ ସୁରକ୍ଷା ଦିଏ ଏବଂ ଉପକୂଳ କ୍ଷୟ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିସହିତ, ଏହା ଉପକୂଳ ଜୈବ ବିବିଧତା ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ରିଲାଏନ୍ସ ଫାଉଣ୍ଡେସନର ବିଭିନ୍ନ ଦଳ ହେନ୍ତାଳ ରୋପଣ ପାଇଁ ସଠିକ ସ୍ଥାନ ଚୟନ ପାଇଁ ପାଞ୍ଚଟି ପ୍ରମୁଖ ପରିବେଶଗତ ଏବଂ ଭୂଭୌତିକ ମାନଦଣ୍ଡ ଭାବରେ ଭୂମି ବ୍ୟବହାର, ଭୂମିର ଉଚ୍ଚ ବା ଖାଲୁଆ ସ୍ଥିତି, ମାଟିର ପ୍ରକାର, ଜଳ ନିଷ୍କାସନ ଭଳି ତଥ୍ୟର ଏକ ସେଟ୍ ଚିହ୍ନଟ କରିଥିଲେ। ଏହି ତଥ୍ୟ ଗୁଡ଼ିକୁ ସ୍ପାଟିଆଲ ଡାଟା ଲେୟାର (ସାଟେଲାଇଟ୍ ଚିତ୍ର) ରେ ରୂପାନ୍ତରିତ କରାଯାଇଥିଲା ଏବଂ ପ୍ରତ୍ୟେକ ଲେୟାରକୁ ଜିଆଇଏସ ଟୁଲ ସହାୟତାରେ ଗୁରୁତ୍ୱ ଓ ସ୍କୋର ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ସ୍ଥାନୀୟ ସମୁଦାୟର ଇଚ୍ଛାଶକ୍ତି ଭଳି କାରଣଗୁଡ଼ିକର ମୂଲ୍ୟାଙ୍କନ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରୟାସ କରାଯାଇଥିଲା ଏବଂ ସମସ୍ତ ସ୍କୋରକୁ ଯୋଡି ପ୍ରତ୍ୟେକ ସ୍ଥାନ ପାଇଁ ଉପଯୁକ୍ତତା ସ୍କୋର ନିର୍ଣ୍ଣୟ କରାଯାଇଥିଲା।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର, ଭଦ୍ରକ ଏବଂ ଜଗତସିଂହପୁରରେ ଏକାଧିକ ସ୍ଥାନର ଉପଯୁକ୍ତତା ମୂଲ୍ୟାଙ୍କନ ପାଇଁ ଏହି ପଦ୍ଧତି ବ୍ୟବହାର କରାଯାଇଥିଲା। ଉଦାହରଣ ସ୍ୱରୂପ, ବାଲେଶ୍ୱରରେ ମୂଲ୍ୟାଙ୍କନ କରାଯାଇଥିବା ୧୧ ଟି ସ୍ଥାନ ମଧ୍ୟରୁ, ରିଲାଏନ୍ସ ଫାଉଣ୍ଡେସନର ଦଳଗୁଡିକ ଦୁଇଟି ଅତ୍ୟନ୍ତ ଉପଯୁକ୍ତ ସ୍ଥାନ ଏବଂ କିଛି ମଧ୍ୟମ ଧରଣର ଉପଯୁକ୍ତ ସ୍ଥାନ ପାଇଥିଲେ। ଏହି କାର୍ଯ୍ୟକ୍ରମର ପରବର୍ତ୍ତୀ ସମୟରେ ଅତ୍ୟନ୍ତ ଉପଯୁକ୍ତ ବିବେଚିତ ହୋଇଥିବା ସ୍ଥାନଗୁଡ଼ିକୁ ବୃକ୍ଷରୋପଣ ପ୍ରୟାସର ସମ୍ପ୍ରସାରଣ ପାଇଁ ଗ୍ରହଣ କରାଯିବ। ଏହି ପଦ୍ଧତି ବ୍ୟବହାର କରି, ସୁଦୀର୍ଘ ଉପକୂଳରେ ହେନ୍ତାଳ ସଂରକ୍ଷଣ ପାଇଁ ଉପଯୁକ୍ତ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇପାରିବ।

