Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଏବଂ କିର୍ଗିଜ୍ ଗଣରାଜ୍ୟ ଗସ୍ତ
ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଏବଂ କିର୍ଗିଜ୍ ଗଣରାଜ୍ୟ ଗସ୍ତ

August 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
foreign visit of pm modi
ଆଜି ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଏବଂ କିର୍ଗିଜ୍ ଗଣରାଜ୍ୟ ଗସ୍ତ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ଗସ୍ତରେ ଉଜବେକିସ୍ତାନ ଗସ୍ତ କରିବେ। ଏହାପରେ ସେ ୩୧ ଅଗଷ୍ଟ ରୁ ୧ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୬ତମ ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ କିର୍ଗିଜ୍ ଗଣରାଜ୍ୟ ଗସ୍ତ କରିବେ। ଏହି ଚାରିଦିନିଆ କେନ୍ଦ୍ର ଏସିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଉଜବେକିସ୍ତାନ ସହ ଆଞ୍ଚଳିକ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ବିଷୟବସ୍ତୁ ଉପରେ ଆଲୋଚନା କରିବେ।

ଉଜବେକିସ୍ତାନର ରାଷ୍ଟ୍ରପତି ଶଭକତ ମିର୍ଜିୟୋୟେଭଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯-୩୦ ଅଗଷ୍ଟ ୨୦୨୬ରେ ତାସକେଣ୍ଟ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ଉଜବେକିସ୍ତାନ ଗସ୍ତ ହେବ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମିର୍ଜିୟୋୟେଭଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରି ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବେ। ଦୁଇ ନେତା ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ଡିଜିଟାଲ୍ କନେକ୍ଟିଭିଟି, ଶକ୍ତି, ଶିକ୍ଷା ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗର ସମୀକ୍ଷା କରିବା ସହ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ। ଏଥିସହ “ବିକଶିତ ଭାରତ ୨୦୪୭” ଏବଂ “ଉଜବେକିସ୍ତାନ-୨୦୩୦”ର ମିଳିତ ବିକାଶମୂଳକ ଦୂରଦୃଷ୍ଟିକୁ ଆଗକୁ ନେବା ଦିଗରେ ଦୁହେଁ ନିଜ ନିଜର ଦୃଷ୍ଟିକୋଣ ବାଣ୍ଟିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ତାସକେଣ୍ଟସ୍ଥିତ ଶାସ୍ତ୍ରୀ ସ୍ମାରକୀ ଏବଂ ତାସକେଣ୍ଟ ଷ୍ଟେଟ୍ ୟୁନିଭରସିଟି ଅଫ୍ ଓରିଏଣ୍ଟାଲ୍ ଷ୍ଟଡିଜ୍‌ରେ ଥିବା ମହାତ୍ମା ଗାନ୍ଧୀ କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

କିର୍ଗିଜ ଗଣରାଜ୍ୟର ରାଷ୍ଟ୍ରପତି ମାନ୍ୟବର ସାଦିର ଜାପାରୋଭଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ତାସକେଣ୍ଟରୁ ବିଶକେକ୍ ଯାତ୍ରା କରିବେ ଏବଂ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୨୬ତମ ଏସସିଓ (ସାଂଘାଇ ସହଯୋଗ ସଂଗଠନ) ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବେ। ଏହି ସମ୍ମିଳନୀ ସାଂଘାଇ ସହଯୋଗ ସଂଗଠନର ୨୫ତମ ବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ହେଉଛି। ଭାରତ ୨୦୧୭ ମସିହାରୁ ଏହି ସଂଗଠନର ଏକ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ରହି ଆସିଛି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିବେ ଏବଂ ଏହି ମଞ୍ଚରେ ସୁରକ୍ଷା, ସଂଯୋଗୀକରଣ ଓ ସୁଯୋଗ ସମ୍ବନ୍ଧୀୟ ଭାରତର ପ୍ରାଥମିକତା ଗୁଡ଼ିକ ଉପରେ ଆଲୋକପାତ କରିବେ। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଏସସିଓ ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ଏହା ବ୍ୟତୀତ ସେ ମଧ୍ୟ ଏସିଆର କେନ୍ଦ୍ରୀୟ ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଉତ୍ସବ ‘ଷଷ୍ଠ ବିଶ୍ୱ ନୋମାଡ ଗେମ୍ସ’ର ଉଦଘାଟନୀ ଉତ୍ସବରେ ମଧ୍ୟ ଯୋଗ ଦେବେ।

ଉଜବେକିସ୍ତାନ କିର୍ଗିଜ୍ ଗଣରାଜ୍ୟ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ହେଲେ ବିଏସଏଫ୍‌ ଆଇଜି

September 18, 2026

ଲୋକସେବା ଭବନ ଏବେ ‘ତମାଖୁମୁକ୍ତ ଅଞ୍ଚଳ’: ନିୟମ ଅମାନ୍ୟ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

September 18, 2026

ନିଠାରି ହତ୍ୟାକାଣ୍ଡ ମାମଲାରୁ ଖଲାସ ହୋଇଥିବା ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026
Latest News

ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ହେଲେ ବିଏସଏଫ୍‌ ଆଇଜି

September 18, 2026

ଲୋକସେବା ଭବନ ଏବେ ‘ତମାଖୁମୁକ୍ତ ଅଞ୍ଚଳ’: ନିୟମ ଅମାନ୍ୟ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

September 18, 2026

ନିଠାରି ହତ୍ୟାକାଣ୍ଡ ମାମଲାରୁ ଖଲାସ ହୋଇଥିବା ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା

September 18, 2026

ଉମରକୋଟରେ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶ ମୃତ,୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

September 18, 2026

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.