Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବାଣପୁର ମା ଭଗବତୀଙ୍କ ଶାରଦୀୟ ପର୍ବ ଶେଷ, ଛଅ ଭଉଣୀଙ୍କୁ ମେଲାଣୀ ଦେଇ ବାପଘରକୁ ବାହୁଡ଼ିଲେ ମା’ 
ରାଜ୍ୟ ଖବର

ବାଣପୁର ମା ଭଗବତୀଙ୍କ ଶାରଦୀୟ ପର୍ବ ଶେଷ, ଛଅ ଭଉଣୀଙ୍କୁ ମେଲାଣୀ ଦେଇ ବାପଘରକୁ ବାହୁଡ଼ିଲେ ମା’ 

October 3, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ମା ଭଗବତୀଙ୍କ ଶାରଦୀୟ ପର୍ବ
ବାଣପୁର ମା ଭଗବତୀଙ୍କ ଶାରଦୀୟ ପର୍ବ ଶେଷ, ଛଅ ଭଉଣୀଙ୍କୁ ମେଲାଣୀ ଦେଇ ବାପଘରକୁ ବାହୁଡ଼ିଲେ ମା' 

ବାଣପୁର: ଦୀର୍ଘ ସତର ଦିନ ଧରି ଛଅ ଭଉଣୀଙ୍କୁ ସାଥିରେ ନେଇ ମହାସମାରୋହରେ ପାଳିତ ହୋଇଥିବା ମା’ଭଗବତୀଙ୍କ ଶାରଦୀୟ ପର୍ବ ଶେଷରେ ପବିତ୍ର ବିଜୟ ଦଶମୀ (ଦଶହରା)ର ମଧ୍ୟରାତ୍ରରେ ଶେଷ ହୋଇଛି । ବର୍ଷର ବିଭିନ୍ନ ପର୍ବରେ ଚାରିଦିଗର ଭଉଣୀମାନଙ୍କୁ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି କାହାଠାରୁ ଆଜ୍ଞାମାଳ ତ କିଏ ସ୍ୱଦେହରେ ଏବଂ କିଏ ଚଳନ୍ତି ପ୍ରତିମା ଭାବରେ ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ମା’ଙ୍କ ଶାରଦୀୟ ପର୍ବରେ ଯୋଗଦେଇ ଏକତ୍ର ପୂଜା ପାଇ ଆସୁଥିଲେ ।

ପ୍ରଥମ ସାତ ଦିନ ଭିତର ପର୍ବ ମନ୍ଦିର ବେଢ଼ା ଭିତରେ ପର୍ବଗୃହରେ ପାଳିତ ହୋଇଥିଲା । ଅମାବାସ୍ୟା ଦିନ ମା’ବିରିଜାଇଙ୍କ ସହ ଛ ଭଉଣୀଙ୍କର ଭେଟଘାଟ ହୋଇସାରିବା ପରେ ସମସ୍ତଙ୍କୁ ସାତବଖରା ଘରକୁ ନିଆଯାଇଥିଲା। ସେଠାରେ ଶେଷ ଦଶ ଦିନ ବାହାର ପର୍ବ ଭାବରେ ପାଳନ କରାଯାଇ ମା’ମାନେ ଭକ୍ତମାନଙ୍କୁ ଦର୍ଶନ ଦେଉଥିଲ।

ପ୍ରତିଦିନ ଅବକାଶ, ଅଙ୍ଗରାଗ ମାଜଣା, ମହାପ୍ରସାଦ ସେବନ, ବେଶ ପରେ ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ,ଆଳତୀ, ଚଣ୍ଡୀପାଠ, ବଗଳା, ହୋମ,ଧୂପ ହୋଇ ସେ ଷରେ ପହଡ଼ପଡ଼ୁଥିଲା । ସଂଧ୍ୟାରେ
ସ୍ତୋତ୍ରୀୟ ପୂଜକଙ୍କ ଗାୟତ୍ରୀ, ସାଂଧ୍ୟ ଆଳତୀ, ମା’ମାନଙ୍କୁ ବନଦୁର୍ଗାମନ୍ତ୍ରରେ ତନ୍ତ୍ର ବିଧି ଅନୁସାରେ ଶୋଡ଼ଷ ଉପଚ଼ାରରେ ପୂଜାବିଧି ହୋଇ ରାତ୍ର ଧୂପପରେ ଶେଷ ପ୍ରହରରେ ପହଡ଼ ପଡ଼ୁଥିଲା ।

