Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପୁଣିଥରେ ଆନ୍ଦୋଳନ କରିବେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ, ବିଧାନସଭା ଘେରାଉ ଯୋଜନା
ରାଜ୍ୟ ଖବର

ପୁଣିଥରେ ଆନ୍ଦୋଳନ କରିବେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ, ବିଧାନସଭା ଘେରାଉ ଯୋଜନା

November 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣିଥରେ ଆନ୍ଦୋଳନ
ପୁଣିଥରେ ଆନ୍ଦୋଳନ କରିବେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ, ବିଧାନସଭା ଘେରାଉ ଯୋଜନା

ଭୁବନେଶ୍ବର: ଦୀର୍ଘ ଏକମାସ ରୁ ଉର୍ଦ୍ଧ୍ବ ସମୟ ଧରି ନିଜ ର ନ୍ୟାଯ ଦାବୀ ନେଇ ଆନ୍ଦୋଳନ କରି ଆସିଥିବା ଅଲ ଓଡ଼ିଶା ଆୟୁଷ ଛାତ୍ର ସଂସଦ ପୁନଶ୍ଚ ଆସନ୍ତା ବିଧାନସଭା ଶୀତ ଅଧିବେଶନର ଆରମ୍ଭ ରୁ ବ୍ୟାପକ ଭାବେ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ଆଜି ଛାତ୍ର ସଂସଦ ପ୍ରତିନିଧି ଦଳ ପକ୍ଷରୁ ସଭାପତି ଡା ରାଜେଶ ମିଶ୍ର ଓ ଡା ରୋହିତ କେରର୍କେଟା ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ସୁମିତ୍ରା ସେନାପତି ଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେବଳ ଆୟୁଷ ଡାକ୍ତର ଙ୍କ କ୍ୟାଡର ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ନୂତନ ଆୟୁଷ ଡିସ୍ପେନସାରି ଖୋଲବା ଓ ନୂତନ ଆୟୁଷ ଡ଼ାକ୍ତରୀ ନିଯୁକ୍ତି ପାଇଁ ଅଦ୍ୟାବଧି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି କରାଯାଇ ନାହିଁ।

ବିଳମ୍ବ ଜାଣିବା ପରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଛି। ନୂତନ ଆୟୁଷ ଡିସ୍ପେନସାରି, ପ୍ରତିବର୍ଷ ଆୟୁଷ ଡାକ୍ତର ନିଯୁକ୍ତି, ରାଜ୍ୟରେ ଆୟୁଷ କଲେଜ ର ଭିତ୍ତିଭୂମି ର ବିକାଶ, ଆୟୁଷ ହାଉସସର୍ଜନ ଭତ୍ତା ବୃଦ୍ଧି ଆଦି ଦାବୀ ରହିଛି,ଯାହାକୁ ରାଜ୍ୟ ସରକାର ଅଣ ଦେଖା କରୁଛନ୍ତି।ତଥ୍ୟ ଅନୁସାରେ ରାଜ୍ୟରେ୧୯୯୭ ରୁ ୨୦୦୩ ବର୍ଷ ମଧ୍ୟରେ ହୋମିଓପ୍ୟାଥିକ ଓ ଆୟୁର୍ବେଦକି ଡାକ୍ତରଖାନା ସଂଖ୍ୟା ବୃଦ୍ଧି ପାଇନାହିଁ।

