Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୋପାଳରେ ଜାତୀୟ ଶିକ୍ଷା ନୀତି କର୍ମଶାଳାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଜାତୀୟ ଖବର

ଭୋପାଳରେ ଜାତୀୟ ଶିକ୍ଷା ନୀତି କର୍ମଶାଳାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

December 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୋପାଳରେ ଜାତୀୟ ଶିକ୍ଷା ନୀତି କର୍ମଶାଳାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଭୋପାଳରେ ଜାତୀୟ ଶିକ୍ଷା ନୀତି କର୍ମଶାଳାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଭୋପାଳ: ‘ପୋଷଣ ଅଭିଯାନ’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ତୁଳିତ ପୋଷଣ ସୁନିଶ୍ଚିତ କରିବା ଶିକ୍ଷା ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର। ଉତ୍ତମ ପୋଷଣ ପିଲାମାନଙ୍କର ଏକାଗ୍ରତା ଓ ଶିଖାଇବାର କ୍ଷମତା ବଢ଼ାଇବା ସହ ସେମାନଙ୍କୁ ସ୍ୱାସ୍ଥ୍ୟବାନ, ଆତ୍ମବିଶ୍ୱାସୀ ଏବଂ ସକ୍ଷମ ନାଗରିକ ଭାବରେ ଗଢ଼ି ତୋଳିବାରେ ସହାୟକ ହେବ, ଯାହା ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରବିବାର ଭୋପାଳରେ ଆୟୋଜିତ ‘ଜାତୀୟ ଶିକ୍ଷା ନୀତି ୨୦୨୦ – କ୍ୱିୟାନ୍ୱୟନ, ଆହ୍ୱାନ ଏବଂ ସମ୍ଭାବନା’ ଉପରେ ଏକ ଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ମଧ୍ୟପ୍ରଦେଶ ରାଷ୍ଟ୍ରୀୟ ଶିକ୍ଷା ନୀତି – ୨୦୨୦  ଏବଂ ଭାରତୀୟ ସଂସ୍କୃତି ଉଭୟକୁ ସମାନ ଗତିରେ ଆଗକୁ ବଢ଼ାଇବାରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହେଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଔପନିବେଶିକ ମାନସିକତାରୁ ମୁକ୍ତ ଏକ ଆତ୍ମଗୌରବରେ ପରିପୂର୍ଣ୍ଣ ଶିକ୍ଷା ପ୍ରଣାଳୀ ପ୍ରତିଷ୍ଠା କରିବାକୁ ଆମର ସଂକଳ୍ପ ରହିଛି । ସେ ଆହୁରି କହିଛନ୍ତି, ମଧ୍ୟପ୍ରଦେଶ ଆଗାମୀ ୨୫ ବର୍ଷ ପାଇଁ ଏକ ଯୁବ ପ୍ରଦେଶ ହୋଇ ରହିବ ଏବଂ ବିକଶିତ ଭାରତର ପରିକଳ୍ପନାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏଆଇର ବ୍ୟବହାର ଦ୍ୱାରା ଯେତେବେଳେ ପାରମ୍ପରିକ ଜ୍ଞାନକୁ ନୂତନ ଜ୍ଞାନକୌଶଳ ସହିତ ଯୋଡ଼ାଯିବ, ସେତେବେଳେ ମଧ୍ୟପ୍ରଦେଶ ତଥା ଦେଶର ଅନ୍ୟାନ୍ୟ ରାଜ୍ୟମାନଙ୍କୁ ଏକବିଁଶ ଶତାବ୍ଦୀର ନୂତନ ଦିଗ ମିଳିବ। ଏଥିପାଇଁ ସେ ‘ଏଆଇ ଟ୍ୟୁଟର’ ଭଳି ପଦକ୍ଷେପରେ ମଧ୍ୟପ୍ରଦେଶକୁ ଅଗ୍ରଣୀ ହେବାକୁ ଆହ୍ୱାନ କରିଥିଲେ।

ମଧ୍ୟପ୍ରଦେଶ ସରକାରଙ୍କ ‘ସ୍କୁଲ ଚଲେଁ ହମ୍’ ଅଭିଯାନ ପ୍ରତ୍ୟେକ ପିଲାଙ୍କୁ ବିଦ୍ୟାଳୟ ସହ ଯୋଡ଼ିବା, ଡ୍ରପ-ଆଉଟ ହାର ହ୍ରାସ କରିବା ଏବଂ ଆଧୁନିକ ଶିକ୍ଷଣ ପଦ୍ଧତିଗୁଡ଼ିକୁ ବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଅଧିକରୁ ଅଧିକ ପିଲା ଶିକ୍ଷା ସହିତ ଯୋଡ଼ି ହୋଇ ଜ୍ଞାନ ଏବଂ ସଂସ୍କାରରେ ସଶକ୍ତ ହୋଇ ‘ବିକଶିତ ମଧ୍ୟପ୍ରଦେଶ’ ଏବଂ ‘ବିକଶିତ ଭାରତ’ ର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗେଇ ଚାଲିଛନ୍ତି। ଛାତ୍ରୀମାନଙ୍କୁ ଖେଳକୁଦ, ସାଂସ୍କୃତିକ ପ୍ରଦର୍ଶନ ଏବଂ କରାଟେ ଭଳି ଦକ୍ଷତା ସହିତ ବିଭିନ୍ନ ଏକ୍ସଟ୍ରା-କରିକୁଲାର କାର୍ଯ୍ୟରେ ଉତ୍ସାହର ସହିତ ଭାଗ ନେଉଛନ୍ତି, ଯାହା ପ୍ରଂଶସନୀୟ। ମଧ୍ୟପ୍ରଦେଶ ସରକାରଙ୍କ ଏହି ପଦକ୍ଷେପ ଗୁଣାତ୍ମକ ଶିକ୍ଷା ଏବଂ ସାମଗ୍ରିକ ବିକାଶକୁ ଏକ ନୂଆ ଦିଗ ଦେଇଛି।

ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡଃ ମୋହନ ଯାଦବ ଏବଂ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ ଭୋପାଳର କମଳା ନେହେରୁ ସାନ୍ଦୀପନି କନ୍ୟା ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ।

ଜାତୀୟ ଶିକ୍ଷା ନୀତି କର୍ମଶାଳା ଧର୍ମେନ୍ଦ୍ର ପ୍ରଧାନ ଭୋପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ସୋମନାଥ ସ୍ବାଭିମାନ ପର୍ବ

January 11, 2026

ମିଥ୍ୟା ଦର୍ଶନ ଆଧାରିତ ଚିନ୍ତାଧାରା

January 11, 2026

ତିନି ଦଶନ୍ଧି ଧରି ବିଳମ୍ୱିତ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ: ସମାପ୍ତ ହେଲା 90 ପ୍ରତିଶତ କାମ

January 11, 2026

ଆଜି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

January 11, 2026
Latest News

ସୋମନାଥ ସ୍ବାଭିମାନ ପର୍ବ

January 11, 2026

ମିଥ୍ୟା ଦର୍ଶନ ଆଧାରିତ ଚିନ୍ତାଧାରା

January 11, 2026

ତିନି ଦଶନ୍ଧି ଧରି ବିଳମ୍ୱିତ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ: ସମାପ୍ତ ହେଲା 90 ପ୍ରତିଶତ କାମ

January 11, 2026

ଆଜି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

January 11, 2026

ପୁରୀ ପୌରପାଳିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁନୂଆ ରାସନ କାର୍ଡ ବଣ୍ଟନ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.