Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି
ଜାତୀୟ ଖବର

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୋଦି ସରକାର
କ୍ୟାବିନେଟ୍ ମଞ୍ଜୁରୀ: ୩୫୯୦ କୋଟି ବ୍ୟୟରେ ୪ ଲେନ୍ ହେବ ଏନ୍‌ଏଚ୍‌-୨୨ ସଡ଼କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୩,୯୦୭ କୋଟି ଟଙ୍କାର ଦୁଇଟି ରେଳ ମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:

୧- ପାରାଦୀପ – ହରିଦାସପୁର – ଦୋହରୀକରଣ

୨- ରାଜଖରସୱାନ୍ – ଡାଙ୍ଗୋପୋସି – ଚତୁର୍ଥ ଲାଇନ୍‌।

ଏହି ଦୁଇଟି ରେଳ ଲାଇନର ଉନ୍ନତିକରଣ ଦ୍ୱାରା ଟ୍ରେନ ଚଳାଚଳ ଯଥେଷ୍ଟ ଉନ୍ନତ ହେବ। ଏହା ଫଳରେ ଭାରତୀୟ ରେଳବାଇର ପରିଚାଳନାଗତ ଦକ୍ଷତା ଏବଂ ସେବା କ୍ଷମତା ବୃଦ୍ଧି ପାଇବ। ଏହି ମଲ୍ଟି-ଟ୍ରାକିଂ ପ୍ରସ୍ତାବ ଟ୍ରେନ୍‌ ଚଳାଚଳକୁ ସୁବ୍ୟବସ୍ଥିତ କରିବା ଏବଂ ଭିଡ଼ ହ୍ରାସ କରିବାରେ ସାହାଯ୍ୟ କରିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ଅନୁରୂପ, ଯାହାର ଲକ୍ଷ୍ୟ ସ୍ଥାନୀୟ ଅଞ୍ଚଳର ବ୍ୟାପକ ବିକାଶ ମାଧ୍ୟମରେ ପାର୍ଶ୍ୱବର୍ତ୍ତୀ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ତଥା ସେମାନଙ୍କ ପାଇଁ ନିଯୁକ୍ତି/ଆତ୍ମନିଯୁକ୍ତି ସୁଯୋଗ ବୃଦ୍ଧି କରିବା।

ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଅଂଶବିଶେଷ ଭାବେ ଏହି ପ୍ରକଳ୍ପଗୁଡ଼ିକର ପରିକଳ୍ପନା କରାଯାଇଛି। ସମନ୍ୱିତ ଯୋଜନା ପ୍ରସ୍ତୁତି ଏବଂ ଅଂଶୀଦାରଙ୍କ ବିଚାରବିମର୍ଶ ମାଧ୍ୟମରେ ବହୁମୁଖି ଯୋଗାଯୋଗ ଏବଂ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ଏହାର ଲକ୍ଷ୍ୟ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଯାତ୍ରୀ, ସାମଗ୍ରୀ ଏବଂ ସେବାର ସୁଗମ ପରିବହନ ସୁନିଶ୍ଚିତ ହେବ।

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ଦେଇ ଯିବାକୁ ଥିବା ଏ ଦୁଇଟି ରେଳ ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କରେ ପ୍ରାୟ ୧୪୫ କିଲୋମିଟର ନୂଆ ଲାଇନ୍‌ ଯୋଡ଼ିବ।

ପ୍ରସ୍ତାବିତ ପ୍ରଶସ୍ତିକରଣ ପ୍ରକଳ୍ପ ପ୍ରାୟ ୧୪ ଲକ୍ଷ ଜନସଂଖ୍ୟା ସହିତ ପ୍ରାୟ ୧୫୨୬ ଗ୍ରାମକୁ ଯୋଗାଯୋଗରେ ଉନ୍ନତି ଆଣିବ।

ପ୍ରସ୍ତାବିତ କ୍ଷମତା ବୃଦ୍ଧି ଦେଶର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ – ଲଳିତଗିରି ବୌଦ୍ଧ ପରିସର, ଶ୍ରୀ ବଳଦେବଜିଉ ମନ୍ଦିର, ମେଘାହାତୁବୁରୁ ପାହାଡ଼ ଆଦିକୁ ରେଳ ସଂଯୋଗରେ ଉନ୍ନତି ଆଣିବ।

ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କୋଇଲା, ଲୁହାପଥର, ଡୋଲୋମାଇଟ୍, ଚୂନପଥର, ଜିପସମ୍ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଅତ୍ୟାବଶ୍ୟକ ମାର୍ଗରେ ଆସୁଛି। କାମ ସରିବା ପରେ, ଏହି ପ୍ରକଳ୍ପଗୁଡ଼ିକ ପ୍ରତିବର୍ଷ ୪୪ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା ପ୍ରଦାନ କରିବ। ରେଳ, ଏକ ପରିବେଶ ଅନୁକୂଳ ଏବଂ ଶକ୍ତି-ଦକ୍ଷ ପରିବହନ ପଦ୍ଧତି ହୋଇଥିବାରୁ ଏହା ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଏଥିସହିତ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଇବ ଏବଂ ତୈଳ ଆମଦାନୀ (୬୦ ନିୟୁତ ଲିଟର) କମିବ। ଏହାଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ (୨୯୦ ନିୟୁତ କିଲୋଗ୍ରାମ) ମଧ୍ୟ ହ୍ରାସ ପାଇବ ଯାହା ୧୦ ନିୟୁତ ଗଛ ଲଗାଇବା ସହିତ ସମାନ।

ଓଡିଶା କ୍ୟାବିନେଟ୍ ମଞ୍ଜୁରି ଝାଡ଼ଖଣ୍ଡ ଭାରତୀୟ ରେଳ ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଦେଉ ନଥିବା କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

August 30, 2026

ପଞ୍ଜାବରେ AAP ନେତାଙ୍କୁ ଗୁଳି: ନିକଟତର ସହଯୋଗୀଙ୍କ ମୃତ୍ୟୁ

August 30, 2026

ମଣ୍ଡି ଧାନ ପଂଜୀକରଣ ସମୟକୁ ଆଉ ସାତଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

August 30, 2026

ଇସ୍ତଫା ଦେଲେ IAS ଦିବ୍ୟା ମିତ୍ତଲ: ସୋସିଆଲ ମିଡିଆରେ ଲେଖିଲେ ଭାବପ୍ରବଣ ପୋଷ୍ଟ

August 30, 2026
Latest News

ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଦେଉ ନଥିବା କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

August 30, 2026

ପଞ୍ଜାବରେ AAP ନେତାଙ୍କୁ ଗୁଳି: ନିକଟତର ସହଯୋଗୀଙ୍କ ମୃତ୍ୟୁ

August 30, 2026

ମଣ୍ଡି ଧାନ ପଂଜୀକରଣ ସମୟକୁ ଆଉ ସାତଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

August 30, 2026

ଇସ୍ତଫା ଦେଲେ IAS ଦିବ୍ୟା ମିତ୍ତଲ: ସୋସିଆଲ ମିଡିଆରେ ଲେଖିଲେ ଭାବପ୍ରବଣ ପୋଷ୍ଟ

August 30, 2026

କ୍ରୀଡ଼ା ବା ଯୋଗ ଦୈନିକ ପ୍ରଧାନ କର୍ମ ହେବା ଉଚିତ୍: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.