ବାଣପୁର ମଙ୍ଗଳପୁରରେ ଜଘନ୍ୟ ହତ୍ୟାକାଣ୍ଡ, ମା କୁ ମାରିଲା ପୁଅ

Published: Nov 15, 2023, 10:58 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି l ମଙ୍ଗଳପୁର ଗ୍ରାମର ଜନୈକ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି l ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଝିଅ l ଘଟଣା ମୁତାବକ ଗତକାଲି ରାତିରେ ମଙ୍ଗଳପୁର ଗ୍ରାମର ସତ୍ୟଭାମା ବେହେରା(70) ଙ୍କୁ ତାଙ୍କ ପୁଅ ବନମାଳି ବେହେରା(35) କୌଣସି କାରଣ ବଶତଃ ଘରେ ଥିବା ବେଳେ କଟୁରୀରେ ହାଣି ହତ୍ୟା କରିଛନ୍ତି l

ଏ ନେଇ ମୃତ ସତ୍ୟଭାମାଙ୍କ ଝିଅ ପ୍ରମିଳା ବେହେରା ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ରମେଶ ଚନ୍ଦ୍ର ଦେବତା ତୁରନ୍ତ ଘଟଣାସ୍ଥଳକୁ ଯାଇ ସତ୍ୟଭାମାଙ୍କ ମୃତ ଶରୀର ଜବତ କରିବା ସହ ଅଭିଯୁକ୍ତ ପୁଅ ବନମାଳିଙ୍କୁ ଗିରଫ କରିଛନ୍ତି l

ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଫା 302 ରେ କେସ ନମ୍ବର 404/23 ରେ ମାମଲା ରୁଜୁ କରାଯାଇଥିବା ବେଳେ ଆଜି କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି କହିଛନ୍ତି l ଅନୁରୂପ ଭାବେ ପାରିବାରିକ ଝଗଡାରୁ ଏହି ହତ୍ୟାକାଣ୍ଡ ହୋଇଥିବାର ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର କହିଛନ୍ତି l

Related posts