Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୨୦୨୫ ବର୍ଷ ପାଇଁ ୧,୪୬୬ ଜଣଙ୍କୁ ‘କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ’
ଜାତୀୟ ଖବର

୨୦୨୫ ବର୍ଷ ପାଇଁ ୧,୪୬୬ ଜଣଙ୍କୁ ‘କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ’

October 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୬’ ପାଇଁ ଦୁଇଟି ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ୨୦୨୫ ବର୍ଷ ପାଇଁ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍)/କେନ୍ଦ୍ରୀୟ ପୋଲିସ ସଙ୍ଗଠନ (ସିପିଓ) ର ୧୪୬୬ ଜଣ କର୍ମଚାରୀଙ୍କୁ ‘କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ କରାଯାଇଛି। 

ଉତ୍କୃଷ୍ଟ କାର୍ଯ୍ୟକୁ ସ୍ୱୀକୃତି ଦେବା, ଉଚ୍ଚ ବୃତ୍ତିଗତ ମାନକକୁ ପ୍ରୋତ୍ସାହିତ କରିବା ଏବଂ ନିମ୍ନଲିଖିତ ଚାରୋଟି କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀ/ଅଧିକାରୀଙ୍କ ମନୋବଳ ବୃଦ୍ଧି ପାଇଁ ଏହି ପଦକ ଦିଆଯାଏ।

ସ୍ୱତନ୍ତ୍ର ଅପରେସନ

ଅନୁସନ୍ଧାନ

ଗୁଇନ୍ଦା

ଫରେନସିକ ସାଇନ୍ସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିବା ‘କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ’ ସମସ୍ତ ପୋଲିସ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବ।

ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ୧ ଫେବୃଆରୀ, ୨୦୨୪ ମସିହାରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ “କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ” ପ୍ରତିଷ୍ଠା କରାଯାଇଛି। ଅପରେସନରେ ଉତ୍କର୍ଷତା, ଅନୁସନ୍ଧାନରେ ଉତ୍କୃଷ୍ଟ ସେବା, ଅସାଧାରଣ ପ୍ରଦର୍ଶନ, ଅଦମ୍ୟ ଏବଂ ସାହସୀ ଗୁଇନ୍ଦା ସେବା, ଫରେନସିକ୍ ବିଜ୍ଞାନ କ୍ଷେତ୍ରରେ ସେବା କରୁଥିବା ସରକାରୀ ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ପ୍ରଶଂସନୀୟ କାର୍ଯ୍ୟ ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ ସମଗ୍ର ଭାରତରେ ପୋଲିସ ବାହିନୀ, ସୁରକ୍ଷା ସଂଗଠନ, ଗୁଇନ୍ଦା ଶାଖା/ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/କେନ୍ଦ୍ରୀୟ ପୋଲିସ ସଂଗଠନ (ସିପିଓ)/କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଏବଂ ଫରେନସିକ୍ ବିଜ୍ଞାନ (କେନ୍ଦ୍ର/ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ) ର ସଦସ୍ୟମାନଙ୍କୁ ପ୍ରଦାନ କରାଯାଇଥାଏ ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଅକ୍ଟୋବର ୩୧ତାରିଖରେ ଏହି ପଦକ ଘୋଷଣା କରାଯାଇଥାଏ।

ପୁରସ୍କାର ବିଜେତାମାନଙ୍କ ତାଲିକା ଗୃହ ମନ୍ତ୍ରଣାଳୟର ୱେବସାଇଟ-https://www.mha.gov.in ରେ ଉପଲବ୍ଧ।

ଅନୁସନ୍ଧାନ ଓ ଗୁଇନ୍ଦା କାର୍ଯ୍ୟ ଅମିତ ଶାହ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଦକ୍ଷତା ପଦକ ନରେନ୍ଦ୍ର ମୋଦୀ ଶୌର୍ଯ୍ୟବାନ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ କେରଳମ୍‌ ଓ ରାଜସ୍ଥାନ ଗଣମାଧ୍ୟମ ପ୍ରତିନିଧି

September 16, 2026

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026
Latest News

ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ କେରଳମ୍‌ ଓ ରାଜସ୍ଥାନ ଗଣମାଧ୍ୟମ ପ୍ରତିନିଧି

September 16, 2026

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ରାଶିଫଳ: ସେପ୍ଟେମ୍ବର ୧୬ ତାରିଖ ବୁଧବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.