ରିଲାଏନ୍ସ ଫାଉଣ୍ଡେସନର ଓଡ଼ିଶାର ଉପକୂଳ ଅଞ୍ଚଳର ସ୍ଥାନୀୟ ସମୁଦାୟ ସହିତ ମିଳିତ ପ୍ରୟାସରେ ବାଲେଶ୍ଵର, ଜଗତସିଂହପୁର ଏବଂ ଗଞ୍ଜାମ ଜିଲ୍ଲାରେ ୭୦,୦୦୦ ରୁ ଅଧିକ ହେନ୍ତାଳ ଗଛ ରୋପଣ କରାଯାଇଛି। ଜୁଲାଇ ୨୬ ରେ ଅନ୍ତର୍ଜାତୀୟ ହେନ୍ତାଳ ପରିବ୍ୟବସ୍ଥା ସଂରକ୍ଷଣ ଦିବସ ପାଳନର ଅଂଶସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ ଜଗତସିଂହପୁରରେ ଦୋଳଗୋବିନ୍ଦ ୟୁଥ କ୍ଲବ ପରି ସ୍ଥାନୀୟ ସାମାଜିକ ସଂଗଠନଗୁଡିକ ସହିତ ହେନ୍ତାଳ ରୋପଣ କରାଯାଇଛି। ବାଲେଶ୍ୱରର ତାଳପଦା ହେନ୍ତାଳ ରୋପଣ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ କିଆ ଗଛ ଲଗାଇ ସବୁଜ ବାଡ଼ ସୃଷ୍ଟି କରିବା କାର୍ଯ୍ୟ ହାତକୁ ନିଆଯାଇଥିଲା ଏବଂ ସ୍ଥାନୀୟ ଅଧିବାସୀଙ୍କୁ ହେନ୍ତାଳ ପରିବ୍ୟବସ୍ଥା ସଂରକ୍ଷଣ ନେଇ ସଚେତନ କରିବା ଦିଗରେ ବିବିଧ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏଥିରେ ଓୟୁଏଟିର ବରିଷ୍ଠ ବୈଜ୍ଞାନିକ ତଥା ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଉମାଶଙ୍କର ନାୟକ, ତାଳପଦା ସରପଞ୍ଚ ହରେନ୍ଦ୍ର ମଲ୍ଲିକ, ସ୍ଥାନୀୟ ଅଧିବାସୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆଜି ମଧ୍ୟ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ହେନ୍ତାଳ ଗଛ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିଭଳି ତାମିଲନାଡୁ ଏବଂ କେରଳର ଉପକୂଳ ଅଞ୍ଚଳର ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Reliance Foundation ରିଲାଏନ୍ସ ଫାଉଣ୍ଡେସନ୍
Share. Facebook Twitter LinkedIn Email WhatsApp Copy Link

Related Posts

Fake News: ଲୋକସଭାରେ ଫେକ ନ୍ୟୁଜ୍ ଉପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

December 3, 2025

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କଲା ବିଜେଡି

December 3, 2025

DRDO Tests: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ

December 3, 2025
Latest News

Fake News: ଲୋକସଭାରେ ଫେକ ନ୍ୟୁଜ୍ ଉପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

December 3, 2025

Konark Festival 2nd Day: ଦ୍ବିତୀୟ ଦିନରେ ପରିବେଷଣ ହେଲା କୁଚିପୁଡ଼ି ସହ ଓଡିଶୀ 

December 3, 2025

International IDEA: ଭାରତକୁ ମିଳିଲା IDEAର ଅଧ୍ୟକ୍ଷତା, ପ୍ରତିନିଧିତ୍ବ କରିବେ CEC ଜ୍ଞାନେଶ କୁମାର 

December 3, 2025

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025

Putin’s India Visit: ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ, ଦୁଇ ରାଷ୍ଟ୍ର ମଧ୍ୟରେ ସ୍ବାକ୍ଷରିତ ହେବ ଏହି ଚୁକ୍ତି

December 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.