Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିଜେପିର ୧୦୦ ସାଂସଦଙ୍କ ଟିକଟ କଟିପାରେ! ଲାଗିପାରେ ନୂଆ ଚେହେରାଙ୍କ ଉପରେ ବାଜି
ରାଜ୍ୟ ଖବର

ବିଜେପିର ୧୦୦ ସାଂସଦଙ୍କ ଟିକଟ କଟିପାରେ! ଲାଗିପାରେ ନୂଆ ଚେହେରାଙ୍କ ଉପରେ ବାଜି

March 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପିର ୧୦୦ ସାଂସଦଙ୍କ ଟିକଟ କଟିପାରେ! ଲାଗିପାରେ ନୂଆ ଚେହେରାଙ୍କ ଉପରେ ବାଜି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ଏଥର ନୂଆ ଚେହେରାଙ୍କୁ ଅଧିକ ସୁଯୋଗ ଦେଇପାରେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ ଏଥର ପ୍ରାୟ ୧୦୦ କିମ୍ବା ତା’ଠାରୁ ଅଧିକ ସାଂସଦଙ୍କ ଟିକେଟ କାଟିପାରେ। ଗତକାଲି ବସିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ନିଷ୍ପତି ହୋଇଥିବାର ଜଣାପଡିଛି।

ଦିନେ କିମ୍ବା ଦୁଇଦିନ ମଧ୍ୟରେ ବିଜେପି ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଗତବର୍ଷ ଅନୁଷ୍ଠିତ ବିଭିନ୍ନ ବିଧାନସଭା ନିର୍ବାଚନରେ ବିଜେପି ଅନେକ ବିଧାୟକଙ୍କ ଟିକେଟ କାଟିଥିଲା ଏବଂ ଏଥିରେ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ଥିଲେ। ଏଥର ଲୋକସଭା ନିର୍ବାଚନରେ ବହୁ ସଂଖ୍ୟକ ଟିକେଟ କଟାଯିବ ଏବଂ ନୂଆ ଚେହେରାଙ୍କୁ ଅଧିକ ସୁଯୋଗ ମିଳିବ ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାର ଫାଇଦା ମଧ୍ୟ ବିଜେପିକୁ ମିଳିଛି। ବିଜେପି ମଧ୍ୟ ଲଗାତାର ବାର୍ତ୍ତା ଦେଉଛି ଯେ ବିଜେପିରେ କର୍ମୀମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଦଳ ଯାହାକୁ ଚାହିଁବ ତାକୁ ଦାୟିତ୍ୱ ଦେଇପାରେ। ବିଜେପି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରି କର୍ମୀମାନଙ୍କୁ ଏହି ବାର୍ତ୍ତା ଦେଇଛି।

ନିକଟରେ ଅନୁଷ୍ଠିତ ବିଜେପି ରାଷ୍ଟ୍ରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ଫୁଲ (ବିଜେପିର ନିର୍ବାଚନ ଚିହ୍ନ) ବିଜେପିର ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲେ। ଏହାପରେ କିଛି ବଡ଼ ନେତାଙ୍କ ଟିକେଟ ମଧ୍ୟ କାଟି ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଯେଉଁ ଆସନରେ ବିରୋଧୀ ମେଣ୍ଟ ଏକାଠି ଲଢ଼ୁଛି ସେଠାରେ ବିଜେପି ସାଂସଦମାନେ ଟିକେଟ ହରାଇବାର ସମ୍ଭାବନା ଅଧିକ ରହିଛି।

୨୦୧୯ରେ କେତେ ସାଂସଦଙ୍କ ଟିକେଟ କଟିଥିଲା

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୭୧ରୁ ଅଧିକ ସାଂସଦଙ୍କ ଟିକେଟ କାଟିଥିଲା। ମଧ୍ୟପ୍ରଦେଶରେ ୫ ଜଣ ସାଂସଦଙ୍କୁ ବଦଳାଯାଇଥିବା ବେଳେ ଛତିଶଗଡ଼ରେ ବିଜେପି ସମସ୍ତ ୧୦ ଜଣ ସାଂସଦଙ୍କ ଟିକେଟ କାଟିଦେଇଥିଲା।

ଏଥର ଏହି ସଂଖ୍ୟା ଅଧିକ ହେବାର ସମ୍ଭାବନା ରହିଛି। କିଛିମାସ ତଳେ ବିଜେପି ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ନିଜର ୨୧ ଜଣ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା। ରାଜସ୍ଥାନରେ ବିଜେପି ୭, ମଧ୍ୟପ୍ରଦେଶରେ ୭, ଛତିଶଗଡ଼ ୪ ଓ ତେଲେଙ୍ଗାନାରେ ୩ ଜଣ ପ୍ରାର୍ଥୀ ଦେଇଥିଲେ। ବିଜୟୀ ସାଂସଦମାନେ ଇସ୍ତଫା ଦେଇ ଏବେ ବିଭିନ୍ନ ବିଧାନସଭାର ସଦସ୍ୟ ଅଛନ୍ତି।

ନିର୍ବାଚନ2024 ବିଜେପି ବିଜେପି ପ୍ରାର୍ଥୀ ଚୟନ
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ପଥର ଖଣିରେ ରେଡ

May 20, 2026

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026

୫୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ କର୍ଣ୍ଣେଲ

May 20, 2026
Latest News

ଇରାନ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି !

May 20, 2026

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.