Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ
ଜାତୀୟ ଖବର

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ
ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭାରତୀୟ ଏଆଇ ଷ୍ଟାର୍ଟ-ଅପ୍ସମାନଙ୍କ ସହିତ ଗୋଲଟେବୁଲ ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି।

ଆସନ୍ତା ମାସରେ ଭାରତରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଅନୁଷ୍ଠିତ ହେଉଛି । ତା ପୂର୍ବରୁ ଏହି ସମ୍ମିଳନୀର ଏକ ଅଂଶ “ସମସ୍ତଙ୍କ ପାଇଁ ଏଆଇ: ଗ୍ଲୋବାଲ୍ ଇମ୍ପାକ୍ଟ ଆହ୍ଵାନ” ପାଇଁ ମନୋନୀତ ୧୨ ଜଣ ଭାରତୀୟ ଏଆଇ ଷ୍ଟାର୍ଟଅପ୍ ଏହି ଗୋଲଟେବୁଲ ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ଚିନ୍ତାଧାରା ଏବଂ କାର୍ଯ୍ୟ ସଂପର୍କରେ ଉପସ୍ଥାପନ ଦେଇଥିଲେ।

ଏହି ଷ୍ଟାର୍ଟଅପ ଗୁଡ଼ିକ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଯେପରିକି ଭାରତୀୟ ଭାଷା ଫାଉଣ୍ଡେସନ୍ ମଡେଲ୍, ବହୁଭାଷୀ ଏଆଇ, ଭାଷଣ-ରୁ-ପାଠ୍ୟ, ପାଠ୍ୟରୁ ଅଡିଓ ଏବଂ ପାଠ୍ୟରୁ ଭିଡିଓ; ଇ-କମର୍ସ, ମାର୍କେଟିଂ ଏବଂ ପର୍ସନାଲାଇଜ୍ଡ୍ କଣ୍ଟେଣ୍ଟ ସୃଷ୍ଟି ପାଇଁ ଜେନେରେଟିଭ୍ ଏଆଇ ବ୍ୟବହାର କରି ଥ୍ରୀଡି କଣ୍ଟେଣ୍ଟ; ବିଭିନ୍ନ ଶିଳ୍ପରେ ଡାଟା ପରିଚାଳିତ ନିଷ୍ପତ୍ତି ଗ୍ରହଣ ଲାଗି ଇଞ୍ଜିନିୟରିଂ ସିମୁଲେସନ୍, ମ୍ୟାଟେରିଆଲ ରିସର୍ଚ୍ଚ ଏବଂ ଆଡଭାନ୍ସଡ୍ ଆନାଲିଟିକ୍ସ, ସ୍ୱାସ୍ଥ୍ୟସେବା ନିଦାନ ଏବଂ ଚିକିତ୍ସା ଗବେଷଣା, ଇତ୍ୟାଦି।

ଏହି ବୈଠକ ଅବସରରେ ଏଆଇ ଷ୍ଟାର୍ଟଅପ ଗୁଡ଼ିକ ଭାରତରେ କୃତ୍ରିମ ବୁଦ୍ଧିମତ୍ତା ଇକୋସିଷ୍ଟମକୁ ଆଗକୁ ବଢ଼ାଇବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଏଆଇ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଏବଂ ବିଶାଳ ଭବିଷ୍ୟତ ସମ୍ଭାବନା ଉପରେ ଆଲୋକପାତ କରି ସେମାନେ କହିଥିଲେ ଯେ ବିଶ୍ବରେ ଏଆଇ ନବସୃଜନ ଏବଂ ନିୟୋଜନର କେନ୍ଦ୍ର ଧୀର ଧୀରେ ଭାରତ ଆଡକୁ ସ୍ଥାନାନ୍ତରୀତ ହେଉଛି । ଷ୍ଟାର୍ଟଅପ୍ ପ୍ରତିନିଧିମାନେ କହିଥିଲେ ଯେ, ଭାରତ ଏବେ ଏଆଇ ବିକାଶ ପାଇଁ ଏକ ଦୃଢ଼ ଏବଂ ଅନୁକୂଳ ପରିବେଶ ପ୍ରଦାନ କରୁଛି, ଯାହା ଦେଶକୁ ବିଶ୍ୱ ଏଆଇ ମାନଚିତ୍ରରେ ଦୃଢ଼ ଭାବରେ ପ୍ରତିଷ୍ଠା କରୁଛି।

ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ସମାଜକୁ ପରିବର୍ତ୍ତନ କରିବାରେ କୃତ୍ରିମ ବୁଦ୍ଧିମତ୍ତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଭାରତ ଆସନ୍ତା ମାସରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆୟୋଜନ କରିବ, ଯାହା ମାଧ୍ୟମରେ ଦେଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ରୂପାନ୍ତରଣ ଆଣିବା ପାଇଁ ନିରନ୍ତର ପ୍ରୟାସ କରୁଛି।

ଷ୍ଟାର୍ଟଅପ୍ ଏବଂ ଏଆଇ ଉଦ୍ୟୋଗୀମାନଙ୍କୁ ଭାରତର ଭବିଷ୍ୟତର ସହ-ନିର୍ମାତା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ କହିଥିଲେ ଯେ ଦେଶରେ ନବସୃଜନ ଏବଂ ସେଗୁଡ଼ିକର ବଡ଼ ଧରଣର କାର୍ଯ୍ୟାନ୍ୱୟନ ପାଇଁ ଅପାର ସମ୍ଭାବନା ରହିଛି। ସେ ଆହୁରି କହିଥିଲେ ଯେ ଭାରତ ବିଶ୍ୱ ସମ୍ମୁଖରେ ଏକ ଅନନ୍ୟ ଏଆଇ ମଡେଲ୍ ଉପସ୍ଥାପନ କରିବା ଉଚିତ ଯାହାକି “ମେଡ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ଦି ୱାର୍ଲ୍ଡ” ଆତ୍ମାକୁ ପ୍ରତିଫଳିତ କରୁଥିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଉପରେ ବିଶ୍ୱର ବିଶ୍ୱାସ ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ଭାରତୀୟ ଏଆଇ ମଡେଲଗୁଡ଼ିକ ନୈତିକ, ନିରପେକ୍ଷ, ସ୍ୱଚ୍ଛ ଏବଂ ଡାଟା ଗୋପନୀୟତା ନୀତି ଉପରେ ଆଧାରିତ ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଭାରତୀୟ ଷ୍ଟାର୍ଟଅପଗୁଡ଼ିକ ବିଶ୍ବ ସ୍ତରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ କାମ କରିବା ଉଚିତ। ସେ ଉଲ୍ଲେଖ କରିଥିଲେ ଯେ ଭାରତ ବିଶ୍ବରେ ସୁଲଭ ଏଆଇ, ସମାବେଶୀ ଏଆଇ ଓ ମୀତବ୍ୟୟୀ ଉଦ୍ଭାବନକୁ ପ୍ରୋତ୍ସାହିତ କରିପାରିବ। ସେ ଆହୁରି ମଧ୍ୟ ପରାମର୍ଶ ଦେଇଥିଲେ ଯେ, ଭାରତୀୟ ଏଆଇ ମଡେଲଗୁଡ଼ିକ ସ୍ବତନ୍ତ୍ର ହେବା ସହିତ ସ୍ଥାନୀୟ ଓ ପାରମ୍ପରିକ କଣ୍ଟେଣ୍ଟ ଓ  ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରାଯିବା ଉଚିତ।

ଏହି ବୈଠକରେ ଅବତାର, ଭାରତଜେନ୍, ଫ୍ରାକ୍ଟଲ୍, ଗାନ୍, ଜେନଲୁପ୍, ଜ୍ଞାନୀ, ଇଣ୍ଟେଲିହେଲ୍ଥ, ସର୍ବମ, ଶୋଧ ଏଆଇ, ସୋକେଟ୍ ଏଆଇ, ଟେକ୍ ମହିନ୍ଦ୍ରା ଏବଂ ଜେଣ୍ଟେଇକ୍ ସମେତ ଭାରତୀୟ ଏଆଇ ଷ୍ଟାର୍ଟ-ଅପ୍ସର ସିଇଓ, ମୁଖ୍ୟ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତିନ୍ ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ।

ଏଆଇ ଷ୍ଟାର୍ଟଅପ ଗୋଲଟେବୁଲ ବୈଠକ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026
Latest News

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.