ଭୁବନେଶ୍ବର: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଶେଷ ତାରିଖ ଥିବାରୁ ବିଧାନସଭା ପ୍ରକୋଷ୍ଠରେ ନାମାଙ୍କନ ଭରିଛନ୍ତି ବିଜେପିର ଦୁଇ ପ୍ରାର୍ଥୀ। ସେମାନେ ହେଲେ ରାଜ୍ୟସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାର। ଉଭୟ ପାର୍ଟି ଅଫିସରୁ ଏକ ଶୋଭାଯାତ୍ରାରେ ବାହାରି ରାମମନ୍ଦିରରେ ପୂଜାଅର୍ଚ୍ଚନା କରିଥିଲେ। ଏହାପରେ ସେମାନେ ବିଧାନସଭା ଅଭିମୁଖେ ଯାତ୍ରା କରିଥିଲେ।
ବିଧାନସଭାରେ ଉଭୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରକୋଷ୍ଠରେ ବସି କିଛି ଆଲୋଚନା କରିଥିଲେ। ଏହାପରେ ଅନ୍ୟତମ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ସେଠାରେ ଉପସ୍ଥିତ ହେଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଦଳୀୟ ପ୍ରାର୍ଥୀ ଓ ସ୍ବାଧୀନ ପ୍ରାର୍ଥୀ ରିଟର୍ଣ୍ଣିଂ ଅଫିସରଙ୍କ ପାଖକୁ ଯାଇ ନାମାଙ୍କନ ଦାଖଲ କରିଥିଲେ। ପ୍ରଥମେ ମନମୋହନ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ପରେ ସୁଜିତ କୁମାର ଦ୍ବିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ।
ସେହିପରି ଚତୁର୍ଥ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ମଧ୍ୟ ପ୍ରାର୍ଥୀପତ୍ର ଦଖଲ କରିଥିଲେ। ଏହି ପ୍ରାର୍ଥୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଏବଂ ବିଭିନ୍ନ ମନ୍ତ୍ରୀ ଓ ନେତାଗଣ ମଧ୍ୟ ଉପସ୍ଥିତ ଥିଲେ।