୧୯୯୭ ପୂର୍ବରୁ ରାଜ୍ୟରେ ପାଞ୍ଚଟି ଆୟୁର୍ବେଦିକ ଓ ଚାରୋଟି ହୋମିଓପ୍ୟାଥିକ ହସ୍ପିଟାଲ ଥିବା ବେଳେ ୨୦୨୩ ଆର୍ଥିକ ବର୍ଷ ଆରମ୍ଭ ବେଳକୁ ଏହି ସଂଖ୍ୟା ରେ କୌଣସି ପରିବର୍ତ୍ତନ ହୋଇନାହିଁ।ସେହିପରି ୧୯୯୫ ବର୍ଷ ବେଳକୁ ଓଡ଼ିଶାରେ କେବଳ ୫୧୯ଟି ଆୟୁର୍ବେଦିକ ଓ ୪୬୦ଟି ହୋମିଓପ୍ୟାଥିକ ସରକାରୀ ଡିସ୍ପେନସାରି ଥିବା ବେଳେ ୨୦୨୩ ମସିହା ଅଦ୍ୟାବଧି ସେ ସଂଖ୍ୟା ରେ ବ୍ୟାପକପରିବର୍ତ୍ତନ ହୋଇନାହିଁ।ଦୀର୍ଘ୨୧ବର୍ଷ ଧରି ରାଜ୍ୟରେ ୫୬୨ଟି ହୋମିଓପ୍ୟାଥିକ ଓ୬୧୯ଟି ଆୟୁର୍ବେଦ ସରକାରୀ ଡ଼ିସ୍ପେନସାରି ସମସ୍ତ ସାଢ଼େ ଚାରିକୋଟି ଓଡ଼ିଶା ର ଜନସାଧାରଣ ଙ୍କ ପାଇଁ କାର୍ଯ୍ୟ କରୁଛି।

ସେଠାରେ ନିଯୁକ୍ତ ଆୟୁଷ ଡାକ୍ତର ମାନଙ୍କ ଅଦ୍ୟାବଧି କେଡର ହୋଇନଥିବା ଯୋଗୁଁ ରାଜ୍ୟ ସରକାର ଏବେ ସେମାନଙ୍କ କାର୍ଯ୍ୟ ଚାଲିଛି କହି ହାତଟେକି ବସିଯାଇଛନ୍ତି। ରାଜ୍ୟରେ ଏମ ବି ବି ଏସ ଓ ପ୍ରାଣୀ ଚିକିତ୍ସାକ ପ୍ରଥମ ଶ୍ରେଣୀ ଗେଜେଟେଡ଼ ଅଫିସର ଥିବା ବେଳେ ଆୟୁଷ ଡାକ୍ତର ଙ୍କୁ ଅଣଦେଖା ହେଉଛି।ରାଜ୍ୟ ସରକାର ଆୟୁଷ ବିଭାଗ ପ୍ରତି ସମ୍ପୂର୍ଣ ଅଣଦେଖା କରୁଛନ୍ତି ବୋଲି ଆଜି ଅଲ ଓଡିଶା ଆୟୁଷ ଛାତ୍ର ସଂସଦ ତାକୁ ନେଇ ପ୍ରଶ୍ନ କରିଛନ୍ତି।

ଗତ ଆନ୍ଦୋଳନ ସମୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ସମୟରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ, ଯୁଗ୍ମ ସଚିବସୁମିତ୍ରା ସେନାପତି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ କହିଥିଲେ ଆନ୍ଦୋଳନ ପ୍ରତ୍ୟାହୃତ ହେଲେ ପରବର୍ତ୍ତୀ କାର୍ଯ୍ୟ ଦିବସରେ ତୁରନ୍ତ ଆୟୁଷ ସମ୍ପର୍କିତ ସମସ୍ତ ପ୍ରକାର ଅଭାବ ଅଭିଯୋଗ ଉପରେ ନିଷ୍ପତି ନିଆଯିବ ବୋଲି ଆୟୁଷ ଛାତ୍ର ପ୍ରତିନିଧିଦଳ ଙ୍କୁ କହିଥିବା ବେଳେ ଅଦ୍ୟାବଧି କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ନିଷ୍ପତ୍ତି ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇ ନାହିଁ।

ସେଥିପାଇଁ ଓଡ଼ିଶା ଆୟୁଷ ଛାତ୍ର ସଂସଦ ପୁନଃ ବିଧାନସଭା ସମୟରେ ବ୍ୟାପକ ମାତ୍ରାରେ ବିଭିନ୍ନ ଛାତ୍ର ସଂଗଠନ ସହଯୋଗ ରେ ଆନ୍ଦୋଳନ ଜାରି ରଖିବ ବୋଲି ଆଜି ପ୍ରକାଶ କରିବା ସହିତବିଭିନ୍ନ ସରକାରୀ ଆୟୁଷ କଲେଜ ଛାତ୍ର ଛାତ୍ରୀ ବ୍ୟାପକ ପ୍ରସ୍ତୁତ ଆରମ୍ଭ କରିଛନ୍ତି।

Ayush Doctor ଆୟୁଷ ଡ଼ାକ୍ତର
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.