Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ପୁସ୍ତକ ‘ସୁବ୍ରତ ଏବେ କେଉଁଠି’ କୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ପୁସ୍ତକ ‘ସୁବ୍ରତ ଏବେ କେଉଁଠି’ କୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ

December 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକ
ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ପୁସ୍ତକ 'ସୁବ୍ରତ ଏବେ କେଉଁଠି' କୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ପୁସ୍ତକ ‘ସୁବ୍ରତ ଏବେ କେଉଁଠି’ ଉନମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଉନମୋଚନ କରିଛନ୍ତି। ଏହି ପୁସ୍ତକଟି ଓଡିଶାର ପ୍ରକାଶନ ସଂସ୍ଥା ବିଦ୍ୟାପୁରୀ ପକ୍ଷରୁ ପ୍ରକାଶିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏହି ଉତ୍ସବରେ ନିଜେ ଗାଳ୍ପିକ ବିଜୟ ନାୟକ ଏବଂ ପ୍ରକାଶକ ଉପସ୍ଥିତ ଥିଲେ।

ଗାଳ୍ପିକ ତଥା ପୂର୍ବତନ ପ୍ରଶାସକ ବିଜୟ ନାୟକ ଓଡିଆ ସାହିତ୍ୟ ଜଗତରେ ଜଣେ ପରିଚିତ ବ୍ୟକ୍ତିତ୍ବ। ସେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହିତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଛନ୍ତି। ଅବସର ପରେ ସେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ମିଡିଆ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ତାଙ୍କର ଗଳ୍ପ ପୁସ୍ତକ ‘ମାୟାବର୍ତ୍ତ’ ତତକାଳୀନ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଉନମୋଚନ କରିଥିଲେ।

ତାଙ୍କ ରଚିତ ପୁସ୍ତକ ‘ଆଦ୍ୟ ଆଷାଢ’, ‘ଅନେକ ଦିନପରେ ବର୍ଷା’,’ଭାରି ମେଘରାତି’, ‘ଆର ଥରକୁ’ ପ୍ରଭୃତି ବେଶ ପାଠକୟ ଆଦୃତି ଲାଭ କରିଛି। ସେହିପରି ତାଙ୍କର ପ୍ରେମ ଗଳ୍ପ ସଙ୍କଳନ ‘ନୀଡ ନିବିଡ’ ମଧ୍ୟ ଏକ ପ୍ରଶଂସନୀୟ ପୁସ୍ତକ। ରାଜ୍ୟରେ ବଢୁଥିବା ଶିଳ୍ପାୟନ ଦ୍ବାରା କ୍ଷତିଗସ୍ତମାନଙ୍କ ଉପରେ ପର୍ଯ୍ୟବେସିତ ତାଙ୍କର ଉପନ୍ୟାସ ‘ଗ୍ରାସ’ ମଧ୍ୟ ବେଶ ଚର୍ଚ୍ଚିତ ପୁସ୍ତକ ଭାବେ ଜଣାଶୁଣା।

ବର୍ତ୍ତମାନ ବିଜୟ ନାୟକଙ୍କ ପ୍ରକାଶିତ ପୁସ୍ତକ ‘ସୁବ୍ରତ ତୁମେ କେଉଁଠି’ ରାଜ୍ୟ ପୁସ୍ତକ ମେଳାର ବିଦ୍ୟାପୁରୀ ଷ୍ଟଲରେ ଉପଲବ୍ଧ।

Bijay Nayak ବିଜୟ ନାୟକ ବିଦ୍ୟାପୁରୀ ରାଷ୍ଟ୍ରପତିଙ୍କ ମିଡିଆ ସଚିବ ସାହିତ୍ୟିକ ବିଜୟ ନାୟକ ସୁବ୍ରତ ତୁମେ କେଉଁଠି
Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.