ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧି ନେଇ ସାରା ରାଜ୍ୟରେ ବିରୋଧ କରାଯାଉଥିବା ସମୟରେ ଏହାକୁ ନେଇ ସରକାରଙ୍କୁ ଚେଙ୍ଗି ଦେଇଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିଧାନସଭାରେ ବିରୋଧୀ ଦଳର ନେତାଙ୍କ ପାଇଁ ଯେଉଁ ଦରମା ବର୍ଦ୍ଧିତ କରାଯାଇଛି ତାହା ମୁଁ ଗ୍ରହଣ କରିବ ନାହିଁ। ତାହାକୁ ତ୍ୟାଗ କଲି।
ଅନ୍ୟପକ୍ଷରେ ସେ ଚିଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ନିବେଦନ କରିଛନ୍ତି ଯେ, ମୋର ବର୍ଦ୍ଧିତ ଦରମା ଓଡିଶାର ଗରିବ ଲୋକଙ୍କର କଲ୍ୟାଣରେ ବିନିଯୋଗ କରନ୍ତୁ। ଏହା ପଛରେ ବାଡି ଭାଙ୍ଗିବନି ହେଲେ ସାପ ମରିବ ନ୍ୟାୟରେ ନବୀନ ବେଶ ଭାବିଚିନ୍ତି ଏହାକୁ ଲେଖିଛନ୍ତି। କାରଣ ବିଧାୟକଙ୍କ ଦରମା ବୃଦ୍ଧିକୁ ସିଧା ବିରୋଧ କଲେ ତାହା ହୁଏତ ବୁମେରାଂ ହୋଇପାରେ। ତେଣୁ ଦରମା ବୃଦ୍ଧିକୁ ବିରୋଧ ନ କରି ନବୀନ ନିଜେ ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।
ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଇଂରାଜୀରେ ଯାହା ଲେଖିଛନ୍ତି ତାହାର ଓଡିଆ ହେଲା..
ଗତ 25 ବର୍ଷରୁ ଅଧିକ ସମୟ ଧରି ମୁଁ ଓଡିଶା ଲୋକଙ୍କର ପ୍ରେମ, ସ୍ନେହ ସମର୍ଥନ ଓ ଆଶୀର୍ବାଦ ପାଇଛି। ମୁଁ ଓଡ଼ିଶାବାସୀଙ୍କ ପ୍ରତି ଏବଂ ମୋ ପ୍ରତି ଏବଂ ମୋ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ପ୍ରେମ ପାଇଁ ମୁଁ ଅତ୍ୟନ୍ତ ଋଣୀ। ପୂର୍ବରୁ ଆମର ପରିବାର କଟକରେ ଥିବା ଆମର ପୈତୃକ ସମ୍ପତ୍ତି ‘ଆନନ୍ଦ ଭବନ’ କୁ ସରାକରଙ୍କୁ ଦାନ କରାଯାଇଛି। ସମାନ ଭାବନାରେ, ମୁଁ ବିରୋଧୀ ଦଳ ନେତାଙ୍କ ପାଇଁ ବୃଦ୍ଧି କରାଯାଇଥିବା ଦରମା ଏବଂ ଭତ୍ତା ତ୍ୟାଗ କରୁଛି। ଯାହାକୁ ଓଡ଼ିଶା ବିଧାନସଭା ନିକଟରେ ପାରିତ କରାଯାଇଛି। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଜୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ସେ ଏହାକୁ ଆମ ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରନ୍ତୁ।

Naveen Patnaik wrote on his post-
I have been blessed by the love, affection and support of the people of #Odisha for the past more than 25 years. I am highly indebted to the people of Odisha and their love towards me and my late father Biju Patnaik.
Previously our family decided to donate its ancestral property ‘Anand Bhawan’ in Cuttack. In the same spirit, I would like to forgo the salary and allowances hiked for Leader of Opposition which the Odisha Legislative Assembly has recently passed. I would like to request Honorable CM Shri @MohanMOdisha
ji to utilize the same for the welfare of poor people of our state.
ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।


