Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଅକ୍ଟୋବର ୨ରୁ ବିଜେଡିର ଜନସଂପର୍କ ଯାତ୍ରା, କିପରି ପାଳନ କରିବେ ନେତାଙ୍କୁ ଚିଠି ଲେଖିଲେ ନବୀନ
ରାଜ୍ୟ ଖବର

ଅକ୍ଟୋବର ୨ରୁ ବିଜେଡିର ଜନସଂପର୍କ ଯାତ୍ରା, କିପରି ପାଳନ କରିବେ ନେତାଙ୍କୁ ଚିଠି ଲେଖିଲେ ନବୀନ

September 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଅକ୍ଟୋବର ଦୁଇ ତାରିଖରୁ ବିଜେଡି ପାଳନ କରିବ ଜନ ସଂପର୍କ ପଦଯାତ୍ରା। ଏହା ପ୍ରତିବର୍ଷ ପରି ଅକ୍ଚୋବର ୨ ତାରିଖ ଗାନ୍ଧୀ ଜୟନ୍ତିରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତିରେ ଶେଷ ହେବ। ଏହି ପଦଯାତ୍ରା କିପରି କରାଯିବ ସେ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଦଳୀୟ ନେତା ତଥା କର୍ମିଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଏଥିରେ ନବୀନ କହିଛନ୍ତି ଯେ, ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତି, ଅକ୍ଟୋବର ୯ ତାରିଖରେ ଗୋପବନ୍ଧୁ ଜୟନ୍ତି, ଅକ୍ଟୋବର ୧୧ ତାରିଖରେ ଜୟପ୍ରକାଶ ନାରାୟଣ ଜୟନ୍ତି ପଦଯାତ୍ରା ସହିତ ପାଳନ କରାଯିବ। ଏହି ପଦଯାତ୍ରାକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତି ତଦାରଖ କରିବେ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ ବା ବିଧାୟିକା, ପଞ୍ଚାୟତ ପୌର ପରିଷଦର ନିର୍ବାଚିତ ପ୍ରତିନିଧିମାନେ ନିଶ୍ଚିତ ଯୋଗଦେବେ। ଏଥିସହିତ ଦଳର ବିଭିନ୍ନ ଛାମୁଆ ସଂଗଠନ, ଯେପରି ଛାତ୍ର ଜନତା, ଯୁବ ଜନତା, ମହିଳା ଜନତା ପରି ସଂଗନର କର୍ମକର୍ତ୍ତା ଭାଗ ନେବେ। ତେବେ ଏହି କାର୍ଯ୍ୟକ୍ରମ କିପରି କରାଗଲା ତାହାର ଏକ ରିପୋର୍ଟ ମୋତେ ପ୍ରଦାନ କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପଦଯାତ୍ରା ପରେ ଅକ୍ଟୋବର ୧୨ ତାରିଖରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାସେ ବ୍ୟାପି କରାଯିବ। ଏହା ପ୍ରତି ଜିଲ୍ଲା ପରିଷଦ ଜୋନ ଏବଂ ପୌରାଞ୍ଚଳ ସ୍ତରୀୟ ସକ୍ରିୟ ସଦସ୍ୟ ଏବଂ ସଦସ୍ୟାମାନଙ୍କୁ ନେଇ କରାଯିବ। ଏହିମାନେ ପ୍ରଶିକ୍ଷିତ ହେବା ପରେ ସେମାନେ ପ୍ରତି ଗାଁକୁ ଗାଁ ଯାଇ ବିଜେଡି ସରକାରଙ୍କ ସଫଳତା ସଂପର୍କରେ ଅବଗତ କରାଯିବ।

ଏହି କାର୍ଯ୍ୟକ୍ରମ ଭିତରେ ନେତାମାନେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ବୃକ୍ଷ ରୋପଣ ପରି ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମଧ୍ୟ କରିବେ। ସେହିପରି ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପ୍ରତି ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବ। ସେଥିପାଇଁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକମାନେ ଦାୟିତ୍ବ ନେବେ।

ଏହି ସମୟରେ ନିଜ ଅଞ୍ଚଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ମଧ୍ୟ କରାଯିବ। ଏଥିସହିତ ସମସ୍ତେ ଓଡିଶାକୁ ବିକାଶ କରିବା ପାଇଁ ଏକ ସଂକଳ୍ପ ମଧ୍ୟ ନେବେ। ଏହି କାର୍ଯ୍ୟକ୍ରମ ମଧ୍ୟ କିପରି ପାଳନ କରାଗଲା ତାହା ସିଧା ଜଣାଇବେ ବୋଲି ନବୀନ ପଟ୍ଟନାୟକ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।

BJD Padayatra ନବୀନ ପଟ୍ଟନାୟକ ପଦଯାତ୍ରା ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026

‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି

March 28, 2026

କଟକରେ ରଥ କାଠ ଚିରଟ ଅନୁକୂଳ କାର୍ଯ୍ୟ ସମ୍ପନ୍ନ

March 28, 2026

ସ୍ଥଳ ସେନା ମୁଖ୍ୟଙ୍କ ସହ ରାଜ୍ୟପାଳ ହରିବାରୁ କମ୍ଭମପାଟିଙ୍କ ସୌଜନ୍ୟ ମୂଳକ ସାକ୍ଷାତ

March 28, 2026
Latest News

ଉତ୍ତରାଖଣ୍ଡରେ ବଡ଼ ରାଜନୈତିକ ଅସ୍ଥିରତା: କଂଗ୍ରେସ ଦଳରେ ଯୋଗଦେବେ ଅନେକ ପ୍ରମୁଖ ନେତା!

March 28, 2026

IPL ର ପ୍ରଥମ ମ୍ୟାଚରେ ବଡ଼ ସଫଳତା ହାସଲ କରିବେ ବିରାଟ କୋହଲି: ମାତ୍ର ୨୯ ଆବଶ୍ୟକ

March 28, 2026

କେରଳ ବିଧାନସଭା ନିର୍ବାଚନ: ​​ସମାନ ନାମର ଅନେକ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ଦ୍ୱନ୍ଦ୍ୱ

March 28, 2026

ନେପାଳରେ ରାଜନୈତିକ ଉତ୍ତେଜନା!: ବାଲେନ ଶାହ ଶପଥ ନେବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

March 28, 2026

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.