Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ
ଜାତୀୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି
ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିର୍ଦ୍ଧାରିତ ସମୟରେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ସେ ପହଞ୍ଚିଥିଲେ। ବିମାନ ବନ୍ଦରରେ ରାଜ୍ୟପାଳ ଡ ହରିବାବୁ କୁମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବରିଷ୍ଠ ଅଧିକାରୀଗଣ ତାଙ୍କୁ ସ୍ବାଗତ କରିଥିଲେ। ଆଜି ରାଷ୍ଟ୍ରପତି ଲୋକଭବନରେ ରାତ୍ରିଯାପନ କରିବେ।

ଆସନ୍ତାକାଲି ରାଷ୍ଟ୍ରପତି ସ୍ବତନ୍ତ୍ର ହେଲିକାପ୍ଟରରେ ଯାଜପୁର ଗସ୍ତ କରିବେ। ସେଠାରେ ସେ ମା ବିରଜାଙ୍କୁ ଦର୍ଶନ କରିବା ସହିତ ସ୍ବତନ୍ତ୍ର ପୂଜା କରିବେ। ରାଷ୍ଟ୍ରପତି ମନ୍ଦିରରେ ପ୍ରାୟ ଦେଢ ଘଣ୍ଟା ଧରି ରହିବେ ବୋଲି ଜଣାପଡିଛି। ଏହାପରେ ସେ ସେଠାରୁ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଠାରୁ ଅପରାହ୍ନରେ ରାଷ୍ଟ୍ରପତି ପୁରୀ ଯିବେ। ସେଠାରେ ସେ ମହାପ୍ରଭୃଙ୍କୁ ଦର୍ଶନ କରିବା ସହିତ ପିଣ୍ଡ ଦାନ କରି ପୁରୀ ଲୋକଭବନରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ଚାରି ତାରିଖ ସକାଳୁ ରାଷ୍ଟ୍ରପତି ରାଇରଂଗପୁର ଗସ୍ତ କରିବେ। ସେଠାରେ ସେ ପୂର୍ବାହ୍ନରେ ମହୁଲଡିହାସ୍ଥିତ ହଲିଡେ ହୋମ୍‌ର ‌ଉଦ୍‌ଘାଟନ କରିବେ। ସେହିପରି ରାଇରାଙ୍ଗପୁର ମହୁଲଡିହାସ୍ଥିତ ସରକାରୀ ବା‌ଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜବୀର ସୁନାରାମ ସୋରେନ୍‌ଙ୍କ ପ୍ରତିମୂର୍ତ୍ତି ‌‌ଉନ୍ମୋଚନ କରିବେ। ସେଠାରେ କ୍ରୀଡ଼ା କମ୍ପ୍ଲେକ୍ସ ଲୋକାର୍ପଣ ସହ ଭର୍ଚୁଆଲ୍‌ ମାଧ୍ୟମରେ ରାଜ୍ୟର ଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ।

ମୟୁରଭଂଜରେ ରାଷ୍ଟ୍ରପତି ତିନିଦିନ ଧରି ରହିବେ। ପାଞ୍ଚ ତାରିଖରେ ମଧ୍ୟ ରାଷ୍ଟ୍ରପତିଙ୍କର ରାଇରଂଗପୁରରେ ବିଭିନ୍ନ କାର୍ଯ୍ୟକ୍ରମାନ ରହିଛି। ଏହାପରେ ଛଅ ତାରିଖରେ ରାଷ୍ଟ୍ରପତି ଅନ୍ୟ କାର୍ଯ୍ୟକ୍ରମ ପରେ ସେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରରେ ହୋଟେଲ ମେ ଫେୟାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଭୁବନେଶ୍ବର ଲୋକଭବନରେ ରାତ୍ରିଯାପନ କରିବା ପରେ ସାତ ତାରିଖ ସକାଳୁ ସେ ଛତିଶଗଡ ଯିବେ।

droupadi murmu President Droupadi Murmu ଓଡିଶାରେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Latest News

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.