Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଅର୍ଥ ପରାମର୍ଶଦାତାଙ୍କୁ ଦିଆଗଲା ଜିଏସଟି ପରାମର୍ଶ, ବହୁ ଦ୍ବନ୍ଦର ହେଲା ସମାଧାନ
ରାଜ୍ୟ ଖବର

ଅର୍ଥ ପରାମର୍ଶଦାତାଙ୍କୁ ଦିଆଗଲା ଜିଏସଟି ପରାମର୍ଶ, ବହୁ ଦ୍ବନ୍ଦର ହେଲା ସମାଧାନ

November 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅର୍ଥ ପରାମର୍ଶଦାତାଙ୍କୁ ଦିଆଗଲା ଜିଏସଟି ପରାମର୍ଶ, ବହୁ ଦ୍ବନ୍ଦର ହେଲା ସମାଧାନ

ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟ କର, ଦ୍ରବ୍ୟ ଓ ସେବାକର କମିଶନ(ସିଟି ଓ ଜିଏସଟି କମିଶନରେଟ୍) କାର୍ଯ୍ୟାଳୟ, ଅର୍ଥ ବିଭାଗର ତରଫରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ କର୍ପୋରେସନ ଆଦିମାନଙ୍କରେ କାର‌୍ୟ୍ୟ କରୁଥିବା ଅର୍ଥ ପରାମର୍ଶଦାତା (ଏଫଏ) ଏବଂ ସହକାରୀ ଅର୍ଥ ପରାମର୍ଶଦାତା ( ଏଏଫଏ )ମାନଙ୍କ ନିମନ୍ତେ ଏକ ଦିବସୀୟ ଦ୍ରବ୍ୟ ଓ ସେବାକର ଆଇନ (ଜିଏସଟି) ସଂପର୍କିତ କର୍ମଶାଳା ଆଜି ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଏଫ୍ଏ, ଏଏଫ୍ଏ ଏବଂ ବିଭିନ୍ନ ସରକାରୀ ଟ୍ରେଜେରୀରେ କାର୍ଯ୍ୟରତ ଓଡ଼ିଶା ଅର୍ଥସେବା ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।

ରାଜ୍ୟ ପ୍ରତି ଅନୁରକ୍ତ ରହି ରାଜ୍ୟର ସ୍ୱାର୍ଥକୁ ସୁନିଶ୍ଚିତ କରିବାକୁ ସେମାନେ କାର୍ଯ୍ୟ କରୁଛନ୍ତି।ରାଜ୍ୟର ରାଜସ୍ୱ ଆଦାୟ ଓ ଜିଏସଟି ସଂଗ୍ରହରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସେମାନଙ୍କର ଯୋଗଦାନ ରହିଛି । ଜିଏସି ଆଦାୟ ଓ ଆର୍ଥିକ ପରିଚାଳନା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ବିଭାଗରେ ବହୁ ଅଭିଜ୍ଞ ଅଧିକାରୀ ଅଛନ୍ତି। ଜିଏସଟି ନିୟମ ସଂପର୍କରେ ସବୁ ବିଭାଗ ଜାଣିବା ଆବଶ୍ୟକ।

କେଉଁ କ୍ଷେତ୍ରରେ ଜିଏସଟି ଲାଗୁ ହେବ ବା ଲାଗୁ ହେବ ନାହିଁ, ସେଥିରେ ଦ୍ୱନ୍ଦଉପୁଜିଲେ ବିନା ଦ୍ୱିଧାରେ ସେମାନେ ଏହିସବୁ ଅଧିକାରୀମାନଙ୍କ ପରାମର୍ଶ ନେବାକୁ ମୁଖ୍ୟ ଶାସନ ସଚିବ ପ୍ରଶିକ୍ଷଣ ନେଉଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟର ଅଭିବୃଦ୍ଧି ଓ ବିତ୍ତୀୟ ପରିଚାଳନା ଦୃଷ୍ଟିରୁ ଜିଏସଟି ସଂଗ୍ରହ ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ।

ଅର୍ଥତଥା ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ଯୋଗ ଦେଇ ଓଡ଼ିଶାର ବିତ୍ତୀୟ ପରିଚାଳନା ସଂପର୍କରେ ବକ୍ତବ୍ୟ ରଖି ଦ୍ରବ୍ୟ ଓ ସେବା ଆଇନର କାର‌୍ୟ୍ୟକାରିତାରେ କି କି ବ୍ୟବସ୍ଥା ରହିଛି, ସେ ସଂପର୍କରେ ଆଲୋକପାତ କରିଥିଲେ । ବାଣିଜ୍ୟକର , ଦ୍ରବ୍ୟ ଓ ସେବାକର ମୁଖ୍ୟ ଆୟୁକ୍ତ ତଥା ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ଶ୍ରୀ ସଂଜୟ କୁମାର ସିଂ ପ୍ରାରମ୍ଭିକ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଉଦାହରଣ ଦେଇ ଜିଏସଟି ଲାଗୁଥିବା ବିଭିନ୍ନ କ୍ଷେତ୍ରରେ ରହିଥିବା ବିଭିନ୍ନ ଦ୍ୱନ୍ଦ ଏହାର ସମାଧାନ ସଂପର୍କରେ ସବିଶେଷ ଜ୍ଞାନ ଆହରଣ ସଂପର୍କରେ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଜିଏସଟି ସଂପର୍କିତ ବହୁ ଡିଜିଟାଲ ଡାଟା ବା ତଥ୍ୟ ରହିଛି।ସେସବୁ କାର୍ଯ୍ୟ କ୍ଷେତ୍ରରେ ଏବଂ ଅଟିଟ୍ ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ। ନକଲି ଚାଲାଣ କାଟିବା ରୋକିବା ଦିଗରେ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେହିପରି ବିଭିନ୍ନ ବିଭାଗ ସହିତ କର୍ପୋରେସନଗୁଡିକ ମଧ୍ୟ ଜିଏସଟି ନିୟମ ମାନିବା ଉପରେ ମଧ୍ୟ ଶ୍ରୀ ସିଂ ଗୁରୁତ୍ୱାରୋପ କରିଥିଲେ।

ଅର୍ଥ ପରାମର୍ଶଦାତାମାନେ ସେମାନଙ୍କ ଅଧିନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ସଚେତନ କରିବାକୁ ଓ ବୁଝାଇବାକୁ ସେ ମଧ୍ୟ କହିଥିଲେ। କାର୍ଯ୍ୟକ୍ରମରେ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଆୟୋଜିତ ଏହି କର୍ମଶାଳାରେ ବାଣିଜ୍ୟ କର, ଦ୍ରବ୍ୟ ଓ ସେବା କର କମିଶନ (ସିଟି ଓ ଜିଏସଟି କମିଶନରେଟ୍) କାର୍ଯ୍ୟାଳୟର ଅଧିକାରୀମାନେ ପ୍ରଶିକ୍ଷଣ ଦେଇଥିଲେ। ପାରସ୍ପରିକ ଆଲୋଚନା ମାଧ୍ୟମରେ ଜିଏସଟି ସଂପର୍କିତ ବହୁ ସନ୍ଦେହ ଦୂର କରାଯାଇଥିଲା।

gst ଜିଏସଟି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026

ଓଡ଼ିଶାରେ ସ୍ୱାଭାବିକ ଓ ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ

April 21, 2026

​କାଳିପଲ୍ଲୀ ପଞ୍ଚାୟତରେ ବ୍ୟାପୁଥିବା କିଡ଼ନୀ ରୋଗର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ

April 21, 2026

୧୮ ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

April 21, 2026
Latest News

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.