Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପିଏମ୍-ସେତୁ: ଓଡ଼ିଶାର ୫ ଆଇଟିଆଇ ପାଇଁ ୨୪୦ କୋଟି ମଞ୍ଜୁର
ଜାତୀୟ ଖବର

ପିଏମ୍-ସେତୁ: ଓଡ଼ିଶାର ୫ ଆଇଟିଆଇ ପାଇଁ ୨୪୦ କୋଟି ମଞ୍ଜୁର

October 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିଏମ୍-ସେତୁ: ଓଡ଼ିଶାର ୫ ଆଇଟିଆଇ ପାଇଁ ୨୪୦ କୋଟି ମଞ୍ଜୁର
ପିଏମ୍-ସେତୁ: ଓଡ଼ିଶାର ୫ ଆଇଟିଆଇ ପାଇଁ ୨୪୦ କୋଟି ମଞ୍ଜୁର

ଭୁବନେଶ୍ଵର: ପିଏମ୍-ସେତୁ ଅଧୀନରେ ଓଡ଼ିଶାର ୫ ଆଇଟିଆଇ ବିକାଶ ପାଇଁ କେନ୍ଦ୍ର ସରକାର ୨୪୦ କୋଟି ୫୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। କଟକ ସରକାରୀ ଆଇଟିଆଇ ହେବ କ୍ଲଷ୍ଟରର ମୁଖ୍ୟକେନ୍ଦ୍ର। ପିଏମ୍-ସେତୁ କାର୍ଯ୍ୟକ୍ରମର ୬ଷ୍ଠ ଜାତୀୟ ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରିଥିଲେ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଦେବଶ୍ରୀ ମୁଖାର୍ଜୀ।

ଏହି ବୈଠକରେ ମହାରାଷ୍ଟ୍ର, ଓଡ଼ିଶା ଓ ଜମ୍ମୁ-କାଶ୍ମୀରର ୫ଟି ଆଇଟିଆଇ କ୍ଲଷ୍ଟର ପାଇଁ ମୋଟ ୧,୧୯୪.୯୨ କୋଟି ଟଙ୍କାର ରଣନୀତିକ ପୁଞ୍ଜି ନିବେଶ ଯୋଜନାକୁ ଅନୁମୋଦନ ମିଳିଛି। ପିଏମ୍-ସେତୁ ଅଧୀନରେ ଆଜି ସୁଦ୍ଧା ମୋଟ ଅନୁମୋଦିତ ନିବେଶ ୩,୬୮୭ କୋଟି ଟଙ୍କାରେ ପହଞ୍ଚିଛି।

ଓଡ଼ିଶା କ୍ଲଷ୍ଟରରେ କଟକ ସରକାରୀ ଆଇଟିଆଇ ମୁଖ୍ୟକେନ୍ଦ୍ର ଭାବେ ରହିବ। ଚୌଦ୍ୱାରର ମଧୁସୂଦନ ସରକାରୀ ଆଇଟିଆଇ, ପାରାଦୀପ, ଯାଜପୁର ଓ ଢେଙ୍କାନାଳ ସରକାରୀ ଆଇଟିଆଇ ଶାଖା କେନ୍ଦ୍ର ଭାବେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଭାଗିତାରେ ଏହି କାର୍ଯ୍ୟକ୍ରମ ରୂପାୟନ କରାଯିବ।

ଏହି ପ୍ରକଳ୍ପ ମାଧ୍ୟମରେ ଭିତ୍ତିଭୂମି ସୁଦୃଢ଼ ହେବା ସହ ନୂତନ ଯୁଗର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ ଓ ଶିଳ୍ପ ସଂଯୋଗ ବଢ଼ିବ। ଉଦ୍ଦେଶ୍ୟ ହେଉଛି ଆଇଟିଆଇଗୁଡ଼ିକୁ ଆଧୁନିକ, ଉଦ୍ୟୋଗ-ଉପଯୋଗୀ ଏବଂ ଭବିଷ୍ୟତ-ପ୍ରସ୍ତୁତ କୌଶଳ ଅନୁଷ୍ଠାନରେ ପରିଣତ କରିବା।

ସେହିପରି ମହାରାଷ୍ଟ୍ରର ପୁଣେ କ୍ଲଷ୍ଟର ପାଇଁ ୨୪୧ କୋଟି, ଛତ୍ରପତି ସମ୍ଭାଜୀନଗର କ୍ଲଷ୍ଟର ପାଇଁ ୨୩୮.୦୧ କୋଟି, ଜମ୍ମୁ କ୍ଲଷ୍ଟର ପାଇଁ ୨୪୦ କୋଟି ଏବଂ ଶ୍ରୀନଗର କ୍ଲଷ୍ଟର ପାଇଁ ୨୩୫.୪୧ କୋଟି ଟଙ୍କା ଅନୁମୋଦନ କରାଯାଇଛି।

ବୈଠକରେ ସଚିବ ଶ୍ରୀମତୀ ମୁଖାର୍ଜୀ କହିଛନ୍ତି, କ୍ଲଷ୍ଟରଗୁଡ଼ିକୁ ଆଇଏସ୍‌ଓ ପ୍ରମାଣପତ୍ର ହାସଲ କରିବା ଏବଂ ଅନ୍ତତଃ ଗୋଟିଏ ୱାର୍ଲ୍ଡସ୍କିଲ୍ସ-ସଂଲଗ୍ନ ଟ୍ରେଡ୍ ଅନ୍ତର୍ଭୁକ୍ତ କରିବାକୁ ଉତ୍ସାହିତ କରାଯାଉଛି। ଏହା ଯୁବକ-ଯୁବତୀଙ୍କୁ ଉନ୍ନତ ରୋଜଗାର ସୁଯୋଗ ଦେବ।

ଏଥିସହ ଟ୍ରେନର ତାଲିମ କାର୍ଯ୍ୟକ୍ରମର ସମୀକ୍ଷା ହୋଇଛି। ଅକ୍ଟୋବର ୨୦୨୬ ସୁଦ୍ଧା ଏନ୍‌ଏସ୍‌ଟିଆଇ ମାଧ୍ୟମରେ ୩,୭୪୪ ଜଣ ଟ୍ରେନରଙ୍କୁ ତାଲିମ ଦିଆଯାଇଥିବା କୁହାଯାଇଛି।

centralgovt CuttackITI ITI Odisha PMSETU SkillDevelopment
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026

୧୫ ବର୍ଷରେ ପାଦ ଥାପିଲା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪

October 16, 2026

ଘରୋଇ କମ୍ପାନୀର ୯ କୋଟି ବକେୟା: ସରକାରୀ ସମ୍ପତ୍ତି ଆଟାଚ୍ ନିର୍ଦ୍ଦେଶ

October 16, 2026
Latest News

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026

୧୫ ବର୍ଷରେ ପାଦ ଥାପିଲା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪

October 16, 2026

ଘରୋଇ କମ୍ପାନୀର ୯ କୋଟି ବକେୟା: ସରକାରୀ ସମ୍ପତ୍ତି ଆଟାଚ୍ ନିର୍ଦ୍ଦେଶ

October 16, 2026

ପିଏମ୍-ସେତୁ: ଓଡ଼ିଶାର ୫ ଆଇଟିଆଇ ପାଇଁ ୨୪୦ କୋଟି ମଞ୍ଜୁର

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.