Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମଣିପୁରରେ ପୁଣି ହିଂସା: କାମଜୋଙ୍ଗ୍ ଓ ଉଖରୁଲରେ ଗୁଳିକାଣ୍ଡ, ୫ ମୃତ
ଜାତୀୟ ଖବର

ମଣିପୁରରେ ପୁଣି ହିଂସା: କାମଜୋଙ୍ଗ୍ ଓ ଉଖରୁଲରେ ଗୁଳିକାଣ୍ଡ, ୫ ମୃତ

October 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମଣିପୁରରେ ପୁଣି ହିଂସା: କାମଜୋଙ୍ଗ୍ ଓ ଉଖରୁଲରେ ଗୁଳିକାଣ୍ଡ, ୫ ମୃତ

ଇମ୍ଫାଲ: ମଣିପୁରରେ ପୁଣି ଥରେ ମୁଣ୍ଡଟେକିଥିବା ହିଂସା ଓ ଗୁଳିକାଣ୍ଡ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। କାମ୍‌ଜୋଙ୍ଗ ଓ ଉଖରୁଲ ଜିଲ୍ଲାରେ ଘଟିଥିବା ପୃଥକ୍ ସଂଘର୍ଷରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଘରଦ୍ୱାର ଓ ଦୋକାନ ପାଉଁଶ ହୋଇଯାଇଛି, ଯାହାକି ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କାମଜୋଙ୍ଗ ଜିଲ୍ଲାର ଚାସାଦ ଗାଁରେ ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ମୋଟ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସେଠାରେ ପରିସ୍ଥିତି ଅତି ମାତ୍ରାରେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା ଏବଂ ବିଭିନ୍ନ ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ଅତି ଭୟଙ୍କର ଗୁଳି ବିନିମୟ ଜାରି ରହିଥିଲା। ଏହି ଲଢ଼େଇରେ ଆଉ ଜଣେ ଯୁବକ ମଧ୍ୟ ପ୍ରାଣ ହରାଇଥିଲେ। ତେବେ ଏହି ଘଟଣା କେଉଁ ପରିସ୍ଥିତିରେ ଘଟିଲା, ସେନେଇ ସୁରକ୍ଷା ବାହିନୀ ଓ ସ୍ଥାନୀୟ ସଂଗଠନଗୁଡ଼ିକ ପକ୍ଷରୁ ପରସ୍ପରବିରୋଧୀ ଅଭିଯୋଗ ଆସିଥିଲା। ଏହି ସଂଘର୍ଷରେ ୨୨ ବର୍ଷୀୟ ମାଇକେଲ୍ ନଗାମିନ୍ଲେନ୍ ହାଓକିପ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାରି ଭିତରେ କାମଜୋଙ୍ଗ ଜିଲ୍ଲାର ମିଆଁମାର ସୀମା ନିକଟସ୍ଥ ନିଙ୍ଗଚୌ ଗାଁରେ ପୁଣି ଏକ ଗୁଳିକାଣ୍ଡ ଘଟି ନାଗା ସମ୍ପ୍ରଦାୟର ଦୁଇ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିବାକ୍ଷଣି ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣକାରୀମାନେ ସୁଯୋଗ ବୁଝି ମିଆଁମାର ସୀମା ଆଡ଼କୁ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଉଖରୁଲ ଘଟଣା କାମଜୋଙ୍ଗ ଗୁଳିକାଣ୍ଡ ମଣିପୁର ହିଂସା
Share. Facebook Twitter LinkedIn Email WhatsApp Copy Link

Related Posts

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼! ବଢ଼ିଲା CNG ଦର

November 1, 2026

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

ଧ୍ରୁବ ରାଠୀଙ୍କ ବିରୋଧରେ ନୂଆ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

November 1, 2026
Latest News

୨୩ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ମୁରାସୁ, କାଲି ଭୀଷଣ ବାତ୍ୟା ଆଶଙ୍କା

November 1, 2026

ଆଜି ଗ୍ଲେନ ଫିଲିପ୍ସ ଟାର୍ଗେଟରେ ୩ ବଡ଼ ରେକର୍ଡ: ଶତକର ହେବେ ନୂଆ ବାଦଶାହ

November 1, 2026

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼! ବଢ଼ିଲା CNG ଦର

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.