ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ଶେଷ ହେଲାଣି, ଫଳାଫଳ ମଧ୍ୟ ବାହାରିସାରିଲାଣି। ହେଲେ ଏହାକୁ ନେଇ ରାଜନୀତି ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଦିନକୁ ଦିନ ନୂଆନୂଆ କଥା ପଦାକୁ ଆସିବାରେ ଲାଗିଛି। ଏବେ ସେମିତି କିଛି ଓଡିଶା ରାଜନୀତିକୁ ରୋଚକ କରିଛି। ତାହା ହେଲା କଂଗ୍ରେସ ସଭାପତି ଭକ୍ତଦାସଙ୍କ ଏକ ଭିନ୍ନ ବୟାନ। ତାହା ହେଲା ଯେ, ଖୁବ ଶିଘ୍ର ଗୃହ ବିଭୀଷଣଙ୍କୁ ଖୋଜାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗଣମାଧ୍ୟମକୁ ଭକ୍ତ କହିଛନ୍ତି ଯେ, ନୂଆପଡାରେ କେତେକ ଗୃହ ବିଭୀଷଣଙ୍କ ପାଇଁ ଦଳ ହାରିବାକୁ ପଡିଲା। ଏ ନେଇ ସେ ନିର୍ବାଚନ ପ୍ରଚାର ବେଳେ ଖବର ପାଇଥିଲେ। ହେଲେ ଏ ନେଇ ସେ ଧ୍ୟାନ ଦେଇ ନ ଥିଲେ। ହେଲେ ପରବର୍ତ୍ତି ସମୟରେ ସେମାନଙ୍କର ଭୂମିକା ସନ୍ଦେହ ଜନକ ଥିଲା। ଏ ନେଇ କଂଗ୍ରସ ଦଳ ତରଫରୁ ଆତ୍ମସମୀକ୍ଷା କରାଯିବ। ସେମାନେ କିଏ ଚିହ୍ନଟ କରାଯିବ। ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
MUJ Convocation Ceremony; 3,508 Graduates Honoured at Two-Day Event (Click Here to Read)


