Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫସଫେଟ୍‌ ଓ ପଟାସ ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍‌ ମଞ୍ଜୁରି
ଜାତୀୟ ଖବର

ଫସଫେଟ୍‌ ଓ ପଟାସ ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍‌ ମଞ୍ଜୁରି

April 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୋଦି ସରକାର
ମୋବାଇଲ୍ ଫୋନ୍ ନିର୍ମାଣ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ଖରିଫ୍‌ ଋତୁ ୨୦୨୬ (୦୧.୦୪.୨୦୨୬ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ) ପାଇଁ ଫସଫେଟ୍‌ ଓ ପଟାସ୍‌ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି ପ୍ରଦାନ କରିବା ଲାଗି ସାର ବିଭାଗର ପ୍ରସ୍ତାବକୁ ମଞ୍ଜୁର କରିଛି। ଖରିଫ୍‌ ଋତୁ ୨୦୨୬ ପାଇଁ ଆନୁମାନିକ ବଜେଟ୍‌ ଆବଶ୍ୟକତା ପାଖାପାଖି ୪୧,୫୩୩.୮୧ କୋଟି ଟଙ୍କା ହେବ। ଏହା ଖରିଫ୍‌ ଋତୁ ୨୦୨୫ର ବଜେଟ୍‌ ଆବଶ୍ୟକତା ଠାରୁ ପାଖାପାଖି ୪,୩୧୭ କୋଟି ଟଙ୍କା ଅଧିକ। ଖରିଫ୍‌ ଋତୁ ୨୦୨୫ର ବଜେଟ୍‌ ୩୭,୨୧୬.୧୫ କୋଟି ଟଙ୍କା ଥିଲା।

 ଲାଭ: 

୧- ଚାଷୀମାନଙ୍କୁ ରିହାତି, ସୁଲଭ ଏବଂ ଯୁକ୍ତିସଂଗତ ମୂଲ୍ୟରେ ସାର ଉପଲବ୍ଧତା ସୁନିଶ୍ଚିତ ହେବ।

୨- ସାର ଏବଂ ଅନ୍ୟାନ୍ୟ ସାମଗ୍ରୀର ଅନ୍ତର୍ଜାତୀୟ ମୂଲ୍ୟରେ ସାମ୍ପ୍ରତିକ ଦରକୁ ବିଚାର କରି ଫସଫେଟ୍ ଏବଂ ପଟାସ ସାର ଉପରେ ସବସିଡିକୁ ଯୁକ୍ତିସଂଗତ ହେବ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

 ଡିଏପି ଓ ଏନପିକେଏସ ଗ୍ରେଡ୍ ସମେତ ଫସଫେଟ୍ ଏବଂ ପଟାସ ସାର ଉପରେ ସବସିଡି ଖରିଫ ଋତୁ ୨୦୨୬ (୦୧.୦୪.୨୦୨୬ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ) ପାଇଁ ଅନୁମୋଦିତ ଦର ଆଧାରରେ ଯୋଗାଇ ଦିଆଯିବ। ଏହା ଦ୍ଵାରା ଏହି ସାରଗୁଡ଼ିକ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସହଜରେ ଉପଲବ୍ଧ ହେବ।

ପୃଷ୍ଠଭୂମି

 ସରକାର ସାର ଉତ୍ପାଦନକାରୀ/ଆମଦାନୀକାରୀଙ୍କ ମାଧ୍ୟମରେ ଚାଷୀମାନଙ୍କୁ ସବସିଡି ହାରରେ ଡିଏପି ସମେତ ୨୮ଟି ଗ୍ରେଡର ଫସଫେଟ୍ ଓ ପଟାସ୍‌ ସାର ଯୋଗାଇ ଦେଉଛନ୍ତି। ୧ ଏପ୍ରିଲ ୨୦୧୦ ଠାରୁ ଲାଗୁ ହେଉଥିବା ଏନବିଏସ ନୀତି ଆଧାରରେ ପିଏଣ୍ଡକେ ସାର ଉପରେ ସବସିଡି ପରିଚାଳିତ ହେଉଛି। ଚାଷୀ-ଅନୁକୂଳ ଆଭିମୁଖ୍ୟ ନେଇ ସରକାର ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ଫସଫେଟ୍ ଓ ପଟାସ୍‌ ସାର ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ।

ସାର ଏବଂ ୟୁରିଆ, ଡିଏପି, ଏମଓପି ଓ ସଲଫର ଭଳି ଅନ୍ୟାନ୍ୟ ଇନପୁଟ୍ ର ଅନ୍ତର୍ଜାତୀୟ ମୂଲ୍ୟରେ ସାମ୍ପ୍ରତିକ ଦରକୁ ବିଚାର କରି, ସରକାର ଖରିଫ ୨୦୨୬ ପାଇଁ ଫସଫେଟ୍ ଓ ପଟାସ୍‌ (ପି ଆଣ୍ଡ କେ) ସାର (ଡିଏପି ଓ ଏନପିକେଏସ ଗ୍ରେଡ୍ ସମେତ) ଉପରେ ଜାତୀୟ ସବସିଡି ହାର ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ୧ ଏପ୍ରିଲ ୨୦୨୬ରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଲାଗୁ ହେବ। ଚାଷୀମାନଙ୍କୁ ସୁଲଭ ସାର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଅନୁମୋଦିତ ଓ ଅଧିସୂଚିତ ହାର ଅନୁଯାୟୀ ସାର କମ୍ପାନୀଗୁଡ଼ିକୁ ସବସିଡି ପ୍ରଦାନ କରାଯିବ।

କ୍ୟାବିନେଟ୍ ମଞ୍ଜୁରି ଖରିଫ୍‌ ଋତୁ ୨୦୨୬ ନରେନ୍ଦ୍ର ମୋଦୀ ପଟାସ ପୋଷକ ତତ୍ତ୍ୱ ଫସଫେଟ୍‌
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.