Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଖୋଲିପାରୁ ନାହିଁ ଭୁବନେଶ୍ବରର ମାର୍କେଟ ବିଲିଡିଂ, ହୋଇପାରୁ ନାହିଁ ସମାଧାନ, ହାତ ଟେକିଦେଲା ବିଏମସି
ରାଜ୍ୟ ଖବର

ଖୋଲିପାରୁ ନାହିଁ ଭୁବନେଶ୍ବରର ମାର୍କେଟ ବିଲିଡିଂ, ହୋଇପାରୁ ନାହିଁ ସମାଧାନ, ହାତ ଟେକିଦେଲା ବିଏମସି

July 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
MarketBuilding
ଖୋଲିପାରୁ ନାହିଁ ଭୁବନେଶ୍ବରର ମାର୍କେଟ ବିଲିଡିଂ, ହୋଇପାରୁ ନାହିଁ ସମାଧାନ, ହାତ ଟେକିଦେଲା ବିଏମସି

ଭୁବନେଶ୍ବର: ରାଜଧାନୀର ବଡ ବ୍ୟବସାୟିକ ପେଣ୍ଠ ହେଉଛି ମାର୍କେଟ ବିଲିଡିଂ। ଯେଉଁଠାକୁ କେବଳ ରାଜଧାନୀ ବାସିନ୍ଧା ନୁହେଁ, ଖୋର୍ଦ୍ଧା ପୁରୀର ଗ୍ରାହକମାନେ ମଧ୍ୟ ଏହି ସ୍ଥାନକୁ କାରବାର କରିବାକୁ ଆସିଥାନ୍ତି। ହେଲେ ଦୁଃଖର କଥା ମାର୍କେଟ ବିଲିଡିଂ ସ୍ଥାୟୀ ବ୍ୟବସାୟୀ ସଂଘ, ବିଏମସି ଏବଂ ଉଠା ଦୋକାନୀଙ୍କ ମଧ୍ୟରେ ବିବାଦ ପାଇଁ ବର୍ତ୍ତମାନ ଏହି ବ୍ୟବସାୟିକ ପେଣ୍ଠ ବନ୍ଦ ରହିଛି।

୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ଏହି ମାର୍କେଟ ବିଲିଡିଂ ବନ୍ଦ ରହିଛି। ବର୍ତ୍ତମାନ କେହି ଶୁଣିବାକୁ ରାଜି ନ ଥିବାରୁ ଏହି ବିବାଦ ବଢିବାରେ ଲାଗିଛି। ମାର୍କେଟ ବିଲିଡିଂ ସ୍ଥାୟୀ ବ୍ୟବସାୟୀ ସଂଘର ଦାବୀ ବିଏମସି ତୁରନ୍ତ ଏହା ଭିତରେ ଥିବା ଉଠା ଦୋକାନୀଙ୍କୁ ହଠାନ୍ତୁ। ହେଲେ ଆଇନ କଟକଣା ନେଇ ବିଏମସି ଏମାନଙ୍କୁ ହଠାଇ ପାରୁ ନାହିଁ। ସେପଟେ ଉଠା ବ୍ୟବସାୟୀ ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛି। ସେମାନେ ମଧ୍ୟ ଦାବୀ କଲେଣି ଯେ, ଆମକୁ ସେଠାରେ ଥଇଥାନ କରାଯାଉ।

ତେବେ ସୂଚନା ଅନୁସାରେ ମାର୍କେଟ ବିଲିଡିଂ ସ୍ଥାୟୀ ବ୍ୟବସାୟୀ ସଂଘ ବର୍ତ୍ତମାନ ରାଜଧାନୀର ବିଭିନ୍ନ ବ୍ୟବସାୟୀ ସଂଘ ସହିତ ଆଲୋଚନା କରୁଛି। ଖୁବ ଶିଘ୍ର ରାଜଧାନୀର ସମସ୍ତ ବ୍ୟବସାୟଙ୍କୁ ବନ୍ଦ କରିବେ ବୋଲି ପ୍ରସ୍ତାବ ରହିଛି। ଏହା ଯଦି ହୁଏ ବ୍ୟବସାୟୀ ପରିବାର ସହିତ ହଜାର ହଜାର ଗ୍ରାହକ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ। ଯାହା ବିଏମସିକୁ ବେଶ ମହଙ୍ଗା ପଡିବ।

ମାର୍କେଟ ବିଲିଡିଂର ଏହି ସ୍ଥାୟୀ ସଂଘ ବନାମ ଉଠା ଦୋକାନୀ ମଧ୍ୟରେ ବିବାଦ ବହୁ ପୁରୁଣା ଘଟଣା। ଦୀର୍ଘ ବର୍ଷ ଧରି ଏମାନଙ୍କ ମଧ୍ୟରେ ଲାଗିଛି ଘଟଚପଟ। ମଝିରେ ଏହାର ସମାଧାନ କରିବାକୁ ଯାଇ ଉଠା ଦୋକାନୀଙ୍କୁ ହଟାଇ ଦିଆଯାଇଥିଲା। ହେଲେ କିଛି ମାସ ପରେ ସେମାନେ ଧିରେ ଧିରେ ପୁଣି ଆସ୍ଥାନ ଜମାଇବା ଆରମ୍ଭ କଲେ। ଫଳରେ ମାମଲ କୋର୍ଟରେ ପହଞ୍ଚିଲା।

ବର୍ତ୍ତମାନ ବିଏମସି କୋର୍ଟ ଅର୍ଡରକୁ ଅନୁଧ୍ୟାନ କରି ପଦକ୍ଷେପ ନେବ ବୋଲି ବାରମ୍ବାର କହୁଥିଲେ ମଧ୍ୟ ତାହା କାର୍ଯ୍ୟରେ ପରିଣତ ହୋଇପାରୁ ନାହିଁ। ସ୍ଥାୟୀ ବ୍ୟବସାୟୀ ସଂଘ ବିଏମସି ମେୟର, କମିଶନରଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ତାହାକ ସମାଧାନ ହୋଇପାରୁ ନାହିଁ।

କମିଶନର କହୁଛନ୍ତି ଆମକୁ ଆଉ କିଛି ଦିନ ସମୟ ଦିଅନ୍ତୁ। ହେଲେ ଆନ୍ଦୋଳନରୁ ଓହରି ଯାଆନ୍ତୁ। ହେଲେ ତାହାକୁ ସ୍ଥାୟୀ ବ୍ୟବସାୟୀ ସଂଘ ମାନିବା ପରିବର୍ତ୍ତେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ଅଣ୍ଟା ଭିଡିଛନ୍ତି। ରାଜଧାନୀରେ ସମସ୍ତ ବ୍ୟବସାୟୀ ସଂଘକୁ ମେଳି କରି ଆଗାମୀ ଦିନରେ ପୁରା ଭୁବନେଶ୍ବର ବନ୍ଦ କରିବାକୁ ଯୋଜନା କରୁଛନ୍ତି।

bhubaneswar ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.