Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର
ରାଜ୍ୟ ଖବର

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

September 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି
ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନରେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକରଙ୍କ ଠାରୁ ପାଇଲା ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିଛି ଆଦିତ୍ୟ ବିର୍ଲା ଗ୍ରୁପ। କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ଵାରା ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ରାଜ୍ୟ ସରକାରଙ୍କ ଦ୍ଵାରା ସମ୍ମାନିତ ହୋଇଛି ଆଦିତ୍ୟ ବିର୍ଲା ଗ୍ରୁପ। ଓଡ଼ିଶାରେ ସର୍ବୋତ୍କୃଷ୍ଟ ନିଯୁକ୍ତି ପ୍ରଦାନ ପାଇଁ ଆଦିତ୍ୟ ବିର୍ଲା ଗ୍ରୁପକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶା ସରକାରଙ୍କ ତରଫରୁ ସର୍ବୋତ୍କୃଷ୍ଟ ନିଯୁକ୍ତିଦାତା ତଥା ତାରକା ନିଯୁକ୍ତିଦାତା ଭାବେ ଆଦିତ୍ୟ ବିର୍ଲା ଗୃପକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିସନର ଶ୍ରୀ ଅନୁ ଗର୍ଗ, ଅତିରିକ୍ତ ଶିଳ୍ପ ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଆଦିତ୍ୟ ବିର୍ଲା ଗ୍ରୁପର କର୍ପୋରେଟ ଅଫେୟାର୍ ମୁଖ୍ୟ ଶ୍ରୀ ଅର୍ଧେନ୍ଦୁ ମହାପାତ୍ର ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ଓଡ଼ିଶା ଯୁବାବର୍ଗଙ୍କୁ ଚାକିରୀ ପ୍ରଦାନ ଦିଗରେ ପ୍ରାଥମିକତା ଦିଆାଇଥିବାବେଳେ ଗତବର୍ଷ ୨୦୨୪, ଜୁନ୍ ମାସରୁ ଏଯାଏଁ ଅର୍ଥାତ୍ ଚଳିତବର୍ଷ ୨୦୨୫ ସେପ୍ଟେମ୍ବର ମାସ ସୁଦ୍ଧା ୧୨,୪୧୫ ଜଣ ପ୍ରାର୍ଥୀଙ୍କୁ ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ଚାକିରୀ ପ୍ରଦାନ କରାଯାଇଛି । ତେବେ ଏଥିମଧ୍ୟରୁ ମୋଟ୍ ୭୬ ପ୍ରତିଶତରୁ ଉର୍ଦ୍ଧ୍ବ ଅର୍ଥାତ୍ ୯,୪୮୦ ଜଣ ପ୍ରାର୍ଥୀ କେବଳ ଓଡ଼ିଶାର ଅଛନ୍ତି ।

ସମ୍ପ୍ରତି ଓଡ଼ିଶା ସରକାର ଆଦିତ୍ୟ ବିର୍ଲା ଗ୍ରୁପ ଏଭଳି ପଦକ୍ଷେପକୁ ଭୂୟୁସି ପ୍ରଶଂସା କରିବା ସହ ରାଜ୍ୟ ସରକାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବେ ଆଦିତ୍ୟ ବିର୍ଲା ଗ୍ରୁପ ଅନ୍ତର୍ଗତ ବିଭିନ୍ନ ଶିଳ୍ପରେ ନିଯୁକ୍ତି ପାଇଥିବା ୩୫ଜଣ ପ୍ରାର୍ଥୀ ଉପସ୍ଥିତ ଥିଲେ ।

Read in English- Aditya Birla Group conferred ‘Star Employer’ Award

ଆଦିତ୍ୟ ବିର୍ଲା ଗ୍ରୁପ ନିଯୁକ୍ତି ସୁଯୋଗ ବିର୍ଲା ଗ୍ରୁପ
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026

ଝାନ୍ସୀ–ଖୋର୍ଦ୍ଧା ରୋଡ୍ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ସେବାର ସମ୍ପ୍ରସାରଣ

August 27, 2026

ଖେଲୋ ଇଣ୍ଡିଆ ମତ ବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

August 27, 2026

ଭାରତରେ ବ୍ରିକ୍ସ ଶିଖର ସମ୍ମିଳନୀ: ଥିମ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

August 27, 2026
Latest News

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

August 27, 2026

ଆମେରିକାରେ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: X ଆକାଉଣ୍ଟ ସସପେଣ୍ଡ

August 27, 2026

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026

ଡବ୍ଲୁଟିସିରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଜାଣନ୍ତୁ ବର୍ତ୍ତମାନ ସ୍ଥିତି

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.