ସଡକ ଦୁର୍ଘଟଣାରେ ବରିଷ୍ଠ ବିଜେପି ନେତାଙ୍କ ଦେହାନ୍ତ, ଦଳର ଶୋକ

Published: Jul 17, 2023, 7:13 pm IST

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଶ୍ରୀ ମହେଶ୍ୱର ପ୍ରଧାନ ଆଜି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଜଣେ ସୁସଂଗଠକ ଭାବେ ପରିଚିତ ସ୍ୱର୍ଗତଃ ପ୍ରଧାନ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ସତ୍ୟବାଦୀ ମଣ୍ଡଳ ସଭାପତି ଭାବେ ଦାୟୀତ୍ୱକୁ ସୂଚାରୁ ରୂପେ ନିର୍ବାହ କରିବା ପରେ ଜିଲ୍ଲା ସାଧାରଣ ସଂପାଦକ ଦାୟୀତ୍ୱକୁ ମଧ୍ୟ ସୂଚାରୁ ରୂପେ ନିର୍ବାହ କରିଥିଲେ ।

ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ସ୍ୱର୍ଗତଃ ପ୍ରଧାନ ନିଜ ଅଂଚଳର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ । ଗୋସୁରକ୍ଷା ପାଇଁ କାର୍ଯ୍ୟରତ ସ୍ୱର୍ଗତଃ ପ୍ରଧାନ ନିଜ ଉଦ୍ୟମରେ ସତ୍ୟବାଦୀ ନିକଟରେ ଏକ ଗୋଶାଳା ପ୍ରତିଷ୍ଠା କରିଛନ୍ତି । ଜନସାଧାରଣଙ୍କ ପାଇଁ ସ୍ୱର୍ଗତଃ ପ୍ରଧାନଙ୍କ ଜନକଲ୍ୟାଣ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ।

ସ୍ୱର୍ଗତଃ ଶ୍ରୀ ପ୍ରଧାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ ସାମଲ ଓ ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

Related posts