Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜଳଖିଆ ଖାଇବା ପାଇଁ କାହିଁକି ଧାଡିରେ ଛିଡା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ଖବର

ଜଳଖିଆ ଖାଇବା ପାଇଁ କାହିଁକି ଧାଡିରେ ଛିଡା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜଳଖିଆ ଖାଇବା ପାଇଁ କାହିଁକି ଧାଡିରେ ଛିଡା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ସକାଳ ଜଳଖିଆ ଖାଇବା ପାଇଁ ଧାଡିରେ ଛିଡା ହୋଇ ଅପେକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଏହାକୁ ଯେ କେହି ଶୁଣିବ ବା ଦେଖିବା ସେ କେବେ ବିଶ୍ବାସ କରିବ ନାହିଁ। କାରଣ ହେଲା ସେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରୀୟ ବିଜେପିରେ ରହିଛି ଦବଦବା। ସେପରି ବ୍ୟକ୍ତି ଜଳଖିଆକୁ ଆ.. କରି ଡାକିଲେ ସେ ପାଖକୁ ଆସିବ। ହେଲେ ସେ ଧାଡିରେ ଛିଡା ହୋଇ ଖାଇବା ପାଇଁ ଅପେକ୍ଷା କରିବା କାହାର ହେଲେ କଥାଟି ହଜମ ହେଉ ନାହିଁ। ହେଲେ ଏ ନେଇ ନିଜେ ଧର୍ମେନ୍ଦ୍ର ତାଙ୍କ ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ଦେଖିଲେ କଥାଟି ବିଶ୍ବାସ କରିହେବ।

ତେବେ ଘଟଣା ହେଲା ଯେ, ଆଜି ସକାଳେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ଆଇଆଇଟି କୁ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ କର୍ତ୍ତୁପକ୍ଷଙ୍କ ସହିତ ପରିଦର୍ଶନ କରୁଥିବା ବେଳେ ହଠାତ ଦେଖିଲେ ହଷ୍ଟେଲ ଛାତ୍ରମାନେ ଜଳଖିଆ ଖାଇବା ପାଇଁ ଧାଡିରେ ଛିଡା ହୋଇଛନ୍ତି। ହଷ୍ଟେଲ ଜଳଖିଆ ମାନ ପରୀକ୍ଷା କରିବା ପାଇଁ ମନେମନେ ଚିନ୍ତା କରି ସେ ମଧ୍ୟ ଛାତ୍ରଙ୍କ ପରି ଧାଡିରେ ଯାଇ ଛିଡା ହୋଇପଡିଲେ। ଏହାକୁ ଦେଖିବା ପରେ ହଷ୍ଟେଲ କର୍ତ୍ତୁପକ୍ଷ ବଡ ଅଡୁଆରେ ପଡିଯାଇଥିଲେ।

ଧାଡିରେ ଛିଡା ହୋଇଥିବା ଧର୍ମେନ୍ଦ୍ରଙ୍କ ପାଳି ଆସିବା ପରେ ସେ ପ୍ଲେଟରେ ଗୋଟିଏ ଇଡିଲି, ରୋଲ୍ ଆଉ ତରକାରୀ ଆଣିଥିଲେ। ଏହାପରେ ସେ ଡାଇନିଂ ହଲରେ ଛାତ୍ରମାନଙ୍କ ସହିତ ମିଶି ଜଳଖିଆ ଖାଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ହଠାତ ଏପରି ନିଷ୍ପତିରେ ଦିଲ୍ଲୀ ଆଇଆଇଟି କର୍ତ୍ତୁପକ୍ଷ ମଧ୍ୟ ବିଚରା ଭୟଭିତ ହୋଇପଡିଥିଲେ। କାରଣ ଜଳଖିଆ ଠିକ ଅଛି କି ନାହିଁ ତାହା କାହାକୁ ଜଣା ନ ଥିଲା। ସବୁଦିନ ପରି ଆଜି ମଧ୍ୟ ଜଳଖିଆ ପ୍ରସ୍ତୁତ କରାଯାଇ ଛାତ୍ରମାନଙ୍କୁ ପରଷା ଯାଉଥିଲା। ହେଲେ ମନ୍ତ୍ରୀ ଖାଇବେ ବୋଲି କେହି ଆଗରୁ ଜାଣିଥିଲେ ହୁଏତ କିଛି ଭଲ ବନ୍ଦୋବସ୍ତ କରିଥାଆନ୍ତେ। ହେଲେ ସେମାନଙ୍କ ଭାଗ୍ୟ ଭଲ ଯେ ରବିବାରିଆ ଜଳଖିଆ ଖାଇ ମନ୍ତ୍ରୀ ଖୁସି ହୋଇପଡି ଥିଲେ। ଜଳଖିଆ ମାନ ଉପରେ ତାଙ୍କର କୌଣସି କିଛି ଅଭିଯୋଗ ନ ଥିଲା।

