Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….
ଜାତୀୟ ଖବର

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ବାରମ୍ବାର ନିଶା ଦ୍ରବ୍ୟ ଜବତ
ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ....

ଭୁବନେଶ୍ବର: ବେଆଇନ୍‌ ମାଦକ ଦ୍ରବ୍ୟ ଚୋରାଚାଲାଣ ଏବଂ ନିଶା ଦ୍ରବ୍ୟ ରୋକିବା ସଂପର୍କରେ ଦୃଢ  କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଲୋକ ସେବା ଭବନରେ ଆଜି ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ।

ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ୨୦୨୫ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ତଥା ଅଦ୍ୟାବଧି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ତଥ୍ୟ  ଉପସ୍ଥାପନ କରିଥିଲେ ।  ବୈଠକରେ ଅବକାରୀ ବିଭାଗ, ପୁଲିସ୍ ପ୍ରଶାସନ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର  ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ବିଶେଷ କରି ବିଦ୍ୟାଳୟ, ମହାବିଦ୍ୟାଳୟ ପରିସର ଏବଂ ସଂଲଗ୍ନ ଅଂଚଳରେ ବେଆଇନ୍‌ ନିଶାଦ୍ରବ୍ୟ ବିକ୍ରୟ , ସେବନ ଓ କାରବାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ସବୁ ବିଦ୍ୟାଳୟ ମହାବିଦ୍ୟାଳୟକୁ ଡ୍ରଗ୍‌ ଫ୍ରି କ୍ୟାମ୍ପସ (ନିଶଦ୍ରବ୍ୟ ମୁକ୍ତ ପରିସର) କରିବା ପାଇଁ ସଚେତନ କରାଯିବା ସହିତ ନିରାପଦ ଶିକ୍ଷା ପରିବେଶ ସୃଷ୍ଟି ପାଇଁ ଜିରୋ ଟଲେରାନ୍ସ ନୀତି ପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି।

ସେଥିପାଇଁ ପିତାମାତା ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଅଧ୍ୟକ୍ଷ ଅଧ୍ୟକ୍ଷାମାନଙ୍କ ସହିତ ପୁଲିସ ପଦାଧିକାରୀ ମାନେ ମିଳିତ ଭାବେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାକୁ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ପ୍ରଶାସନ, ଅବକାରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ  ଏବଂ ଅନ୍ୟ ସମ୍ପୃକ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଟାକ୍ସ  ଫୋର୍ସ ମାଧ୍ୟମରେ ବ୍ୟାପକ  ଚଢ଼ାଉ ଓ ସଚେତନତାକୁ ଗୁରୁତ୍ୱ ଦେବାକୁ  ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟ, ମହା ବିଦ୍ୟାଳୟ ପରିସର ଓ ସଂଲଗ୍ନ ଅଂଚଳରେ ସଚେତନତା ପାଇଁ ସୂଚନା, ଶିକ୍ଷା, ଯୋଗାଯୋଗ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି ।

