Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»SHVR ୨୦୨୫-୨୬ ରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା
ଜାତୀୟ ଖବର

SHVR ୨୦୨୫-୨୬ ରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା

June 23, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
10 Schools of Odisha Achieve National Recognition In SHVR 2025-26
10 Schools of Odisha Achieve National Recognition In SHVR 2025-26

ଭୁବନେଶ୍ୱର: ଭାରତ ସରକାରଙ୍କ ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ମୂଲ୍ୟାଙ୍କନ (SHVR) ୨୦୨୫-୨୬ ପୁରସ୍କାର ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ଅଧିନରେ ଥିବା ୧୦ ଟି ବିଦ୍ୟାଳୟକୁ ଚୟନ କରାଯାଇଛି। ଓଡ଼ିଶାର ପ୍ରାୟ ୨୦ ଟି ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନୋମିନେଟ୍ କରାଯାଇଥିଲା, ଯେଉଁଥିରୁ ୧୦ ଟି ବିଦ୍ୟାଳୟକୁ SHVR ୨୦୨୫-୨୬ ଅନ୍ତର୍ଗତ ଜାତୀୟ ପୁରସ୍କାର ଏବଂ ସ୍ୱୀକୃତି ପାଇଁ ମନୋନୀତ କରାଯାଇଛି।

ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ମୂଲ୍ୟାଙ୍କନ ବା SHVR ମୁଖ୍ୟତଃ ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଏବଂ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡ ଉପରେ ବିଦ୍ୟାଳୟଗୁଡ଼ିକୁ ମୂଲ୍ୟାଙ୍କନ କରେ। ଏହି ପଦକ୍ଷେପ ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ସୁସ୍ଥ ସ୍ବାସ୍ଥ୍ୟକୁ ସୁନିଶ୍ଚିତ କରିବା ସହିତ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ।

ଏହି ଜାତୀୟସ୍ତରୀୟ ମାନ୍ୟତା ଓଡ଼ିଶାର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି ଏବଂ ସ୍ଥାନୀୟ ସମ୍ପ୍ରଦାୟର ମିଳିତ ପ୍ରୟାସକୁ ପ୍ରତିଫଳିତ କରୁଛି। ଏହି ସ୍ବୀକୃତି ପାଇବା ପରେ ବିଦ୍ୟାଳୟସ୍ତରରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହେବ। ସୂଚନାଯୋଗ୍ୟ, ଜାତୀୟସ୍ତରରେ ୨୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୧୯୧ ସ୍କୁଲକୁ SHVR ୨୦୨୫-୨୬ ଅଧୀନରେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର, ସ୍ୱୀକୃତି ପ୍ରମାଣପତ୍ର ଏବଂ ତିନି ଦିନିଆ ଏକ୍ସପୋଜର ପରିଦର୍ଶନରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।

National Recognition Odisha SHVR 2025-26 ଜାତୀୟ ମାନ୍ୟତା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଦୁଇ ଦିନିଆ ‘ସଷ୍ଟେନେବଲ ମାଇନିଂ ସମିଟ୍-୨୦୨୬’ ଆରମ୍ଭ

June 23, 2026

ବିସ୍ତୃତ ରାଶିଫଳ: ଜୁନ ୨୩ରେ ପାଞ୍ଚୋଟି ରାଶିର ଲୋକେ ହେବେ ମାଲାମାଲ୍

June 23, 2026

ଶସ୍ତା ହେଲା ବିମାନ ଟିକେଟ୍ !

June 22, 2026

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026
Latest News

SHVR ୨୦୨୫-୨୬ ରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା

June 23, 2026

ଭୁବନେଶ୍ୱରରେ ଦୁଇ ଦିନିଆ ‘ସଷ୍ଟେନେବଲ ମାଇନିଂ ସମିଟ୍-୨୦୨୬’ ଆରମ୍ଭ

June 23, 2026

ବିସ୍ତୃତ ରାଶିଫଳ: ଜୁନ ୨୩ରେ ପାଞ୍ଚୋଟି ରାଶିର ଲୋକେ ହେବେ ମାଲାମାଲ୍

June 23, 2026

ଶସ୍ତା ହେଲା ବିମାନ ଟିକେଟ୍ !

June 22, 2026

କତାରର ଶକ୍ତି କେନ୍ଦ୍ରରେ ଭୟଙ୍କର ବିସ୍ଫୋରଣ: ୧୩ ମୃତ, ୬୬ ଆହତ; ଭାରତୀୟ ଦୂତାବାସ ଜାରି କଲା ହେଲ୍ପଲାଇନ୍

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.