Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ପରେ ବଡ ଚିନ୍ତାରେ ଅଛନ୍ତି ବିଜେଡି ନେତା
ଜାତୀୟ ଖବର

ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ପରେ ବଡ ଚିନ୍ତାରେ ଅଛନ୍ତି ବିଜେଡି ନେତା

September 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ
ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ପରେ କାହିଁକି ଚିନ୍ତାରେ ଅଛନ୍ତି ବିଜେଡି ନେତା

By Sarat Paikray

ଭୁବନେଶ୍ବର: ଆଉ ଦିନକ ପରେ ହେବ ଉପରଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ବିଜେଡିର ଯେଉଁ ସାତଟି ଭୋଟ ଅଛି ତା ଉପରେ ଏନଡିଏ ପ୍ରାର୍ଥୀ ଜିତିବା ନିର୍ଭର କରୁ ନାହିଁ। କାରଣ ଏନଡିଏର ଉପରାଷ୍ଟ୍ରପତିଙ୍କୁ ଜିତାଇବାର କ୍ଷମତା ବା ଭୋଟ ତାଙ୍କ ପାଖରେ ରହିଛି। ହେଲେ ପ୍ରଶ୍ନ ଉଠୁଛି ବିଜେଡିର ରାଜ୍ୟସଭାରେ ଥିବା ଏହି ସାତ ସାଂସଦଙ୍କ ଭୂମିକା ଏହି ନିର୍ବାଚନରେ କଣ ହେବ। କାରଣ ଏମାନଙ୍କର ଭୂମିକା ଉପରେ ଦଳର ଭବିଷ୍ୟତ ନିର୍ଭର କରୁଛି। ଏମାନଙ୍କ ନିଷ୍ପତିରେ ତଳ ସ୍ତରର କର୍ମିଙ୍କ ଉତ୍ସାହ ନିର୍ଭର କରୁଛି।

ତେବେ ସବୁଠାରୁ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ତାହା ହେଲା ଏପରି ଏକ ଘଡିଷନ୍ଧି ମୂହୁର୍ତ୍ତରେ ନବୀନ ଦିଲ୍ଲୀ ଯିବାର କାରଣକୁ ନେଇ। କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ନବୀନ ଦିଲ୍ଲୀରେ ବିଜେଡି ସାଂସଦଙ୍କ ସହିତ ଆଲୋଚନା କରି ନିଷ୍ପତି ନେବେ। ହେଲେ ନବୀନ ଏହି ନିଷ୍ପତି ପାଇଁ ଦିଲ୍ଲୀ ଯିବାର କୌଣସି ଆବଶ୍ୟକତା ହିଁ ନାହିଁ। କାରଣ ସେ ନବୀନ ନିବାସରୁ ବସି ନିଷ୍ପତି ଗ୍ରହଣ କରିପାରିବେ। ଗୋଟିଏ ଫୋନ କରି ଦଳର ନିଷ୍ପତି କଣ ତାହା ଜଣାଇ ଦେଇ ପାରିବେ।

ନବୀନ ଦିଲ୍ଲୀ ଯିବା ନେଇ ସାଧାରଣରେ ଯେତିକି ଆଲୋଚନା ହେଉ ନାହିଁ, ବିଜେଡି ନେତା ମାନେ ବହୁ ଚିନ୍ତାରେ ଅଛନ୍ତି। କାରଣ ବିଜେଡି ନେତାମାନେ ଭଲଭାବେ ଜାଣିଛନ୍ତି ଯେ, ଯଦି ନବୀନ କୌଣସି ପ୍ରକାରର ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କହିବେ ତେବେ କଥା ସରିଲା। ସେମାନେ ଆଉ କର୍ମିଙ୍କୁ ମୁହଁ ଦେଖାଇ ପାରିବେ ନାହିଁ କି ରାସ୍ତାରେ ଚାଲିପାରିବେ ନାହିଁ।

ପୂର୍ବରୁ ବିଜେଡିର ତୁଙ୍ଗ ନେତାମାନେ ଶଙ୍ଖ ଭବନରେ ଏକ ବୈଠକ କରି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବା ପାଇଁ ପ୍ରସ୍ତାବ କରିଛନ୍ତି। ଏହି ପ୍ରସ୍ତାବ ନବୀନଙ୍କୁ ମଧ୍ୟ ସେମାନେ ଅବଗତ କରାଇଛନ୍ତି। ହେଲେ କହିଛନ୍ତି ଏହା ଉପରେ ନବୀନ ଯାହା ନିଷ୍ପତି ଗ୍ରହଣ କରିବେ। କାରଣ ସେହି ନେତାମାନେ ଭଲ ଭାବେ ଜାଣନ୍ତି ଯେ, ତାଙ୍କ ନିଷ୍ପତିର କୌଣସି ମୂଲ୍ୟ ରଖେ ନାହିଁ।

