Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ
ଜାତୀୟ ଖବର

ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ

May 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭବ୍ୟ ଯୋଜନାରେ ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ କରାଯିବ। ଭାରତ ଔଦ୍ୟୋଗିକ ବିକାଶ ଯୋଜନା (ଭବ୍ୟ) ସ୍କିମ ଅଧୀନରେ ଦେଶରେ ଶହେ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ। ଏଥିପାଇଁ ଉଦ୍ଦିଷ୍ଟ ମାର୍ଗଦର୍ଶିକାକୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଉନ୍ମୋଚନ କରିଛନ୍ତି। ଏହି ଶିଳ୍ପ ପାର୍କ ପ୍ରତି‌ଷ୍ଠା ପାଇଁ ୩୩,୬୬୦ କୋଟି ଟଙ୍କା ବ୍ୟୟ ଯୋଜନା ରହିଛି। ପ୍ରଥମ ଦୁଇ ମାସରେ ରାଜ୍ୟଗୁଡ଼ିକଠାରୁ ଏହି ଯୋଜନାରେ ୨୦ଟି ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଆବେଦନ ଆମନ୍ତ୍ରଣ କରାଯିବ। ଏହା ପରେ ଆଉ ଦୁଇ ମାସ ମଧ୍ୟରେ ୩୦ ଶିଳ୍ପ ପାର୍କ ପାଇଁ ଆବେଦନ ଗ୍ରହଣ କରାଯିବ। ଅର୍ଥାତ୍‌ ୪ ମାସ ମଧ୍ୟରେ ୫୦ଟି ଶିଳ୍ପ ପାର୍କ ସ୍ଥାପନ ପାଇଁ ଆବେଦନ ଗ୍ରହଣ କରାଯିବ। ଅବଶିଷ୍ଟ ୫୦ ଶିଳ୍ପ ପାର୍କକୁ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ କରାଯିବ। କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରୁ ଆବେଦନ ଆହ୍ବାନ କରିବେ।  ପ୍ରକଳ୍ପଟି ପାଇଁ ପ୍ରାୟ ୩୩,୬୬୦ କୋଟି ଟଙ୍କା ବ୍ୟୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ଦୁଇ ମାସ ମଧ୍ୟରେ ୨୦ଟି ଶିଳ୍ପ ପାର୍କ ପାଇଁ ରାଜ୍ୟଗୁଡ଼ିକରୁ ଆବେଦନ ନିଆଯିବ। ତା’ପରେ ଆଉ ଦୁଇ ମାସ ମଧ୍ୟରେ ଅନ୍ୟ ୩୦ଟି ପାର୍କ ପାଇଁ ଆବେଦନ ଗ୍ରହଣ କରାଯିବ। ଅର୍ଥାତ୍‌ ପ୍ରଥମ ୪ ମାସରେ ୫୦ଟି ଶିଳ୍ପ ପାର୍କ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଶେଷ ୫୦ଟି ପାର୍କ ପର୍ଯ୍ୟାୟକ୍ରମେ ସ୍ଥାପିତ ହେବ।

ମାର୍ଚ୍ଚ ୧୮ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଦେଶରେ ଆସନ୍ତା ୬ ବର୍ଷ ଅର୍ଥାତ୍‌ ୨୦୨୬-୨୭ରୁ ୨୦୩୧-୩୨ ମଧ୍ୟରେ ୧୦୦ଟି ପ୍ଲଗ୍‌ ଆଣ୍ଡ୍‌ ପ୍ଲେ ଶିଳ୍ପ ପାର୍କ ( ଶିଳ୍ପ ପ୍ରତିଷ୍ଠାନର ବ୍ୟବହାର ପାଇଁ ଉପଲବ୍ଧ ସମସ୍ତ ଭିତ୍ତିଭୂମି ଓ ସୁବିଧା ସୁଯୋଗ ଉପଲବ୍ଧ ଥିବା) ସ୍ଥାପନକୁ ମଞ୍ଜୁରି ଦିଆଯାଇଥିଲା। ରାଜ୍ୟ ଏବଂ ଘରୋଇ କ୍ଷେତ୍ରର ସହଯୋଗରେ ଏହି ସ୍କିମକୁ କାର୍ଯ୍ୟକାରୀ କରାଯିବ।