ନିଶା ସେବନ ପ୍ରତି ଅହେତୁକ ଆକର୍ଷଣ ଯୁବ ବର୍ଗଙ୍କୁ ଗଭୀର କ୍ଷତି ପହଁଚାଉଛି । ଏହା ସାମାଜିକ, ଆଇନଶୃଙ୍ଖଳା ଓ ରାଜ୍ୟର ଅର୍ଥନୈତିକ ସ୍ଥିତି ପ୍ରତି ଗଭୀର ଅନ୍ତରାୟ ସୃଷ୍ଟି କରୁଛି । ଓଡ଼ିଶାର ସୁଦୀର୍ଘ ବେଳାଭୂମି ଏବଂ ଆନ୍ତଃରାଜ୍ୟ ସୀମା ବେଆଇନ୍‌ ନିଶା କାରବାରକୁ ସୁହାଉଛି ।  ନିକଟରେ ବିଦେଶରୁ ଉଚ୍ଚ ମୂଲ୍ୟର ମାରିଜୁଆନା (ଗଞ୍ଜେଇ) ଏବଂ ହାଇଡ୍ରୋପୋନିକ୍‌ ମାରିଜୁଆନା (ଗଞ୍ଜେଇ) ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଜବତ ହୋଇଥିଲା । ଓଡ଼ିଶାରୁ ମଧ୍ୟ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପ୍ରମୁଖ ପ୍ରସଙ୍ଗ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବେଆଇନ୍ ମାଦକ ଦ୍ରବ୍ୟ ଚୋରା ଚାଲାଣ ଓ ନିଶା ଦ୍ରବ୍ୟ ସେବନ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରୁ ଜଣାପଡ଼ିଛି ଯେ, ୨୦୨୫ ଜୁଲାଇ ମାସ ଶେଷ ସୁଦ୍ଧା ୧୬୦୮ କ୍ୱିଣ୍ଟାଲ ଗଂଜେଇ ଜବତ କରାଯାଇ ୩୮୫ ଟି ମାମଲା ରୁଜୁ ପୂର୍ବକ ୧୧୬୨ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ୯ କି.ଗ୍ରା ୭୯୯ ଗ୍ରାମ ବାଉନ୍‌ ସୁଗାର ଜବତ ହେବା ସହ ୧୪୨ ଟି ମାମଲା ରୁଜୁ କରାଯାଇ ୨୯୨ ଜଣଙ୍କୁ ଗିରଫ  କରାଯାଇଛି । ସେହିଭଳି ୧୦୦ ମି.ଲି. ବିଶିଷ୍ଟ ୨୬,୮୭୪ ବୋତଲ ତରଳ କାଶ  ଔଷଧ (କଫ୍  ସିରମ) ଜବତ ପୂର୍ବକ ୨୮ ଟି ମାମଲା ରୁଜୁ କରାଯାଇ ୮୩ ଜଣଙ୍କୁ ଗିରଫ କରାଯାଇଛି । ୨୭ ହଜାର ୭୨୨ ଏକର ଗଞ୍ଜେଇ ଚାଷ ଜବତ କରାଯାଇ ୬୩୨ ମାମଲା ରୁଜୁ କରାଯାଇଛି । ବିଭିନ୍ନ ଜଙ୍ଗଲରେ ବ୍ୟାପକ ବେଆଇନ୍ ଗଞ୍ଜେଇ ଚାଷ ଓ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆଲୋଚନା କରାଯାଇଥିଲା ।

ବୈକ୍ଷୟିକ ଜ୍ଞାନକୌଶଳ ବ୍ୟବହାରରେ ସର୍ବେକ୍ଷଣ ପ୍ରତି ବୈଠକରେ ଗୁରୁତ୍ୱ ଦିଆଯାଇଛି ।  ବିଭିନ୍ନ ଜିଲ୍ଲାର ବେଆଇନ୍‌ ଗଞ୍ଜେଇ ଚାଷ ଓ ସେଠାରୁ ଚୋରା ଚାଲାଣର ଯୋଗାଣ ଶୃଙ୍ଖଳ (ସପ୍ଲାଏ ଚେନ୍‌) ରୋକାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ସେହିପରି ଅନ୍ୟରାଜ୍ୟକୁ ଓଡ଼ିଶାକୁ ଆସୁଥିବା ବେଆଇନ୍‌ ହେରୋଇନ୍‌ ପ୍ରବେଶକୁ ରୋକିବା ସଂପର୍କରେ ମଧ୍ୟ  କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା କରାଯାଇଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଂଚଳରେ ଅବକାରୀ ବିଭାଗ ତରଫରୁ ୨୭ ଏକର ଅଫିମ ଚାଷ ନଷ୍ଟ କରାଯାଇଥିବା ବେଳେ ସଂଗଠିତ ବେଆଇନ୍‌ ଅଫିମ ଚାଷ ପ୍ରତି କାର୍ଯ୍ୟାନୁଷ୍ଠାନ ସଂପର୍କରେ ପଦକ୍ଷେପ ନିଆଯାଉଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

୨୦୨୪-୨୫ ବର୍ଷରେ ବିଭିନ୍ନ ୧୨ ଟି ଜିଲ୍ଲାରେ ମୋଟ ୯୪୧୮.୮୧ ଏକର ବେଆଇନ୍‌ ଗଂଜେଇ ଚାଷ ନଷ୍ଟ କରାଯାଇ ୧ କୋଟି ୨୭ ଲକ୍ଷ ୪୨ ହଜାର  ୭୨୦ ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।ବେଆଇନ୍‌ ମାଦକ ଦ୍ରବ୍ୟ ଚୋରାଚାଲାଣ, ତଦନ୍ତ, ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ବେଆଇନ୍‌ ଯୋଗାଣ ଶୃଙ୍ଖଳ ରୋକିବା  ପ୍ରତି ଦୃଢ଼ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।

