Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପୁରୁଣା ପେନ୍‌ସନ୍ ପାଇଁ ନଭେମ୍ବରରେ ମହାଆନ୍ଦୋଳନ ଡାକରା
ରାଜ୍ୟ ଖବର

ପୁରୁଣା ପେନ୍‌ସନ୍ ପାଇଁ ନଭେମ୍ବରରେ ମହାଆନ୍ଦୋଳନ ଡାକରା

October 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁରୁଣା ପେନ୍‌ସନ୍ ପାଇଁ ନଭେମ୍ବରରେ ମହାଆନ୍ଦୋଳନ ଡାକରା

ଭୁବନେଶ୍ବର: ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍ ଲାଗୁ କରିବା ନିମନ୍ତେ ଅଦ୍ୟ ତା୧୫.୧୦.୨୦୨୩ରିଖ ରବିବାର ଦିବା ୨ ଘଟିକା ସମୟରେ “ଉତ୍କଳ ମଣ୍ଡପ”ଭୁବନେଶ୍ୱର ଠାରେ “ପୁରୁଣା ପେନ୍‌ସନ୍ ପାଇଁ ଜାତୀୟ ଆନ୍ଦୋଳନ” (ଏନ୍‌.ଏମ୍‌.ଓ.ପି.ଏସ୍‌.), ଓଡ଼ିଶା ରାଜ୍ୟଶାଖା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରୁଣା ପେନସନ୍ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ କର୍ମଚାରୀ ନେତା ଶ୍ରୀ ପ୍ରଭାତ ମହାନ୍ତି, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ମାନୀୟ ଅତିଥି ଭାବେ ବାସୁଦେବ ଭଟ୍ଟ ଓ ପ୍ରସନ୍ନ ବିଶୋଇ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ସରକାର ପୁରୁଣା ପେନ୍‌ସନ୍ ତୁରନ୍ତ ଲାଗୁ କରନ୍ତୁ ବୋଲି ମତ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏନ୍‌.ଏମ୍‌.ଓ.ପି.ଏସ୍‌. ଓଡ଼ିଶାର ସମସ୍ତ କର୍ମକର୍ତ୍ତା ତଥା ରାଜ୍ୟର ସମସ୍ତ ସଂଗଠନର ସଭାପତି, ସମ୍ପାଦକ ତଥା ଜିଲ୍ଲା, ବ୍ଲକ ନେତୃତ୍ୱ ଓ ବିଭାଗର ମୁଖ୍ୟମାନେ ଯୋଗଦେଇ ସରକାରଙ୍କର ନୂତନ ପେନ୍‌ସନ୍ ବ୍ୟବସ୍ଥାକୁ ତୀବ୍ର ବିରୋଧ କରିଥିଲେ ଏବଂ ଏଠାରେ ସୂଚନାଯୋଗ୍ୟ ଯେ କର୍ମଚାରୀମାନଙ୍କର ଅଂଶଧନକୁ ସରକାର ଅସ୍ଥିର ସେୟାର ମାର୍କେଟ୍‌ରେ ବିନିଯୋଗ କରି କର୍ମଚାରୀଙ୍କ ଶେଷ ଜୀବନକୁ ଦୁର୍ବିସହ ଅବସ୍ଥାକୁ ଠେଲି ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ଅବିକଳ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରେଇବା ପାଇଁ ସରକାରଙ୍କ ନିକଟରେ ଦାବିପତ୍ର ଉପସ୍ଥାପନ କରିଥିଲେ ।

କେନ୍ଦ୍ର ସରକାର ୧.୧.୨୦୦୪ ମସିହାରେ ଓ ରାଜ୍ୟ ସରକାର ୧.୧.୨୦୦୫ ମସିହାରେ ପୁରୁଣା ପେନ୍‌ସନ୍ ଉଚ୍ଛେଦ କରି ନୂତନ ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିଥିଲେ । ଫଳରେ ହଜାର ହଜାର ସରକାରୀ କର୍ମଚାରୀ ୨୫ ରୁ ୩୦ ବର୍ଷ ଚାକିରୀ କରି ଅବସର ପରେ ମାତ୍ର ୧୦୦୦ ଟଙ୍କା ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍ ପାଇ ଅତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଯେତେବେଳେ କି ବିଧାୟକ ଓ ସାଂସଦଙ୍କର ପୁରୁଣା ପେନ୍‌ସନ୍ ପୂର୍ବପରି ପାଉଛନ୍ତି ।

ସୂଚନାଯୋଗ୍ୟ କି କେନ୍ଦ୍ର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ନୂତନ ପେନ୍‌ସନ୍ ଉପରେ ଅନୁଧ୍ୟାନ କରାଯାଉଛି, ଏହାକୁ ସଂଗଠନ ତରଫରୁ ଦୃଢ ବିରୋଧ କରିବା ସହ ନୂତନ ପେନ୍‌ସନ୍ ପରିବର୍ତ୍ତେ ଅବିକଳ ପୁରୁଣା ପେନ୍‌ସନ୍ ଲାଗୁ କରାଇବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏଥିମଧ୍ୟରେ ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହିମାଚଳ ପ୍ରଦେଶ ରାଜ୍ୟ କର୍ମଚାରୀମାନଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁରୁଣା ପେନ୍‌ସନ୍ ଲାଗୁ କରିଛନ୍ତି ।

ଏଠାରେ ସୂଚନାଯୋଗ ଯେ, ତା୧.୧.୨୦୦୪ରିଖରେ କେନ୍ଦ୍ର ସରକାର ପୁରୁଣା ପେନ୍‌ସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ଜାତୀୟ ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରାଇବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ପଶ୍ଚିମବଙ୍ଗ ସରକାର ଏହାକୁ ଭୃକ୍ଷେପ ନକରି ପୂର୍ବଭଳି ଏପର୍ଯ୍ୟନ୍ତ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଚାଲୁ ରଖିଛନ୍ତି ।

ଗତ ଅକ୍ଟୋବର ୧ରେ ଦିଲ୍ଲୀର ରାମଲୀଳା ମଇଦାନଠାରେ ସବୁ ରାଜ୍ୟର ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀମାନେ ଏକତ୍ର ହୋଇ କେନ୍ଦ୍ର ସରକାରଙ୍କୁ ପୁରୁଣା ପେନସନ୍ ଲାଗୁ କରିବାକୁ ଅନୁରୋଧ କରିଥିଲେ । ଏନ୍‌.ଏମ୍‌.ଓ.ପି.ଏସ୍‌. ଓଡ଼ିଶା ରାଜ୍ୟ ଶାଖା ତରଫରୁ ମୁଖ୍ୟମନ୍ତ୍ରୀ ଓ ୫-ଟି’ ସଚିବଙ୍କୁ ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ୍ ୪୦ଲକ୍ଷ ଲୋକଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପେନ୍‌ସନ୍ ବ୍ୟବସ୍ଥା ଉଚ୍ଛେଦ କରି ଅବିକଳ ପୁରୁଣା ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିବାକୁ ସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ ଓ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ପୁରୁଣା ପେନସନ ପେନସନ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.