ଭବ୍ୟ ସ୍କିମରେ ଶିଳ୍ପ ପାର୍କଗୁଡ଼ିକ ୧୦୦ରୁ ୧୦୦୦ ଏକର ପରିମିତ ସ୍ଥାନରେ ନିର୍ମାଣ ହେବ। ଭିତ୍ତିଭୂମି ସ୍ଥାପନ ବାବଦରେ ଏକର ପିଛା ୧ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପାହାଡ଼ିଆ ରାଜ୍ୟଗୁଡ଼ିକ ପାଇଁ ସର୍ବନିମ୍ନ ୨୫ ଏକରରେ ଶିଳ୍ପ ପାର୍କ ସ୍ଥାପନକୁ ମଞ୍ଜୁରି ଦିଆଯିବ।

‘‘ଚାଲେଞ୍ଜ ମେଥଡ୍’ ମାଧ୍ୟମରେ ଶିଳ୍ପ ପାର୍କ ପାଇଁ ଚୟନ କରାଯିବ। ଯେଉଁ ରାଜ୍ୟ ଉତ୍ତମ ଭିତ୍ତିଭୂମି ଓ ନିବେଶକ-ବନ୍ଧବ ସୁବିଧା ଦେଇପାରିବ, ସେଠାରେ ଅଧିକ ନିବେଶ ଆସିବାର ସମ୍ଭାବନା ରହିଛି। ରାଜସ୍ଥାନ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ହରିୟାଣା ଏହି ପାର୍କ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିସାରିଛନ୍ତି। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହି ଯୋଜନାରେ ଅଂଶଗ୍ରହଣ କରିବା ପାଇଁ‌ କେନ୍ଦ୍ରମନ୍ତ୍ରୀ ଆହ୍ବାନ କରିଛନ୍ତି। ପ୍ରସ୍ତାବ ଦାଖଲ ସମୟରେ ରାଜ୍ୟଗୁଡ଼ିକ ଘରୋଇ କ୍ଷେତ୍ର ସହିତ ସହଭାଗିତା ସ୍ଥାପନ କରିବା ଅନୁମତି ରହିଛି। ୩ ବର୍ଷ ମଧ୍ୟରେ ୫୦ଟି ଶିଳ୍ପ ପାର୍କ କାର୍ଯ୍ୟକ୍ଷମ ହେବା ନେଇ ଆଶା ସରକାର ରଖିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି ଯେ ଗତ ପ୍ରାୟ ୨ ମାସ ପୂର୍ବେ କ୍ୟାବିନେଟ୍‌ ଏହି ଯୋଜନାକୁ ମଞ୍ଜୁରି ଦେଇଥିଲା। କେନ୍ଦ୍ର ସରକାର ଆଶା ରଖିଛନ୍ତି ଯେ ଏହି ଯୋଜନା ଦେଶରେ ଶିଳ୍ପ ବିକାଶକୁ ଆଗକୁ ନେବାରେ ଅନୁକୂଳ ପରିବେଶ ସୃଷ୍ଟି କରିବ। ବିଶ୍ବଶ୍ରେଣୀର ଶିଳ୍ପ ପାର୍କ ସ୍ଥାପନ ହେଲେ ଦେଶରେ ଉତ୍ପାଦନକୁ ବଳ ମିଳିବ। ଏଥିସହିତ ନିଯୁକ୍ତି ସୁଯୋଗ ମଧ୍ୟ ବ୍ୟାପକ ହେବ।

art industrial parks India Industrial Development Plan (BBY) piyush goyal
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଟି ସ୍କୁଲରେ JEE ଏବଂ NEET ପାଇଁ ମାଗଣା କୋଚିଂ

July 16, 2026
Latest News

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.