Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିକଶିତ ଭାରତ @ ୨୦୪୭ ଦିଗରେ ନେତୃତ୍ୱ ନେବାକୁ ଯୁବପିଢ଼ିଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ଆହ୍ୱାନ
ଜାତୀୟ ଖବର

ବିକଶିତ ଭାରତ @ ୨୦୪୭ ଦିଗରେ ନେତୃତ୍ୱ ନେବାକୁ ଯୁବପିଢ଼ିଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ଆହ୍ୱାନ

October 9, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
Dr. L. Murugan Calls Upon Youth to Lead India’s Journey Towards Viksit Bharat @ 2047
Dr. L. Murugan Calls Upon Youth to Lead India’s Journey Towards Viksit Bharat @ 2047

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ୍ ଭାରତକୁ ବିକଶିତ ଭାରତ @ ୨୦୪୭ରେ ପରିଣତ କରିବାର ଲକ୍ଷ୍ୟରେ ଯୁବପିଢ଼ିଙ୍କୁ ନିଜ ଦକ୍ଷତା, ସୃଜନଶୀଳତା ଓ ନୂତନ ଚିନ୍ତାଧାରାର ସର୍ବୋତ୍ତମ ବ୍ୟବହାର କରିବାକୁ ଆହ୍ୱାନ କରିଛନ୍ତି।

ନୋଏଡାସ୍ଥିତ ଏକ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରି ଡକ୍ଟର. ମୁରୁଗନ କହିଥିଲେ ଯେ, ଭାରତର ଯୁବପିଢ଼ିଙ୍କୁ ଉଦୀୟମାନ ସୁଯୋଗଗୁଡ଼ିକ ପାଇଁ ପ୍ରସ୍ତୁତ କରିବାରେ ଗୁଣାତ୍ମକ ଶିକ୍ଷା, ଆଜୀବନ ଶିକ୍ଷଣ, ଦକ୍ଷତା ବିକାଶ ଓ ଉଦ୍ୟୋଗୀତାର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ଯୁବପିଢ଼ି ନିଜର ଜ୍ଞାନ ଓ ଦକ୍ଷତାକୁ ନିରନ୍ତର ଉନ୍ନତ କରିବା ସହ ନୂତନ ପ୍ରଯୁକ୍ତି ଓ ସୁଯୋଗକୁ ଆପଣାଇବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିର କେନ୍ଦ୍ରୀୟ ଭୂମିକା ଉପରେ ଆଲୋକପାତ କରି ଡ. ମୁରୁଗନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ବିକଶିତ ଭାରତ @ ୨୦୪୭’ ଯାତ୍ରାର କେନ୍ଦ୍ରବିନ୍ଦୁରେ ‘ଯୁବ ଶକ୍ତି’କୁ ସ୍ଥାନ ଦେଇଛନ୍ତି। ‘ବିକଶିତ ଭାରତ’ କୌଣସି ଦୂର ଭବିଷ୍ୟତର ସ୍ୱପ୍ନ ନୁହେଁ; ବରଂ ଆଜିର ଯୁବପିଢ଼ି ଯେଉଁ ଭବିଷ୍ୟତକୁ ନିଜର ଦକ୍ଷତା, ପରିଶ୍ରମ ଓ ନବସୃଜନ ମାଧ୍ୟମରେ ଗଢ଼ି ତୋଳିବେ, ତାହା ହେଉଛି ବିକଶିତ ଭାରତ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ, ଶିକ୍ଷାକୁ ଦକ୍ଷତା, ପ୍ରଯୁକ୍ତି, ଗବେଷଣା, ଉଦ୍ୟୋଗୀତା ଓ ରୋଜଗାର ସହିତ ଯୋଡ଼ିବା ପାଇଁ ଏକ ସୁଦୃଢ଼ ପରିବେଶ ଗଠନ କରିବା ଆବଶ୍ୟକ। ଏଭଳି ସମନ୍ୱିତ ପରିବେଶ ଯୁବପିଢ଼ିଙ୍କୁ ନୂତନ ସୁଯୋଗର ସଦୁପଯୋଗ କରିବା ସହ ରାଷ୍ଟ୍ରର ଆର୍ଥିକ ଓ ସାମାଜିକ ପ୍ରଗତିରେ ସକ୍ରିୟ ଭାବେ ଅବଦାନ ରଖିବାରେ ସକ୍ଷମ କରିବ।

