Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମହାପ୍ରଭୃଙ୍କ ରଥଯାତ୍ରା, ସକାଳ ୯ ଟା ୩୦ ରେ ପହଣ୍ଡି ବିଜେ, ଜାଣନ୍ତୁ ପୁରା ନୀତି ନିର୍ଘଣ୍ଟ
ରାଜ୍ୟ ଖବର

ମହାପ୍ରଭୃଙ୍କ ରଥଯାତ୍ରା, ସକାଳ ୯ ଟା ୩୦ ରେ ପହଣ୍ଡି ବିଜେ, ଜାଣନ୍ତୁ ପୁରା ନୀତି ନିର୍ଘଣ୍ଟ

June 19, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ମହାପ୍ରଭୃଙ୍କ ରଥଯାତ୍ରା, ସକାଳ 9ଟା 30 ରେ ପହଣ୍ଡି ବିଜେ, ଜାଣନ୍ତୁ ପୁରା ନୀତି ନିର୍ଘଣ୍ଟ

ପୁରୀ: ଆସନ୍ତାକାଲି ମଙ୍ଗଳବାରରେ ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ପ୍ରଭୃ ଗୁଣ୍ଡିଚା ମନ୍ଦିର ଯିବେ। ଏହି ଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇ ସାରିଛି। କେବଳ ଅପେକ୍ଷା ପ୍ରଭୃଙ୍କ ପହଣ୍ଡି ବିଜେକୁ।

ତେବେ ରଥଯାତ୍ରା ଉପଲକ୍ଷେ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମିଳିତ ବୈଠକରେ ପ୍ରଭୃଙ୍କ ନୀତିକାନ୍ତିର ସମୟ ନିର୍ଘଣ୍ଟ ହୋଇଛି। ସେହି ଅନୁସାରେ ମଙ୍ଗଳବାର ଦିନ ମହାପ୍ରଭୃ ସକାଳ ୯ଟା ୩୦ ରେ ପହଣ୍ଡି ବିଜେ ହୋଇ ରଥାଋଢ ହେବ। ପ୍ରଥମେ ଭାଇ ବଳଭଦ୍ର, ପରେ ମା ସୁଭଦ୍ର ଏବଂ ଶେଷରେ ଜଗନ୍ନାଥ ହଲି ଦୋହଲି ରଥ ଉପରେ ବିଜେ କରିବେ।

ତେବେ ବୈଠକରେ ଯେଉଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି ତାହା ହେଲା ପ୍ରଥମେ ମଙ୍ଗଳା ଆରତି କରାଯିବ। ଏହା ଭୋର ୬.୦୦ ଟାରେ କରାଯିବ ବୋଲି ନିଷ୍ପତି କରାଯାଇଛି। ପ୍ରଥମାର୍ଦ୍ଧରେ ମଙ୍ଗଳା ଆରତିଠାରୁ ରଥ ପ୍ରତିଷ୍ଠା ନୀତି କରାଯିବ। ଏହା ଭୋର ୬ଟାରୁ ଆରମ୍ଭ ହୋଇ ସକାଳ ୯ଟାରେ ଶେଷ ହେବ।

ଏହାପରେ ପହଣ୍ଡି ବିଜେ ପାଇଁ ସମସ୍ତ ପ୍ରସ୍ତୁତି କରାଯିବ। ୯ ଟା ୧୫ ରେ ମଙ୍ଗଳାର୍ପଣ ପରେ ଭାଇଭଉଣୀ ଜଣେ ଜଣେ ହୋଇ ପହଣ୍ଡି ବିଜେ କରି ରଥାଋଢ ହେବେ। ଏହି ନୀତି ଦିନ ୧୨ ଟା ୩୦ ସୁଦ୍ଧା ଶେଷ କରାଯିବ।

ତିନିଠାକୁର ରଥରେ ବିଜେ ହେବା ପରେ ଗଜପତି ମହାରାଜା ଛେରା ପହଁରା କରିବେ। ଏହା ମଧ୍ୟାହ୍ନ ୨ ଟା ୩୦ ରୁ ଆରମ୍ଭ ହୋଇ ୩ ଟା ୩୦ରେ ଶେଷ ହେବ। ଏହାପରେ ରଥଟଣା ପାଇଁ ଚାରମାଳ ଫିଟାଯିବା ସହିତ ଘୋଡା ଯୋଚା ଯିବ। ଅପରାହ୍ନ ପ୍ରାୟ ୪ ଟା ବେଳକୁ ରଥଟଣା ଯିବ। ଗୁଣ୍ଡିଚା ମନ୍ଦିରରେ ତିନି ରଥ ଲାଗିବା ପରେ ଅନ୍ୟାନ୍ୟ ନୀତି କରାଯିବ।

rathyatra RathYatra2023 ରଥଯାତ୍ରା ରଥଯାତ୍ରା2023
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ନା ହ୍ରାସ?: ଜାଣନ୍ତୁ ଭୁବନେଶ୍ଵରର ସ୍ଥିତି

May 26, 2026

ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର

May 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

May 26, 2026

ରାଜଧାନୀରେ ବୁଲିଲା ଖଣ୍ଡା

May 25, 2026
Latest News

ଆଜି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ନା ହ୍ରାସ?: ଜାଣନ୍ତୁ ଭୁବନେଶ୍ଵରର ସ୍ଥିତି

May 26, 2026

‘ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା’: QUAD ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଜୟଶଙ୍କର

May 26, 2026

ଋଣ ଛାଡ କଲେ ବିଜୟ ସରକାର

May 26, 2026

ଏକ ବର୍ଷ ମଧ୍ୟରେ ମୋଦୀ ଛାଡିବେ ଗାଦି : ରାହୁଲ ଗାନ୍ଧୀ

May 26, 2026

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଦୁର୍ଘଟଣା : ୬ ମୃତ୍ୟୁ

May 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.