Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଚ଼ିଲିକାରେ ଭାଜପା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଜନସମ୍ପର୍କ ପଦଯାତ୍ରା
ରାଜ୍ୟ ଖବର

ଚ଼ିଲିକାରେ ଭାଜପା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଜନସମ୍ପର୍କ ପଦଯାତ୍ରା

May 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚ଼ିଲିକାରେ ଭାଜପା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଜନସମ୍ପର୍କ ପଦଯାତ୍ରା

ଚିଲିକା(ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଷରପାଟଣା ଛକ ଠାରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା କରିଥିଲେ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ।ଉଭୟ ପ୍ରାର୍ଥୀ ବାଣପୁର ର ଆରାଧ୍ୟ ଦେବୀ ମା’ ଭଗବତୀ ଓ ମା’ ଟିକିରାଇ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ଏବଂ ମା’ଙ୍କ ନିକଟରେ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ।

ଏହି ପଦଯାତ୍ରାରେ ସାଂସଦ ପ୍ରାର୍ଥୀ ପାତ୍ର କହିଥିଲେ ଯେ,ବିକଶିତ ପୁରୀ ଲୋକସଭା କ୍ଷେତ୍ରର ସାମଗ୍ରିକ ବିକାଶ ମୋ ସଂକଳ୍ପ ତତସହିତ ବାଣପୁର ତଥା ଚ଼ିଲିକା ମାଟିକୁ ଏକ ସମୃଦ୍ଧଶାଳୀ ରେ ପରିଣତ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ମୋଦି ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ ଆଲୋକପାତ କରିବା ସହ ଚ଼ିଲିକା କୁ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ ଅଞ୍ଚଳବାସୀଙ୍କୁ ଆହ୍ବାନ ଦେଇଥିଲେ।ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ କହିଥିଲେ ଯେ, ସ୍ବାଭିମାନୀ ବାଣପୁର ତଥା ଚ଼ିଲିକା ମାଟିର ସାମଗ୍ରିକ ଓ ଅର୍ଥନୈତିକ ବିକାଶ‌ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ ଏବଂ ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି କ୍ଷେତ କୁ ପାଣି ଓ ପ୍ରତି ହାତକୁ କାମର ସଂକଳ୍ପ ନେଇ ଏକ ସୁନ୍ଦର ସମୃଦ୍ଧଶାଳୀ ବିକଶିତ ଚ଼ିଲିକା ଗଠନ କରିବେ ବୋଲି ଅଞ୍ଚଳବାସୀଙ୍କୁ‌ ପ୍ରତିଶ୍ରୁତି ଦେଇଥିଲେ।

ଏହି ପଦଯାତ୍ରାରେ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ପ୍ରଭାରୀ ଶ୍ରୀ ବିକାଶ ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ,ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ,ବାଣପୁର ନଗର ମଣ୍ଡଳ ଭାଜପା ସଭାପତି ଶ୍ରୀ ଭଗବାନ ପ୍ରଧାନ,ବିଜେପି ନେତା ଶ୍ରୀ ନନ୍ଦକିଶୋର ମିଶ୍ର,ବାଣପୁର NAC ର ୧ ନଂ ୱାର୍ଡ଼ ର କାଉନସିଲର ତଥା ବାଣପୁର ନଗର ମଣ୍ଡଳ ଭାଜପା କାର୍ଯ୍ୟକାରୀ ସଭାପତି ଶ୍ରୀ ରବିନାରାୟଣ ମିଶ୍ର,ବିରଜାଈ ମଣ୍ଡଳ ଭାଜପା ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଭୋଳ,ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ଦାସ,ସମିତିସଭ୍ୟା ଶ୍ରୀ କନ୍ଦର୍ପ ଜେନା,ବିଷ୍ଣୁଡ଼ିହ ସରପଞ୍ଚ ଶ୍ରୀମତୀ ପୁଷ୍ପିତା ପ୍ରଧାନ, ଦେଓଗାଁ ସରପଞ୍ଚ ଶ୍ରୀମତୀ ରେଣୁବାଳା ଛାଟୋଇ, ଆୟତପୁର ସମିତିସଭ୍ୟ ଶ୍ରୀ ତ୍ରିନାଥ ପ୍ରଧାନ, ନନ୍ଦପୁର ସରପଞ୍ଚ ଶ୍ରୀ ପୁଷ୍ପମିତ୍ର ଖୁଣ୍ଟିଆ,ଭେଟେଶ୍ବର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ,ବାଣପୁର ନଗର ମଣ୍ଡଳ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ବନଜା ମିଶ୍ର,ଯୁବ ସଂଗଠକ ଶ୍ରୀ ତପନ ପ୍ରଧାନ ଓ ପ୍ରଭାଶିଷ ପ୍ରଧାନ ଙ୍କ ସମେତ ସମସ୍ତ କାଉନସିଲର ଏବଂ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଚିଲିକା ପୃଥ୍ୱୀରାଜ ହରିଚନ୍ଦନ ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’: ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ

February 17, 2026

ଆସନ୍ତାକାଲି ଟ୍ଵିନ ସିଟିରେ ବନ୍ଦ ରହିବ ବିଦ୍ୟୁତ ଯୋଗାଣ: ଜାଣନ୍ତୁ ପ୍ରଭାବିତ ଅଞ୍ଚଳ ତାଲିକା ଏବଂ ସମୟ

February 17, 2026

‘ନାବାଳିକାଙ୍କୁ ଯୌନ ଶୋଷଣ ମାମଲା’: ଅଭିଯୁକ୍ତଙ୍କୁ ୨୧ ବର୍ଷ ଲେଖାଏଁ କଠୋର କାରାଦଣ୍ଡାଦେଶ

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026
Latest News

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026

ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

February 18, 2026

ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ୱିକେଟର ପତନ: ବିଜେପିରେ ଯୋଗଦେବେ ଭୁପେନ ବୋରା

February 18, 2026

ଏଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର

February 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶି ପ୍ରତି ପ୍ରଭୁ ଗଣପତିଙ୍କ ରହିବ ଆଶୀର୍ବାଦ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.