ପ୍ରତ୍ୟହ ଶୁଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ଗହଳି ଚହଳି ଲାଗି ରହୁଥିଲା । ପର୍ବଗୃହରେ ଘଣ୍ଟକାହାଳୀ ବାଦ୍ୟନାଦ ସହିତ ମନ୍ତ୍ର ଉଚ୍ଚାରଣର ଝଙ୍କାର ମା’ଙ୍କ ପ୍ରତିଭକ୍ତିପୂତ ଭାବନାଯାଗ୍ରତ କରାଉଥିଲା । ଶେଷରେ ମହାଷ୍ଟମୀ ଓ ମହାନବମୀର ମଧ୍ୟରାତ୍ରର ଗୁପ୍ତ ପୂଜା ପରେ ଶାରଦୀୟ ପର୍ବର ସମସ୍ତ ନୀତିକାନ୍ତି ପରିସମାପ୍ତି ହୋଇଥିଲା ।

ପବିତ୍ର ଦଶହରାର ମଧ୍ୟରାତ୍ରରେ ଆଜ୍ଞାମାଳ ବିସର୍ଜନ ପରେ ମା’ଭଗବତୀ କାଠିଠାକୁରାଣୀ, ମା’ ବିରଜାଇକାଠି ଠାକୁରାଣୀ ଓ ମା କନକଦୁର୍ଗାଙ୍କୁ ଦୋଳ ବିମାନରେ ବସାଇ ଥାଟ ପଟୁଆରରେ ନିଜ ମନ୍ଦିରକୁ ବିଜେ କରିଥିଲେ। ବାଟରେ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ରର ପ୍ରତୀକ ଶ୍ରୀରଙ୍କ ନାଥ ଦେବ ମଧ୍ୟ ନିଜ ଦୋଳବିମାନରେ ମା’ମାନଙ୍କ ସହିତ ଯାତ୍ରା କରି ମା’ଙ୍କ ମନ୍ଦିର ସମ୍ପୁଖରେ ପହଞ୍ଚିବା ପରେ ସେବାୟତଙ୍କ ତରଫରୁ ପ୍ରସ୍ତୁତ ହୋଇଥିବା ବେଦୀ ରେ ପଡ଼ିଥିବା ନବବସ୍ତ୍ର ଆସନ ଉପରେ ଉପବେଶନ କରିଥିଲେ।

ପର୍ବପୂଜକ ପଣ୍ଡିତ ବାମନଚ଼ରଣ ଦାଶ ମା’ମାନଙ୍କୁ ପଞ୍ଚ ଉପଚ଼ାରରେ ପୂଜା କରି ଖଇ, ମୁଆଁ, କୋରା, ଘଷା ବିଡ଼ିଆ, ଫଳମୂଳ ରସଗୋଲା, ମିଠାଇ, ବୁନ୍ଦି ଇତ୍ୟାଦି ମିଷ୍ଟାନ ଧୂପ କରି ଆଳତି ବନ୍ଦାପନା କରିବା ପରେ ଅଗ୍ନି ଉତ୍ସବ ହୋଇଥିଲା । ପରମ୍ପରା କ୍ରମେ ମା’ମାନେ ଅଗ୍ନି ମାଡ଼ି ମନ୍ଦିରକୁ ପ୍ରବେଶ କରିଥିଲେ। ସେଠାରେ ପୁଣି ସମସ୍ତଙ୍କୁ ଶଙ୍କୁଡ଼ି ଧୂପ ହୋଇ ଆଳତି ପରେ ମା’ବିରଜାଇ ଓ ମା’କନକ ଦୁର୍ଗାଙ୍କୁ ନିଜ ମନ୍ଦିରରେ ଛାଡ଼ି ମା’ଭଗବତୀ ପିତ୍ରାଳୟ ଶ୍ରୀଦକ୍ଷେଶ୍ଵର ମନ୍ଦିରକୁ ବାହୁଡ଼ିବା ବାଟରେ ବାଣପୁର ରଘୁନାଥସାହିର ଆରାଧ୍ୟ ଠାକୁର ଶ୍ରୀରଘୁନାଥ ଦେବ ବାଟରୁ ମା’କାଠି ଠାକୁରାଣିଙ୍କୁ ପାଛୋଟି ନେଇ ନିଜ ମନ୍ଦିରରେ ପ୍ରସ୍ତୁତ ପନ୍ତି ଭୋଗ ନିମନ୍ତେ ନିମନ୍ତ୍ରଣ କରିଥିଲେ।

