ଭୁବନେଶ୍ବର: ନୂଆପଡା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବର୍ତ୍ତମାନ ବେଶ ସରଗରମ। କାରଣ ଏଥର ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ପ୍ରଥମ ଥର ପାଇଁ ଏହି ଉପନିର୍ବାଚନର ସମ୍ମୁଖୀନ ହେଉଛି। ତେଣୁ ସରକାରୀ ଦଳ ଏଥିରେ କେତେ ସଫଳ ହେଉଛି ତାହା ଦେଖିବା ପାଇଁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସମୀକ୍ଷକମାନେ ମଧ୍ୟ ଅପେକ୍ଷା କରିଛନ୍ତି।
ତେବେ ଏ ନେଇ ‘ଦ ସମୀକ୍ଷା’ ତରଫରୁ ନୂଆପଡା ହାଲଚାଲ ଜାଣିବା ପାଇଁ ସେଠାକାର କିଛି ବୁଦ୍ଧିଜୀବି, ଓକିଲ, ତଥା ସାମ୍ବାଦିକଙ୍କ ସହିତ ଯୋଗଯୋଗ କରାଯାଇଥିଲା। ବର୍ତ୍ତମାନ ନୂଆପଡାରେ କେଉଁ ଦଳର ସ୍ଥିତି କଣ ଅଛା ତାହା ପଚରାଯାଇଥିଲା। ତେବେ ସେମାନଙ୍କ ଉତ୍ତର ଯାହା ଆସିଲା ତାହା ବଡ ଆଶ୍ଚର୍ଯ୍ୟଜନକ ଥିଲା। କାରଣ ସେମାନଙ୍କ ମଧ୍ୟରୁ ଅନେକ ଗୋଟିଏ କଥା କହିଥିଲେ। ରାଜନୈତିକ ଦଳଗୁଡିକ ମଧ୍ୟରେ ମଧ୍ୟ ସେହି କଥାକୁ ନେଇ କୁଆଡେ ବଡ ଆଲୋଚନା ଚାଲିଛି।
ଯେଉଁ ଆଶ୍ଚର୍ଯ୍ୟଜନକ କଥାଟି ଅଛି ତାହା କହିବା ପୂର୍ବରୁ ସେମାନଙ୍କ ଯୁକ୍ତି ହେଲା ଯେ, ଯଦି ବିଜେଡି ସରକାରରେ ଥାଆନ୍ତା ତେବେ ନୂଆପଡା ତାଙ୍କର ହେବ ବୋଲି କହି ହୁଅନ୍ତା। କାରଣ ପୂର୍ବରୁ ବହୁ ଉଦାହରଣ ରହିଛି ଅନେକ ଉପନିର୍ବାଚନରେ ବିଜେଡି ଜିତାପଟ ମାରିଛି। ହେଲେ ଏଥର ବିଜେଡି ସରକାରରେ ନାହିଁ, ତେଣୁ ଏହି ନୂଆପଡା ଉପନିର୍ବାଚନ ଗଣିତ କଣ ହେବ ବର୍ତ୍ତମାନ ଆକଳନ କରିବା ସମ୍ଭବ ନୁହେଁ।
ସେହିପରି ଆଉ କେତେକ କହିଥିଲେ ଯେ. ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ନେଇ ବର୍ତ୍ତମାନ ତୃଣମୂଳ ସ୍ତରରେ ଦ୍ବନ୍ଦ ଲାଗିରହିଛି। ସେମାନଙ୍କର କହିବା କଥା ଜୟ ବିଜେପିକୁ ଆସିବା ପରେ ଉଭୟ ବିଜେଡି ଓ ବିଜେପି କର୍ମି ଅସନ୍ତୁଷ୍ଠ ହୋଇପଡିଛନ୍ତି। ଜୟ ବିଜେଡି ଛାଡି ବିଜେପି ଗଲେ ମଧ୍ୟ ନବେ ଭାଗ ବିଜେଡି କର୍ମି ତାଙ୍କ ହାତ ଛାଡିଦେଲେ।
Reliance Jio Hotspots Delivers 219.43 Mbps 5G Download Speed in Odisha ( Click Here To Read)
ସେହିପରି ସେ ବିଜେଡିରୁ ବିଜେପିକୁ ଡେଇଁବା ପରେ ବିଜେପିର କଟ୍ଟର କର୍ମି ମଧ୍ୟ ଅସନ୍ତୁଷ୍ଟ ହୋଇପଡିଛନ୍ତି। ତ୍ରୁଣମୂଳ ସ୍ତରରେ କର୍ମିମାନେ ଗତ ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ। ଫଳରେ ବହୁ ବିଜେପି କର୍ମି ଜୟଙ୍କୁ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଫଳରେ ନୂଆପଡାରେ ବର୍ତ୍ତମାନ ଜୟ ଢୋଲକିଆଙ୍କୁ ନେଇ ଏକ ବିଚିତ୍ର ପରିସ୍ଥିତି ଉପୁଜିଛି ବୋଲି ଅନେକଙ୍କର ମତ।
ତେବେ ବହୁ ବ୍ୟକ୍ତିଙ୍କର ଯେଉଁ ଏକ ଆଶ୍ଚର୍ଯ୍ୟଜନକ ଉତ୍ତର ଥିଲା ତାହା ହେଲା ଯେ, ବର୍ତ୍ତମାନ ନୂଆପଡାରେ କିଏ ଜିତିବି କହିହେବ ନାହିଁ। କାରଣ ବିଜେଡି ବିଜେପି ବର୍ତ୍ତମାନ ଟକ୍କରାଟକ୍କରୀ ପରିସ୍ଥିତିରେ ଅଛନ୍ତି। ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରକୁ ଆସିଲେ ସ୍ଥିତି କଣ ହେବ ଏବେ କହିହେବ ନାହିଁ। ନବୀନ ନୂଆପଡା ପ୍ରଚାର ସାରି ଯିବା ପରେ ନୂଆପଡାରେ କିଏ ଜିତିବ ତାହା ଆକଳନ କରିବା ସମ୍ଭବ ହେବ ବୋଲି ପ୍ରାୟ ସମସ୍ତେ ମତ ଦେଇଥିଲେ।
INTACH and Sri Sri University Sign MoU For Heritage Studies (Click Here To Read)