ଜଳଖିଆ ଖାଇବା

ଜଳଖିଆ ଖାଇବା ପରେ ସେ ଏହି ବିଶାଳ ସଂସ୍ଥାର ବିକାଶ ତଥା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଉନ୍ନତି ଦିଗରେ ଆଲୋଚନା କରିଥିଲେ। ଏ ନେଇ ଧର୍ମେନ୍ଦ୍ର ତାଙ୍କ ସାମାଜିକ ଗଣମାଧ୍ୟମରେ ଆଇଆଇଟି ଦିଲ୍ଲୀ ପରିଦର୍ଶନ ସଂପର୍କରେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି ଯେ, ” ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟକ ସ୍ୱାଧୀନତା ଦିବସ ଅଭିଭାଷଣରେ ଦିଆଯାଇଥିବା ସ୍ପଷ୍ଟ ଆହ୍ୱାନକୁ ଆଗକୁ ବଢ଼ାଇ ଆଜି ସକାଳେ ଦିଲ୍ଲୀ ଆଇଆଇଟିର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଆତ୍ମନିର୍ଭରଶୀଳତା ହାସଲ, ଜାତୀୟ ପ୍ରାଥମିକତାକୁ ଆଗେଇ ନେବା ଏବଂ 2047 ସୁଦ୍ଧା ‘ସମୃଦ୍ଧ ଭାରତ’ର ଦୃଷ୍ଟିକୋଣ ପୂରଣ କରିବା ପାଇଁ ସାମୂହିକ କାର୍ଯ୍ୟକୁ ପ୍ରଜ୍ବଳିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲି।

ସେମାନଙ୍କ ସ୍ୱପ୍ନ ଏବଂ ଆକାଂକ୍ଷା, ଗବେଷଣାର କ୍ଷେତ୍ର, ସେମାନେ ବର୍ତ୍ତମାନ ପାଇଁ ଗ୍ରହଣ କରୁଥିବା ପ୍ରଯୁକ୍ତିବିଦ୍ୟା ଚ୍ୟାଲେଞ୍ଜ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ବର୍ଣ୍ଣିତ ଚ୍ୟାଲେଞ୍ଜ ଏବଂ ସୁଯୋଗ ଉପରେ ସେମାନଙ୍କର ଦୃଷ୍ଟିକୋଣ ବିଷୟରେ ଅଧିକ ଜାଣିବାକୁ ପାଇଲି। ଏହା ସହିତ, କ୍ଷମତା ବୃଦ୍ଧି ଏବଂ ନବସୃଜନର ଭାବନାକୁ ବିସ୍ତାର କରିବା ବିଷୟରେ ମୋର ମତାମତ ମଧ୍ୟ ସେୟାର କଲି ବୋଲି ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି।

ସେହିପରି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅଭିନବ ଚିନ୍ତାଧାରା ଆଗକୁ ଆଣିବା, ଚ୍ୟାଲେଞ୍ଜ ଉପରେ କାମ କରିବା ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିବାକୁ ଉତ୍ସାହିତ କଲି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଆମର ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଏବଂ ଭାରତକୁ ସମାଧାନର ଏକ ବିଶ୍ୱବ୍ୟାପୀ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ଭାରତର ଉଦ୍ଭାବକ ଏବଂ ଗବେଷକଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛି।

ଆମ ଯୁବପିଢ଼ିଙ୍କ ପ୍ରତିଭା, ଦୃଢ଼ତା ଏବଂ ସଂକଳ୍ପ ସହିତ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟ ଭାରତର କ୍ଷମତାକୁ ସୁଦୃଢ଼ କରିବା ସହିତ ଏହାର ପ୍ରଯୁକ୍ତିବିଦ୍ୟା ଏବଂ ଆର୍ଥିକ ସାର୍ବଭୌମତ୍ୱକୁ ବୃଦ୍ଧି କରିବାର ପଥ ପ୍ରଶସ୍ତ କରିବ ବୋଲି ଆମେ ବିଶ୍ୱାସ କରୁଛୁ। ଧର୍ମେନ୍ଦ୍ରଙ୍କ ଏପରି କାର୍ଯ୍ୟ ନେଇ ଆଇଆଇଟି ଦିଲ୍ଲୀ କର୍ତ୍ତୁପକ୍ଷ ବେଶ ପ୍ରଶଂସା କରିଥିଲେ।

dharmendra pradhan କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Latest News

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.