ମା’ଭଗବତୀ କାଠି ଠାକୁରାଣି ନିମନ୍ତ୍ରଣ ରକ୍ଷାକରି ରଘୁନାଥ ମଣ୍ଡପଠାରେ ବିଜେ କରିବା ପରେ ସାହିଭାଇଙ୍କ ସହଯୋଗରେ ମନ୍ଦିର ତରଫରୁ ପ୍ରସ୍ତୁତ ହୋଇଥିବା ମା’ଙ୍କପ୍ରିୟ ଅଧରମୁଆଁ ଲାଗି କରାଯାଇଥିଲା। ପରେ ସ୍ୱୟଂଶ୍ରୀରଘୁନାଥ ଦେବ ନିଜମନ୍ଦିରଠାରୁ ମା’ଭଗବତୀଙ୍କୁ ସାଥିରେ ନେଇ ପିତ୍ରାଳୟଶ୍ରୀ ଦକ୍ଷେଶ୍ଵର ମନ୍ଦିରଠାରେ ଛାଡ଼ିଦେଇ ଆସିବାପରେ ମା’ ମନ୍ଦିର ଭିତରକୁ ବିଜେ କରିବାପରେ ଆଳତି ବନ୍ଦାପନା ହୋଇ ରାତ୍ରପହୁଡ଼ ହୋଇଥିଲା।

ପ୍ରକାଶ ଥାଉ କି ପ୍ରାଚୀନ ବଙ୍କାଡ଼ଗଡ଼ର ଗଡ଼ଦେବୀ ମା’କନକ ଦୁର୍ଗା ଦଶହରା ଠାରୁ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ମା’ଭଗବତୀଙ୍କ ମନ୍ଦିରରେ ମା’ଙ୍କ ସିଂହାସନ ଉପରେ ଉପବେଶନ କରି ଏକତ୍ର ପୂଜା ପାଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। କୁମାର ପୂର୍ଣ୍ଣିମାରେ ମା’ଭଗବତୀଙ୍କର ସୁବର୍ଣ୍ଣବେଶ ହେବ ଏବଂ ଦୀର୍ଘ ତେଇଶି ଦିନ ଧରି ଶାରଦୀୟ ପର୍ବରେ ନରବଳୀର ପ୍ରତୀକ ଭାବରେ ସେବା କରୁଥିବା ମା’ଙ୍କ ବଳି ସେବକ ବଳି ଜେନା ସହିତ ମା’ କନକଦୁର୍ଗାଙ୍କ ମଧ୍ୟରେ ଦୁର୍ଲଭ କଉଡ଼ି ଖେଳ ଅନୁଷ୍ଠିତ ହେବ।

ଖେଳରେ ବଳିଜେନା ହାରିଯାଇ ମା’ ଭଗବତୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ଆଗାମୀ ବର୍ଷଶାରଦୀୟ ପର୍ବରେ ପୁଣି ପୀଠକୁ ଆସି ବଳି ସେବା କରିବାର ସଂକଳ୍ପ କରି ବିଦାୟ ନେଇ ମଧ୍ୟରାତ୍ରରେ ଏକାକୀ ଅମୁହାଁ ରାସ୍ତାରେ ନିଜ ଗ୍ରାମକୁ ଫେରିବା ପରେ ମା’ କନକଦୁର୍ଗା ମଧ୍ୟ ମା’ଭଗବତୀଙ୍କ ମନ୍ଦିରରୁ ଶ୍ରୀଦକ୍ଷେଶ୍ଵର ମନ୍ଦିରକୁ ବାହୁଡ଼ିବାପରେ ଶକ୍ତିକ୍ଷେତ୍ର ବାଣପୁରର ମା’ ଭାଗବତୀ ପୀଠରେ ଥିବାବିଚ଼ିତ୍ର ଏବଂ ସଂପୂର୍ଣ୍ଣ ନିଆରା ଢ଼ଙ୍ଗର ଶାରଦୀୟ ଉତ୍ସବ ପରମ୍ପରା ଶେଷରେ ଚଳିତବର୍ଷ ପାଇଁ ଉଦଯାପିତ ହେବବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଠାରୁ ପ୍ରକାଶ।

IIT Bhubaneswar Study Flags Hidden Dangers of Small Mountain Lakes

 

ବାଣପୁର ବାଣପୁର ମା ଭଗବତୀଙ୍କ ଶାରଦୀୟ ପର୍ବ ମା’ ଭଗବତୀ ଶାରଦୀୟ ପୂଜା
Share. Facebook Twitter LinkedIn Email WhatsApp Copy Link

Related Posts

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026
Latest News

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ବ୍ୟାନ୍ କରିବା ପାଇଁ ପରିଣାମ ଭୋଗିବ ଫେସବୁକ୍!: ସମନ୍ କଲେ ସରକାର

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.