ପରିବର୍ତ୍ତନଶୀଳ ବିଶ୍ୱ ପାଇଁ ଶିକ୍ଷା ସଂସ୍କାର

ମନ୍ତ୍ରୀ ଜାତୀୟ ଶିକ୍ଷା ନୀତି  ୨୦୨୦ର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ଏହା ଶିକ୍ଷା ବ୍ୟବସ୍ଥାକୁ ଅଧିକ ନମନୀୟ, ବହୁବିଷୟକ ଓ ଦକ୍ଷତାଭିତ୍ତିକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ସେ କହିଥିଲେ ଯେ, ଦ୍ରୁତଗତିରେ ପରିବର୍ତ୍ତନଶୀଳ ବିଶ୍ୱରେ ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା ହେବା ଆବଶ୍ୟକ। ଏହା ଦ୍ୱାରା ବ୍ୟକ୍ତିମାନେ ନିଜ କର୍ମଜୀବନର ବିଭିନ୍ନ ପର୍ଯ୍ୟାୟରେ ନୂତନ ଦକ୍ଷତା ଓ ଯୋଗ୍ୟତା ହାସଲ କରିପାରିବେ। ଅନଲାଇନ୍ ଶିକ୍ଷାର ଗୁରୁତ୍ୱ ଉପରେ ଜୋର ଦେଇ ଡକ୍ଟର. ମୁରୁଗନ ଏପରି ଶିକ୍ଷାର ସୁଯୋଗ ସୃଷ୍ଟି ପାଇଁ ଆହ୍ୱାନ କରିଥିଲେ, ଯାହା ବିଭିନ୍ନ ଆବଶ୍ୟକତା ଓ ପରିସ୍ଥିତିକୁ ଅନୁକୂଳ ହୋଇ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିବ। ଏଭଳି ବ୍ୟବସ୍ଥା ଶିକ୍ଷାର୍ଥୀମାନଙ୍କୁ ନିଜ ଦକ୍ଷତାର ଉନ୍ନତି କରିବା ସହ ପରିବର୍ତ୍ତିତ ବୃତ୍ତିଗତ ଆବଶ୍ୟକତା ସହ ନିଜକୁ ଖାପ ଖୁଆଇବାରେ ସହାୟକ ହେବ।

ଜ୍ଞାନ ପ୍ରାପ୍ତିର ଗଣତାନ୍ତ୍ରିକୀକରଣ

ଡକ୍ଟର. ମୁରୁଗନ ସରକାରଙ୍କ ‘ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ୍’  ପଦକ୍ଷେପକୁ ଉଚ୍ଚମାନର ଏକାଡେମିକ୍ ଗବେଷଣା ଓ ବିଶ୍ୱସ୍ତରୀୟ ଜ୍ଞାନ ସମ୍ବଳ ପ୍ରତି ପ୍ରବେଶାଧିକାର ବ୍ୟାପକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉଲ୍ଲେଖ କରିଥିଲେ। ଉଚ୍ଚମାନର ଗବେଷଣା ପ୍ରତି ପ୍ରବେଶ ସୁଯୋଗ କୌଣସି ପ୍ରତିଷ୍ଠାନଗତ କିମ୍ବା ଭୌଗୋଳିକ ସୀମା ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, “ପ୍ରତିଭା ସବୁଠାରେ ରହିଛି ଏବଂ ସୁଯୋଗ ମଧ୍ୟ ସବୁଠାରେ ଉପଲବ୍ଧ ହେବା ଆବଶ୍ୟକ।”