ସେହିପରି ନିକଟରେ ନବୀନ ନିବାସରେ ବିଜେଡିର ରାଜନୈତିକ ବ୍ୟାପାର କମିଟ ବୈଠକ ବସିଥିଲା। ସେଥିରେ ପ୍ରକୃତରେ କଣ ଆଲୋଚନା ହେଲା ତାହା ଜଣାପଡି ନାହିଁ। ହେଲେ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବା ପାଇଁ କୁଆଡେ ସମସ୍ତେ କହିଛନ୍ତି ବୋଲି ଜଣାପଡିଛି। ହେଲେ ନବୀନ ସେମାନଙ୍କ ମତକୁ ହଁ କିମ୍ବା ନାହିଁ ବୋଲି କହି ନାହିଁନ୍ତି। ଫଳରେ ସେମାନେ ସମସ୍ତେ ବର୍ତ୍ତମାନ ବଡ ଦ୍ବନ୍ଦରେ ରହିଛନ୍ତି ବା ଚିନ୍ତା ଗ୍ରସ୍ତ ଅଛନ୍ତି। କାରଣ ବିଜେଡିର ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରାଯାଉ ବୋଲି ଚାହାଁନ୍ତି।

ଗତ ୱାକଫ ବିଲ ବେଳ ବଡ ହିନସ୍ତା ପରିସ୍ଥିତିରେ ବିଜେଡି ପଡିଥିଲା। ସେତେବେଳେ ବୈଠକରେ ନିଷ୍ପତି ହେଲା ବିଲକୁ ବିରୋଧ କରାଯିବ, ହେଲେ ପରେ ବିବେକା ଅନୁମୋଦିତ ଭୋଟ ଦେବା ପାଇଁ ସାଂସଦ ସସ୍ମିତ ପାତ୍ର ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲେ। ଯାହାକୁ ନେଇ ତୁମ୍ବି ତୋଫାନ ହୋଇଥିଲା। ବହୁ ବିଜେଡି ନେତା ସେତେବେଳେ ସାଂସଦ ସସ୍ମିତ ପାତ୍ର ଉପରେ ରାଗ ତମତମ ହୋଇଥିଲେ। ଏହାକୁ ନେଇ ଘଟଚମଟ ଲାଗି ରହିଲା। ପରେ ଏହି ପ୍ରସଂଗ ଶାନ୍ତି ପଡିଲା। ଏବେ ସେହିପରି କିଛି ସ୍ଥିତି ହୋଇଯିବ କି କଣ ସେ ନେଇ ଏହି ନେତାମାନେ ସନ୍ଦେହରେ ରହିଛନ୍ତି।

Read English News– DRDO’s Defence Technology and Test Centre (DTTC), Lucknow conducted a conclave at Amausi Campus on September 06, 2025 to apprise and collaborate with MSMEs & start-ups for Defence R&D and production with an aim to further develop the Uttar Pradesh Defence Industrial Corridor. More than 100 participants from various MSMEs, Start-Ups ( CLICK HERE)

BJD Naveen Patnaik sarat paikray ଉପରଷ୍ଟ୍ରପତି ନିର୍ବାଚନ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ

September 7, 2025

ଭୁବନେଶ୍ବରରେ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ

September 7, 2025

ପ୍ରକାଶ ପାଇଲା ୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଜର୍ସି

September 7, 2025

ଏୟାର ଇଣ୍ଡିଆର ବଡ଼ ଘୋଷଣା, ସେବା ଅଭାବ ହେଲେ ଯାତ୍ରୀମାନଙ୍କୁ ମିଳିବ ଏହି ଉପହାର

September 7, 2025
Latest News

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ

September 7, 2025

ଭୁବନେଶ୍ବରରେ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ

September 7, 2025

ପ୍ରକାଶ ପାଇଲା ୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଜର୍ସି

September 7, 2025

ଏୟାର ଇଣ୍ଡିଆର ବଡ଼ ଘୋଷଣା, ସେବା ଅଭାବ ହେଲେ ଯାତ୍ରୀମାନଙ୍କୁ ମିଳିବ ଏହି ଉପହାର

September 7, 2025

କେଦାରନାଥ ଏବଂ ବଦ୍ରିନାଥ ଧାମରେ ​​ଗ୍ରୀନ ବେଲ୍ଟ ପ୍ରକଳ୍ପର କାମ ଆରମ୍ଭ, ଏହିପରି ଲାଭ ପାଇବେ ଶ୍ରଦ୍ଧାଳୁ

September 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.