Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫସଫେଟ ଓ ପଟାସ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍‌ ମଞ୍ଜୁରି
ଜାତୀୟ ଖବର

ଫସଫେଟ ଓ ପଟାସ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍‌ ମଞ୍ଜୁରି

October 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ୍‌ ଅନୁମୋଦନ
୨୦୩୦-୩୧ ପର୍ଯ୍ୟନ୍ତ ‘ବିକଶିତ ଭାରତ-VISTAR’ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଫସଫେଟ ଏବଂ ପଟାସ (ପିଆଣ୍ଡକେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦର ସ୍ଥିର କରିବା ଲାଗି ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ରବି ଋତୁ 2025-26 (01.10.2025 ରୁ 31.03.2026) ପାଇଁ ଏହି ସବସିଡି ଲାଗୁ ହେବ। ରବି ଋତୁ 2025-26 ପାଇଁ ଅସ୍ଥାୟୀ ବଜେଟ୍ ଆବଶ୍ୟକତା ପାଖାପାଖି 37,952.29 କୋଟି ଟଙ୍କା ହେବ। ଏହା ଖରିଫ ଋତୁ 2025 ପାଇଁ ବଜେଟ ଆବଶ୍ୟକତା ଠାରୁ 736 କୋଟି ଟଙ୍କା ଅଧିକ।

ଡାଇ ଆମୋନିୟମ ଫସଫେଟ୍‌ (ଡିଏପି) ଏବଂ ଏନପିକେଏସ (ନାଇଟ୍ରୋଜେନ, ଫସଫରସ, ପଟାସ, ସଲଫର) ଗ୍ରେଡ୍‌ ସମେତ ପିଏଣ୍ଡକେ ସାର ଉପରେ ସବସିଡି ଦର 2025-26 ରବି ଋତୁ (01.10.2025 ରୁ 31.03.2026 ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ଦରରେ ଲାଗୁ ହେବ। ଏହାଫଳରେ ଚାଷୀମାନେ ଶସ୍ତା ଦରରେ ସହଜରେ ଏହି ସାର ପାଇପାରିବେ।

ଲାଭ:

ଚାଷୀମାନଙ୍କୁ ସବସିଡିଯୁକ୍ତ, ସୁଲଭ ଏବଂ ଯୁକ୍ତିଯୁକ୍ତ ମୂଲ୍ୟରେ ସାର ଉପଲବ୍ଧତା ସୁନିଶ୍ଚିତ କରାଯିବ।

ସାର ଏବଂ କୃଷି ଇନପୁଟର ଅନ୍ତର୍ଜାତୀୟ ଦରର ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ପିଏଣ୍ଡକେ ଉପରେ ସବସିଡିକୁ ଯୁକ୍ତିସଂଗତ କରାଯାଇପାରିବ।

କ୍ୟାବିନେଟ୍ ମଞ୍ଜୁରି ନରେନ୍ଦ୍ର ମୋଦୀ ପଟାସ ସାର ପୋଷକ ତତ୍ତ୍ୱ ଆଧାରିତ ସବସିଡି ଫସଫେଟ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ୍ ମନସୁନ୍ ଥଣ୍ଡର’ର ସଫଳତା ପାଇଁ ଏନସିବି ଓ ୟୁଏସ୍ ଡିଇଏକୁ ଗୃହମନ୍ତ୍ରୀଙ୍କ ଅଭିନନ୍ଦନ

November 22, 2026

୩.୮୩ କୋଟିର ସୁନା ବିସ୍କୁଟ ଜବତ, ଦୁଇ ଜଣ ଗିରଫ

November 22, 2026

ଭାରତ ଏଆଇ ବିପ୍ଳବର ନେତୃତ୍ୱ ନେଇପାରିବ: ପ୍ରଫେସର ସିତାରାମ

November 22, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା ୨୦୨୬’ ଉଦ୍‌ଯାପିତ

November 22, 2026
Latest News

କମ୍ପାନୀ ପୁନର୍ଗଠନ ଓ ମିଶ୍ରଣରେ ଷ୍ଟାମ୍ପ ଡ୍ୟୁଟି ରିହାତି, ଏମ୍‌ଏସ୍‌ଏମ୍‌ଇଙ୍କୁ ଶତପ୍ରତିଶତ ଛାଡ଼

November 22, 2026

ଷ୍ଟ୍ରିଟ୍‌ ଲାଇଟ୍‌ ପାଣ୍ଠି ହେରଫେର ମାମଲାରେ ୩ ଗିରଫ

November 22, 2026

ବିହାରର ଦୁଇ ବନ୍ଧୁକ ବେପାରୀ ଗିରଫ: ଜଟଣୀରୁ ୬ ପିସ୍ତଲ ଓ ୮ ଗୁଳି ଜବତ

November 22, 2026

‘ଅପରେସନ୍ ମନସୁନ୍ ଥଣ୍ଡର’ର ସଫଳତା ପାଇଁ ଏନସିବି ଓ ୟୁଏସ୍ ଡିଇଏକୁ ଗୃହମନ୍ତ୍ରୀଙ୍କ ଅଭିନନ୍ଦନ

November 22, 2026

୩.୮୩ କୋଟିର ସୁନା ବିସ୍କୁଟ ଜବତ, ଦୁଇ ଜଣ ଗିରଫ

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.