Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଞ୍ଚାମାଲ ଦର ବୃଦ୍ଧିର ପ୍ରଭାବ: ଅକ୍ଟୋବର ୧ ରୁ ୮% ପର୍ଯ୍ୟନ୍ତ ମହଙ୍ଗା ହେବ ଏସି, ଟିଭି, ଫ୍ରିଜ୍
ଜାତୀୟ ଖବର

କଞ୍ଚାମାଲ ଦର ବୃଦ୍ଧିର ପ୍ରଭାବ: ଅକ୍ଟୋବର ୧ ରୁ ୮% ପର୍ଯ୍ୟନ୍ତ ମହଙ୍ଗା ହେବ ଏସି, ଟିଭି, ଫ୍ରିଜ୍

September 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଞ୍ଚାମାଲ ଦର ବୃଦ୍ଧିର ପ୍ରଭାବ: ଅକ୍ଟୋବର ୧ ରୁ ୮% ପର୍ଯ୍ୟନ୍ତ ମହଙ୍ଗା ହେବ ଏସି, ଟିଭି, ଫ୍ରିଜ୍

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଗୃହପୋଯୋଗୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପକେଟ୍ ଉପରେ ପଡ଼ିବାକୁ ଯାଉଛି ଅତିରିକ୍ତ ବୋଝ। ଅନ୍ତର୍ଜାତୀୟ ବଜାରରେ ତମ୍ବା, ଆଲୁମିନିୟମ୍, ଷ୍ଟିଲ୍ ଏବଂ କ୍ରୁଡ୍ ଅଏଲ୍ ଭଳି କଞ୍ଚାମାଲ ଦର ବୃଦ୍ଧି ପାଇଥିବାରୁ ଅକ୍ଟୋବର ୧ ତାରିଖରୁ ଏସି, ଟିଭି, ଫ୍ରିଜ୍ ଓ ୱାଶିଂ ମେସିନ୍ ମୂଲ୍ୟ ୧% ରୁ ୮% ପର୍ଯ୍ୟନ୍ତ ବଢ଼ାଇବାକୁ କମ୍ପାନୀଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି।

ଶିଳ୍ପ ବିଶେଷଜ୍ଞଙ୍କ ମତରେ, ଏୟାର କଣ୍ଡିସନର (ଏସି) ମୂଲ୍ୟ ସର୍ବାଧିକ ୫% ରୁ ୮% ବୃଦ୍ଧି ପାଇବାକୁ ଥିବା ବେଳେ ୱାଶିଂ ମେସିନ୍, ରେଫ୍ରିଜରେଟର୍ ଏବଂ ଏଲ୍‌ଇଡି ଟିଭି ମୂଲ୍ୟ ୩% ରୁ ୪% ପର୍ଯ୍ୟନ୍ତ ବଢ଼ିପାରେ। ବ୍ଲୁ ଷ୍ଟାର୍‌, ଗୋଦରେଜ୍, ହାୟର, ଡାଇକିନ୍ ଏବଂ ସୁପର ପ୍ଲାଷ୍ଟ୍ରୋନିକ୍ସ ଭଳି ପ୍ରମୁଖ କମ୍ପାନୀ ୪% ରୁ ୧୦% ପର୍ଯ୍ୟନ୍ତ ଦର ବୃଦ୍ଧି ନିଶ୍ଚିତ କରିସାରିଛନ୍ତି। ଏଲ୍‌ଜି ଏବଂ ହିଟାଚି ସେମାନଙ୍କ ଏସି ମୂଲ୍ୟ ୫% ପର୍ଯ୍ୟନ୍ତ ବଢ଼ାଇ ସାରିଥିବା ବେଳେ ପାନାସୋନିକ୍ ସ୍ଥିତି ସମୀକ୍ଷା କରୁଛି। ହାୟର ଇଣ୍ଡିଆ ସଭାପତି ଏନ୍‌. ଏସ୍‌. ସତୀଶ କହିଛନ୍ତି ଯେ, ବର୍ଷକ ମଧ୍ୟରେ ତମ୍ବା ଦର ମେଟ୍ରିକ୍ ଟନ୍ ପିଛା ୮,୦୦୦-୯,୦୦୦ ଡଲାରରୁ ବୃଦ୍ଧି ପାଇ ୧୪,୫୦୦ ଡଲାରରେ ପହଞ୍ଚିଛି। ଗୋଟିଏ ଏସିରେ ୩ରୁ ୪ କିଲୋଗ୍ରାମ ତମ୍ବା ଆବଶ୍ୟକ ହେଉଥିବାରୁ କମ୍ପାନୀ ଆସନ୍ତା ୧ରୁ ଏସି ମୂଲ୍ୟ ୫% ବଢ଼ାଇବାକୁ ବାଧ୍ୟ ହୋଇଛି। ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୫% ପର୍ଯ୍ୟନ୍ତ ଦର ବୃଦ୍ଧି ଘଟିବା ଆକଳନ କରାଯାଉଛି।

ତେବେ ପାର୍ବଣ ଋତୁର ବିକ୍ରି ଉପରେ ଏହାର ପ୍ରଭାବ ସୀମିତ ରହିବ ବୋଲି କମ୍ପାନୀଗୁଡ଼ିକ ଆଶା ରଖିଛନ୍ତି। ଅଧିକାଂଶ ଡିଲର୍ ଓ ଡିଷ୍ଟ୍ରିବ୍ୟୁଟର ଅଗଷ୍ଟ-ସେପ୍ଟେମ୍ବର ସ୍କିମ୍ ଅଧୀନରେ ପୁରୁଣା ଷ୍ଟକ୍ ମଜୁଦ୍ ରଖିଛନ୍ତି। ସପ୍ଲାଇ ପାଇପଲାଇନରେ ଏବେ ମଧ୍ୟ ୧ରୁ ୧.୫ ମାସର ପୁରୁଣା ଷ୍ଟକ୍ ଥିବାରୁ ଗ୍ରାହକମାନେ ଦୀପାବଳି ପର୍ଯ୍ୟନ୍ତ ପୁରୁଣା ଦରରେ ହିଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିପାରିବେ। ନୂଆ ବୋର୍ଡ ମୂଲ୍ୟ ଦୀପାବଳି ପରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ।

କଞ୍ଚାମାଲ ଦରବୃଦ୍ଧି ମହଙ୍ଗା
Share. Facebook Twitter LinkedIn Email WhatsApp Copy Link

Related Posts

ଭକ୍ତଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୫ ମୃତ

October 18, 2026

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026
Latest News

ଛାତ୍ରନେତା ସେବା ମନୋଭାବ ରଖନ୍ତୁ: ମୁଖ୍ୟମନ୍ତ୍ରୀ

October 18, 2026

ନାକଟିଦେଉଳରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

October 18, 2026

ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରି ଏମିତି କାହିଁକି କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

October 18, 2026

ଗଞ୍ଜାମରେ ଚାଞ୍ଚଲ୍ୟ! ରାସ୍ତାକଡ଼ରୁ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

October 18, 2026

୨୨ରୁ ଲଘୁଚାପ ସମ୍ଭାବନା, ଫିକା ପଡ଼ିବନି ପାର୍ବଣ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.