ବେଆଇନ୍‌ ମାଦକ ଦ୍ରବ୍ୟ ଚୋରାଚାଲାଣ ଓ ନିଶାଦ୍ରବ୍ୟ କାରବାର ଉଭୟ ନାର୍କୋଟିକ୍‌ସ୍‌ ବ୍ୟୁରୋ  ଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଏବଂ ରାଜ୍ୟ ପୋଲିସ୍‌ (କ୍ରାଇମ୍‌ ବ୍ରାଞ୍ଚ), ସ୍ୱତନ୍ତ୍ର କ୍ରିୟାନୁଷ୍ଠାନ ବଳ (ଏସ୍‌ଟିଏଫ), ଅବକାରୀ ବିଭାଗ, ଗଙ୍ଗଲ ବିଭାଗ, ରାଜସ୍ୱ ବିଭାଗ, ପରିବହନ ବିଭାଗ ଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥା ପରସ୍ପରିକ ସମନ୍ୱୟରେ ଚଢ଼ଉ କରୁଛନ୍ତି ଓ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହି କାର୍ଯ୍ୟାନୁଷ୍ଠାନକୁ ଅଧିକ ପ୍ରଭାବୀ କରିବାକୁ ମୁଖ୍ୟ ଶାସନ ସଚିବ ଯାହା ଯାହା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ, ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୃହ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ପଞ୍ଚାୟତି ରାଜ ଓ ପାନୀୟ ଜଳ, ଅବକାରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗ ତରଫରୁ  ସମନ୍ୱିତ ପଦକ୍ଷେପ ନିଆଯିବାକୁ ପରାମର୍ଶ ଦିଆଯାଇଛି । ଗୃହ ବିଭାଗ ପକ୍ଷରୁ ଚଢ଼ଉର ନେତୃତ୍ୱ ନିଆଯିବା ତଥ୍ୟ ସଂଗ୍ରହ ଓ ସୀମାରେ ଯାଂଚ ପ୍ରକ୍ରିୟାକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର, କଟକ ସହର ସମେତ ବିଭିନ୍ନ ସହର ଯେଉଁଠି ମାଦକ ଦ୍ରବ୍ୟ କାରବାର ବେଆଇନ୍‌ ଚୋରାଚାଲାଣ ଓ ବ୍ୟବହାର ସଂପର୍କିତ କାର୍ଯ୍ୟକଳାପ ବୃଦ୍ଧି ପାଉଛି, ସେହି ସବୁ ସହରରେ ଚଢ଼ଉ ଓ ସଚେତନତା ଅଭିଯାନକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ ବିଭାଗ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ପୁରୀ, କୋଣାର୍କ ବେଳାଭୂମି ଓ ଚିଲିକା ଅଂଚଳରେ ରାସାୟନିକ ଦ୍ରବ୍ୟରୁ ପ୍ରସ୍ତୁତ ବେଆଇନ୍ ନିଶା ଦ୍ରବ୍ୟ ପ୍ରସ୍ତୁତି ପ୍ରତି ସତର୍କ ଦୃଷ୍ଟି ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗଞ୍ଜେଇ ନିଶା କାରବାର ବାରମ୍ବାର ନିଶା ଦ୍ରବ୍ୟ ଜବତ ମନୋଜ ଆହୁଜା ମାଦକ ଦ୍ରବ୍ୟ ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବାଦ ସ୍ୱନକ୍ଷତ୍ର ଦିବସରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଏମିତି କାହିଁକି କହିଲେ…

October 5, 2025

କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୬୨୦୦୦ କୋଟି ଟଙ୍କାରୁ ଅଧିକ ଯୁବ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ

October 5, 2025

ଖଦି କାରିଗର ମହୋତ୍ସବ ରେ 2,298 ମେସିନ୍ ଏବଂ ଟୁଲକିଟ  ବଣ୍ଟନ କଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025

ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର ଅଭିଯାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

October 4, 2025
Latest News

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025

ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

October 5, 2025

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା, ମୃତଦେହ ଭାରତ ଆଣିବାକୁ ଦାବୀ

October 5, 2025

ସମ୍ବାଦ ସ୍ୱନକ୍ଷତ୍ର ଦିବସରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଏମିତି କାହିଁକି କହିଲେ…

October 5, 2025

କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୬୨୦୦୦ କୋଟି ଟଙ୍କାରୁ ଅଧିକ ଯୁବ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.