Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ଫ୍ଲାଟ ବିକ୍ରି କରିବ ବିଡିଏ, 2 BHK ଓ 3 BHK ର ମୂଲ୍ୟ ହେଲା…
ଜାତୀୟ ଖବର

ଭୁବନେଶ୍ବରରେ ଫ୍ଲାଟ ବିକ୍ରି କରିବ ବିଡିଏ, 2 BHK ଓ 3 BHK ର ମୂଲ୍ୟ ହେଲା…

November 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର
ଭୁବନେଶ୍ବରରେ ଫ୍ଲାଟ ବିକ୍ରି କରିବ ବିଡିଏ, 2 BHK ଓ 3 BHK ର ମୂଲ୍ୟ ହେଲା...

ଭୁବନେଶ୍ବର: ବହୁ ବର୍ଷ ଧରି ବିବାଦରେ ଛନ୍ଦି ହୋଇପଡିଥିବା ବିଡିଏର ଏକାମ୍ର ରେସିଡେନ୍ସିର ଭାଗ୍ୟ ଏବେ ଖୋଲିଲା। ଏହି ବହୁତଳ ଆପର୍ଟମେଣ୍ଟରର ଫ୍ଲାଟ ବିକ୍ରି ଆରମ୍ଭ ହେବ। ଏ ନେଇ ଭୁବନେଶ୍ବର ଉନ୍ନୟନ କର୍ତ୍ତୁପକ୍ଷରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି।  ଏଥିରେ ଭୁବନେଶ୍ବରରେ ରହିବାକୁ ଥିବା ଲୋକଙ୍କୁ ବିଡିଏ ସୁଲଭ ଦରରେ ଅର୍ଥାତ ବଜାର ଦରରୁ କମ ମୂଲ୍ୟରେ ଫ୍ଲାଟ ଯୋଗାଇ ଦେବ ବୋଲି ନିଷ୍ପତି ହୋଇଛି।

ଏହି ଆପାର୍ଟମେଣ୍ଟ ଭୁବନେଶ୍ବରର ସୁବୁଦ୍ଧିପୁର ମୌଜା ବା କଳିଙ୍ଗ ବିହାର ନିକଟରେ ଅବସ୍ଥିତ। ଏହା ଟାଟା ଆରିୟାନ, ଟ୍ରାଇଡେଣ୍ଟ ଗାଲାକ୍ସି ଏବଂ ଗ୍ରେସ ଆପାର୍ଟମେଣ୍ଟ ପାଖରେ ନିର୍ମାଣ କରାଯାଇଛି। ଏହାର କାମ ପ୍ରାୟ ଶେଷ ହୋଇଯାଇଛି। ହେଲେ ଏହାର ନିର୍ମାଣ କାମ ନେଇଥିବା ବିଲଡର ଏବଂ ବିଡିଏ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ତାହା ଲୋକଙ୍କୁ ହସ୍ତାନ୍ତର କରାଯାଇ ପାରୁ ନ ଥିଲା। ତାହା ବର୍ତ୍ତମାନ ସମାଧାନ ହେବା ପରେ ବିଡିଏ ଖୁବ ଶିଘ୍ର ଏହାର ବିକ୍ରି ଆରମ୍ଭ କରିବ। ତେବେ ଜାଣନ୍ତୁ ଏହି ପ୍ରକଳ୍ପରେ କଣ ରହିଛି…..

ଏକାମ୍ର ରେସିଡେନ୍ସି ସୁବୁଦ୍ଧିପୁର (କଳିଙ୍ଗ ବିହାର) ଭୁବନେଶ୍ବର

  • ମୋଟ ଜାଗା- 7. 36 ଏକର
  • ମୋଟ ଟାୱାର ସଂଖ୍ୟା- 3
  • ମୋଟ ମହଲା ସଂଖ୍ୟା- 12 ( ବେସମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋର ସହିତ)
  • ମୋଟ ଫ୍ଲାଟ ସଂଖ୍ୟା- 704 ଟି
  • ମୋଟ 2BHK ସଂଖ୍ୟା- 416 ଟି
  • ମୋଟ 3HHK ସଂଖ୍ୟା- 288 ଟି

ଏହି ପ୍ରକଳ୍ପରେ ବେସମେଣ୍ଟରେ ପାର୍କିଂ ସୁବିଧା କରାଯାଇଛି। ସେହିପରି ପ୍ରକଳ୍ପକୁ ଯିବା ପାଇଁ 100 ଫୁଟିଆ ଚଉଡା ରାସ୍ତା ନିର୍ମାଣ ଚାଲିଛି। ଏହି ପ୍ରକଳ୍ପରେ ବିଭିନ୍ନ ପ୍ରକାରର ଆମିନିଟିଜ୍ ମଧ୍ୟ ପ୍ରଦାନ କରାଯାଇଛି। ରୁଫଟପ ସୁଇମିଂ ପୁଲ, ଶିଶୁ ଉଦ୍ୟାନ, ଜିମ୍, ୱାକିଂ ଟ୍ରାକ, ସୌର ପ୍ୟାନେଲ, ଫିଟନେସ ସେଣ୍ଟର, କମ୍ୟୁନିଟ ସେଣ୍ଟର, ବ୍ୟବସାୟ କେନ୍ଦ୍ର ସହିତ ଆହୁରି କିଛି ସୁବିଧା ପ୍ରଦାନ କରାଯାଇଛି।

ତେବେ ଏହି ଫ୍ଲାଟର ବଣ୍ଟନ ପକ୍ରିୟା କିପରି ହେବ ତାହା ନିର୍ଦ୍ଧାରିତ ହୋଇ ନାହିଁ। ହେଲେ 2 BHK ଫ୍ଲାଟ ପାଇଁ ବିଡିଏ 60 ଲକ୍ଷ ଟଙ୍କା ଏବଂ 3 BHK ପାଇଁ 70 ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହି ଅଞ୍ଚଳରେ ବର୍ତ୍ତମାନ 2 BHK ମୂଲ୍ୟ ପ୍ରାୟ 80 ଲକ୍ଷ ଟଙ୍କା ପଡୁଥିବା ବେଳେ 3 BHK ମୂଲ୍ୟ ପ୍ରାୟ 1 କୋଟି ଟଙ୍କା ଉପରେ ରହିଛି। ମୁଖ୍ୟତଃ ସେହି ଅଞ୍ଚଳରେ ବଡବଡ ଘରୋଇ ପ୍ରକଳ୍ପ ଥିବାରୁ ଏହାର ଗୁରୁତ୍ବ ବୃଦ୍ଧି ପାଇଛି। ଏଥିସହିତ ଏହା ପୁରା ବଜାର ଅଞ୍ଚଳ ପାଖରେ ନିର୍ମାଣ ହୋଇଥିବାରୁ ଲୋକଙ୍କର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

bda bhubaneswar Ekamra Residency ଏକାମ୍ର ରେସିଡେନ୍ସି ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.