ଶିକ୍ଷା, ଦକ୍ଷତା ଓ ନିଯୁକ୍ତି  ସୁଯୋଗ

ନିଯୁକ୍ତି  ସୁଯୋଗ ସମ୍ପର୍କରେ ଆଲୋଚନା କରି ମନ୍ତ୍ରୀ କହିଥିଲେ ଯେ, ଭିତ୍ତିଭୂମି ବିକାଶ, ଉତ୍ପାଦନ, ସେବା କ୍ଷେତ୍ର, ଉଦ୍ୟୋଗୀତା ଓ ଦକ୍ଷତା ବିକାଶ ରୋଜଗାର ସୃଷ୍ଟିରେ ପ୍ରମୁଖ ଭୂମିକା ନେଉଛି। ଆରବିଆଇ-କେଏଲ୍‌ଇଏମ୍‌ଏସ୍‌ ତଥ୍ୟର ଉଦାହରଣ ଦେଇ ସେ କହିଥିଲେ ଯେ, ୨୦୧୪-୧୫ରୁ ୨୦୨୩-୨୪ ମଧ୍ୟରେ ଭାରତରେ ପ୍ରାୟ ୧୭.୧ କୋଟି ରୋଜଗାର ସୃଷ୍ଟି ହୋଇଛି।

ଯୁବପିଢ଼ି କେବଳ ଡିଗ୍ରୀ ହାସଲ କରିବା ଉପରେ ଗୁରୁତ୍ୱ ନଦେଇ ବ୍ୟବହାରିକ ଦକ୍ଷତା, ସମସ୍ୟା ସମାଧାନ କ୍ଷମତା ଓ ଆତ୍ମବିଶ୍ୱାସ ବିକଶିତ କରି ପରିବର୍ତ୍ତନଶୀଳ ଅର୍ଥନୀତିର ଆବଶ୍ୟକତା ପୂରଣ ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ ବୋଲି ସେ କହିଥିଲେ। ଏଥିସହ ସେ ଯୁବପିଢ଼ିଙ୍କୁ ଏପରି ଦକ୍ଷତା ଓ ସାମର୍ଥ୍ୟ ବିକଶିତ କରିବାକୁ ପ୍ରୋତ୍ସାହିତ କରିଥିଲେ, ଯାହା ମାଧ୍ୟମରେ ସେମାନେ ନୂତନ ଚିନ୍ତାଧାରା ଓ ନବସୃଜନକୁ ଆଗେଇ ନେବା ସହ ନିଜ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାରର ସୁଯୋଗ ସୃଷ୍ଟି କରିପାରିବେ।

ଉଦୀୟମାନ ପ୍ରଯୁକ୍ତି ଓ ସୃଜନଶୀଳ ଅର୍ଥନୀତି

ଡକ୍ଟର. ମୁରୁଗନ ଯୁବପିଢ଼ିଙ୍କୁ ପ୍ରଯୁକ୍ତି ଓ ସୃଜନଶୀଳତାର ସମନ୍ୱୟ ଥିବା କ୍ଷେତ୍ରଗୁଡ଼ିକରେ ସୁଯୋଗ ଅନ୍ୱେଷଣ କରିବାକୁ ପ୍ରୋତ୍ସାହିତ କରିଥିଲେ। ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା , ଗେମିଂ, ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଏକ୍ସଟେଣ୍ଡେଡ୍ ରିଅଲିଟି  ଏବଂ ଡିଜିଟାଲ୍ କଣ୍ଟେଣ୍ଟ ଭଳି କ୍ଷେତ୍ରରେ ନୂତନ ସୁଯୋଗ ରହିଥିବା ସେ ଉଲ୍ଲେଖ କରିଥିଲେ।

ଭାରତର ଯୁବପିଢ଼ି କେବଳ ପ୍ରଯୁକ୍ତି ଓ ଡିଜିଟାଲ୍ କଣ୍ଟେଣ୍ଟର ଉପଭୋକ୍ତା ହୋଇ ନରହି, ବରଂ ବିଶ୍ୱ ପାଇଁ ସୃଜନକାରୀ ହେବା ଦିଗରେ ଆଗକୁ ବଢ଼ିବା ଆବଶ୍ୟକ ବୋଲି ସେ ଆହ୍ୱାନ ଜଣାଇଥିଲେ। ନିରନ୍ତର ଶିକ୍ଷଣ ଓ ନବସୃଜନର ଗୁରୁତ୍ୱ ଉପରେ ଜୋର ଦେଇ ସେ ଛାତ୍ରଛାତ୍ରୀମାନଙ୍କୁ ଉଦୀୟମାନ ପ୍ରଯୁକ୍ତିଭିତ୍ତିକ ଶିଳ୍ପରେ ଅଂଶଗ୍ରହଣ ପାଇଁ ଆବଶ୍ୟକ ଦକ୍ଷତା ବିକଶିତ କରିବାକୁ ପ୍ରୋତ୍ସାହିତ କରିଥିଲେ।

