Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି
ଜାତୀୟ ଖବର

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ୟା ମୁକାବିଲା
ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

ନୂଆଦିଲ୍ଲୀ: ମୌସୁମୀ ବର୍ଷା ବିତ୍ପାତରେ ଦେଶର ବିଭିନ୍ନ ରାଜ୍ୟ ବନ୍ୟା କବଳିତ ହୋଇଛନ୍ତି। ଏହି ପରିସ୍ଥିତିରେ ଆବଶ୍ୟକ ରିଲିଫ, ଉଦ୍ଧାର ଓ ପୁନର୍ବାସ ସହାୟତା ଯୋଗାଇବାକୁ କେନ୍ଦ୍ର ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଏହିକ୍ରମରେ ୨ ହଜାର ୧୧୭ କୋଟି ୮୫ ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯାଇଛି। ଏହା  ରାଜ୍ୟଗୁଡ଼ିକର ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରୀୟ ଅବଦାନ ଭାବେ ପ୍ରଦାନ କରାଯିବ।

ଏ ଭିତରେ ସାତୋଟି ବନ୍ୟା ପ୍ରଭାବିତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍‍ଡିଆର୍‍ଏଫ୍‍)ଙ୍କୁ ପ୍ରଥମ କିସ୍ତି କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିବା ବେଳେ ହିମାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ ଓ ଓଡ଼ିଶାକୁ ଦ୍ୱିତୀୟ କିସ୍ତି ଅର୍ଥରାଶି ମଞ୍ଜୁର କରାଯାଇଛି। ଓଡ଼ିଶା ପାଇଁ ମଞ୍ଜୁର ହୋଇଥିବା ସହାୟତା ରାଶିର ପରିମାଣ ରହିଛି ୫୦୦ କୋଟି ଟଙ୍କା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ନେଇ ଏକ ବିବୃତ୍ତିରେ ସ୍ପଷ୍ଟ କରିଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ମୌସୁମୀ ଋତୁ ଆରମ୍ଭରୁ ହିଁ ଭାରତ ସରକାର ରାଜ୍ୟ ସରକାରଗୁଡ଼ିକ ସହ ପ୍ରତ୍ୟକ୍ଷ ସମନ୍ୱୟ ରଖି ବନ୍ୟା ପରିସ୍ଥିତି ଉପରେ କ୍ରମାଗତ ନଜର ରଖିଛନ୍ତି। ଆବଶ୍ୟକ ସ୍ଥଳେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ପୂର୍ବ-ମୁତ୍ତୟନ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଲଜିଷ୍ଟିକାଲ୍ ସହାୟତା ସମେତ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଇଛନ୍ତି।

କ୍ଷୟକ୍ଷତିର ଆକଳନ କରିବା ପାଇଁ ଅରୁଣାଚଳ ପ୍ରଦେଶ ଏବଂ ଆସାମକୁ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ (ଆଇଏମ୍‍ସିଟି) ଗସ୍ତ କରିଛନ୍ତି। ବନ୍ୟା ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସାମ ପାଇଁ ଦୁଇଟି କେନ୍ଦ୍ରୀୟ ଟିମ୍‍  ଗଠନ କରାଯାଇଛି। ସେହିପରି ନାଗାଲାଣ୍ଡ ସରକାରଙ୍କ ଅନୁରୋଧ କ୍ରମେ ସେହି ରାଜ୍ୟ ପାଇଁ ମଧ୍ୟ ଗୋଟିଏ କେନ୍ଦ୍ରୀୟ ଗଠନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ଏହି ବିବୃତ୍ତିରେ ସୂଚିତ କରାଯାଇଛି।

ଏହା ବ୍ୟତୀତ, ରିଲିଫ୍ ସମ୍ବନ୍ଧୀୟ ସମ୍ବଳର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ପ୍ରଯୁଜ୍ୟ ନିର୍ଦ୍ଦେଶାବଳୀ ଅଧୀନରେ ଥିବା ନଥିପତ୍ର ଆବଶ୍ୟକତାକୁ କୋହଳ କରି ଅରୁଣାଚଳ ପ୍ରଦେଶ, ଆସାମ, ଗୁଜରାଟ ଏବଂ ମହାରାଷ୍ଟ୍ର ଏସ୍‍ଡିଆର୍‍ଏଫ ପାଇଁ କେନ୍ଦ୍ରୀୟ ଭାଗର ପ୍ରଥମ କିସ୍ତିର ଅଗ୍ରିମ ରାଶି ମଧ୍ୟ ମଞ୍ଜୁର କରାଯାଇଛି।

ପ୍ରଭାବିତ ରାଜ୍ୟଗୁଡ଼ିକ ପାଇଁ ମଞ୍ଜୁର ହୋଇଥିବା ସହାୟତା ମଧ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷ  ଏସ୍‍ଡିଆର୍‍ଏଫ ପାଇଁ କେନ୍ଦ୍ରୀୟ ଭାଗର ପ୍ରଥମ କିସ୍ତିକୁ ଅଗ୍ରୀମ ଭାବେ ଅରୁଣାଚଳ ପ୍ରଦେଶକୁ ପ୍ରଦାନ କରାଯାଇଛି। ଏହାର ପରିମାଣ  ୪୪.୫୫ କୋଟି ଟଙ୍କା। ସେହିପରି ପ୍ରଥମ କିସ୍ତୀର ଅଗ୍ରୀମ ଭାବେ ଆସାମକୁ ୩୭୯.୩୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଗୁଜରାଟ ପାଇଁ ୫୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି।

୨୦୨୬-୨୭ ଏସ୍‍ଡିଆର୍‍ଏଫ୍‍ ପାଇଁ ପ୍ରଥମ କିସ୍ତି ପାଇସାରିଥିବା ହିମାଚଳ ପ୍ରଦେଶକୁ କେନ୍ଦ୍ରୀୟ ଭାଗର ଦ୍ୱିତୀୟ କିସ୍ତିର ଅଗ୍ରୀମ ଭାବେ ୧୯୩.୯୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ମହାରାଷ୍ଟ୍ର ପାଇଁ ପ୍ରଥମ କିସ୍ତିର ଅଗ୍ରୀମ ଭାବେ ୫୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି।

ଏହି ଅନୁମୋଦନ ସହିତ, ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକର ଚାଲୁ ରହିଥିବା ରିଲିଫ୍ ଏବଂ ପ୍ରତିକ୍ରିୟାମୂଳକ ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ ମୋଟ ୨,୧୧୭.୮୫ କୋଟି ଟଙ୍କା ଉପଲବ୍ଧ କରାଯାଇଛି।

Flood 2026 ଓଡିଶା ବନ୍ୟା ବନ୍ୟା 20226 ବନ୍ୟା ମୁକାବିଲା
Share. Facebook Twitter LinkedIn Email WhatsApp Copy Link

Related Posts

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026
Latest News

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୩ ତାରିଖ ରବିବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

August 23, 2026

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.