ସାମ୍ବିଧାନିକ ମୂଲ୍ୟବୋଧ ଓ ଦାୟିତ୍ୱଶୀଳ ନାଗରିକତା

ଶିକ୍ଷା ଓ ରାଷ୍ଟ୍ର ନିର୍ମାଣରେ ସାମ୍ବିଧାନିକ ମୂଲ୍ୟବୋଧର ଗୁରୁତ୍ୱ ଉପରେ ମଧ୍ୟ ମନ୍ତ୍ରୀ ଆଲୋକପାତ କରିଥିଲେ। ସମ୍ବିଧାନରେ ଉଲ୍ଲେଖିତ ମୌଳିକ କର୍ତ୍ତବ୍ୟର ସନ୍ଦର୍ଭ ଦେଇ ସେ ଯୁବ ନାଗରିକମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଅନୁସନ୍ଧାନମୂଳକ ଚିନ୍ତାଧାରା ଓ ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ବିକଶିତ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

ନିଜ ଅଭିଭାଷଣର ଶେଷରେ ଡକ୍ଟର. ମୁରୁଗନ ଭାରତୀୟ ଯୁବପିଢ଼ିଙ୍କୁ ନିରନ୍ତର ଶିଖିବା, ନୂତନ ସୃଜନ କରିବା ଏବଂ ଅନ୍ୟମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ, ‘ବିକଶିତ ଭାରତ @ ୨୦୪୭’ ଦିଗରେ ଦେଶର ପ୍ରଗତି ଯୁବପିଢ଼ିର ଦକ୍ଷତା ହାସଲ, ନବସୃଜନ ଏବଂ ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ସେମାନଙ୍କ ଅବଦାନ ଉପରେ ନିର୍ଭର କରିବ।

‘ବିକଶିତ ଭାରତ @୨୦୪୭ କେନ୍ଦ୍ର ମନ୍ତ୍ରୀଙ୍କ ଆହ୍ୱାନ ଡକ୍ଟର ଏଲ୍. ମୁରୁଗନ ଭାରତର ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ‘ବିଶ୍ୱ ବିକାଶ ରିପୋର୍ଟ ୨୦୨୬: କୃତ୍ରିମ ବୁଦ୍ଧିମତାର ପ୍ରତିଶ୍ରୁତି’ ଉନ୍ମୋଚିତ

October 9, 2026

ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀଙ୍କ ଅଧ୍ୟକ୍ଷତା

October 9, 2026

ଅକ୍ଟୋବର ୯ ତାରିଖ: କେମିତି କଟିବ ଆଜିର ଦିନ? ପଢନ୍ତୁ ରାଶିଫଳ

October 9, 2026

ଆନ୍ନେ କାର୍ସନଙ୍କୁ ସାହିତ୍ୟରେ ନୋବେଲ୍‌

October 8, 2026
Latest News

ବିକଶିତ ଭାରତ @ ୨୦୪୭ ଦିଗରେ ନେତୃତ୍ୱ ନେବାକୁ ଯୁବପିଢ଼ିଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ଆହ୍ୱାନ

October 9, 2026

ମା’ ଭଗବତୀଙ୍କ ପୀଠରେ ପ୍ରସିଦ୍ଧ ଭେଟ ଯାତ୍ରା: ଏହି ଦିନ ଦୁଇ ଭଉଣୀଙ୍କ ହେବ ଅପୂର୍ବ ମିଳନ ଉତ୍ସବ

October 9, 2026

ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ‘ବିଶ୍ୱ ବିକାଶ ରିପୋର୍ଟ ୨୦୨୬: କୃତ୍ରିମ ବୁଦ୍ଧିମତାର ପ୍ରତିଶ୍ରୁତି’ ଉନ୍ମୋଚିତ

October 9, 2026

ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀଙ୍କ ଅଧ୍ୟକ୍ଷତା

October 9, 2026

ଅକ୍ଟୋବର ୯ ତାରିଖ: କେମିତି କଟିବ ଆଜିର ଦିନ? ପଢନ୍ତୁ ରାଶିଫଳ

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.