Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା କୃଷକ ସଂଗଠନ
ରାଜ୍ୟ ଖବର

ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା କୃଷକ ସଂଗଠନ

January 6, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅଭାବୀ ବିକ୍ରି ଓ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଓ ବିକ୍ଷୋଭ
ଅଭାବୀ ବିକ୍ରି ଓ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଓ ବିକ୍ଷୋଭ

ଭୁବନେଶ୍ବର: ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ଧାନ ଅଭାବୀ ବିକ୍ରି ନେଇ ରାଜଧାନୀରେ ବିକ୍ଷୋଭ କରିଛି ନବନିର୍ମାଣ କୃଷକ ସଂଗଠନ। ଆଜି ନବନିର୍ମାଣ ସଂଗଠନର ରାଜ୍ୟର ଶହ ଶହ କର୍ମକର୍ତ୍ତା ଓ ନେତୃମଣ୍ଡଳୀ ମାଷ୍ଟର କ୍ୟାଣ୍ଟିନରୁ ମୁଖ୍ୟମନ୍ତ୍ରୀ ବାସଭବନ ଅଭିମୁଖେ ଘେରାଉ କରିବା ପାଇଁ ଶୋଭାଯାତ୍ରାରେ ବାହାରିଥିଲେ।

ବିକ୍ଷୋଭକାରୀ କୃଷକମାନଙ୍କୁ ଉଦବୋଧନ ଦେଇ ସଂଗଠନର ପ୍ରତିଷ୍ଠାତା ଓ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ, ଧାନ କିଣାରେ ଓଡ଼ିଶାରେ ଚରମ ଅବ୍ୟବସ୍ଥା ଦେଖାଦେଇଛି। ସରକାରଙ୍କୁ ଏନେଇ ଅବଗତ କରାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ମିଲରମାନେ ମନମାନି କରି ଧର୍ମଘଟ ଚଳାଇଛନ୍ତି। ସରକାର, ପ୍ରଶାସନ ଓ ମିଲର ଚାଷୀର ଧାନ ବିକ୍ରିରେ ବାଧକ ହୋଇଛନ୍ତି। ୩୧୬୯ ଟଙ୍କା ଧାନ କ୍ବିଣ୍ଟାଲ ପ୍ରତି ସରକାର ଘୋଷଣା କରିଥିବା ବେଳେ ୧୮୦୦/୧୭୦୦ ଟଙ୍କାରେ ଚାଷୀ ଧାନ ବିକୁଛି। ଚାଷୀ ସପକ୍ଷବାଦୀ ବୋଲି ଡିମ୍‌ଡିମ୍‌ ପିଟୁଥିବା ସରକାର ଚାଷୀର ଏ ବିପଦ ବେଳେ ଚାଷୀ ପ୍ରତି ସମ୍ବେଦନଶୀଳ ନହୋଇ ଏବଂ ପ୍ରଶାସନ ସହ ବୈଠକ ନକରି ଚାଷୀଙ୍କୁ ଉପମୁଖ୍ୟମନ୍ତ୍ରୀ ନୌଟଙ୍କୀ କହୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ମଣ୍ଡି ଖୋଲି ନାହିଁ, ମଣ୍ଡି ଖୋଲିଲେ ବି ଟୋକନ ଚାଷୀ ମାନେ ପାଇନାହାନ୍ତି, ଯେଉଁମାନେ ପାଇଛନ୍ତି ତା ମଧ୍ୟରୁ ଅଧିଂକାଶ ଟୋକନରେ ଗତ ବର୍ଷ ଠାରୁ କମ୍ ପରିସଂଖ୍ୟାନ ଆସିଛି ଏବଂ ଏଫ.ଏ.କିୟୁ (FAQ) ନାମରେ ୨/୩ କେଜିରୁ ୫/୧୦ କେଜି କ୍ବିଣ୍ଟାଲ ପିଛା କାଟି ଦିଆଯାଉଛି। ଯଦି ଚାଷୀକୁ ଏଭଳି ହଇରାଣ କରିବା ସହିତ ଚାଷୀ ଆନ୍ଦୋଳନକୁ ଦମନ କରିବାର ରାସ୍ତା ସରକାର ଆପଣାନ୍ତି ତେବେ ୨୪ ବର୍ଷର ବିଜେଡ଼ି ସରକାର ଗଲା ପରି ଏ ସରକାର ଆଗାମୀ ନିର୍ବାଚନରେ ଚାଷୀଙ୍କ ଆକ୍ରୋଶର ଶୀକାର ହେବେ ବୋଲି ଶ୍ରୀ କୁମାର ବକ୍ତବ୍ୟ ଦେଇଥିଲେ।

ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ମୋହନ ସରକାର ନିଜକୁ ଜନତା ସରକାର ବୋଲି ଡିମ୍‌ଡିମ୍‌ ପିଟୁଛନ୍ତି କିନ୍ତୁ, ଚାଷୀ ଧାନ ବିକ୍ରିରେ ନାକରେ କାନ୍ଧିଲା ବେଳେ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି। ମିଲରମାନେ ଧାନ କିଣାରେ ଏଫସିଆଇ ଠାରୁ ବିଭିନ୍ନ ବାଟରେ କୋଟି କୋଟି ଟଙ୍କା ପାଉଥିଲା ବେଳେ ପରିବହନ ରେଟ୍ ବଢ଼ାଇବା ପାଇଁ ଷ୍ଟ୍ରାଇକ କରିବା ଏକ ଚାଷୀ ବିରୋଧି ପଦକ୍ଷେପ। ଓଡ଼ିଶାରୁ ମିଲର ବ୍ୟବସ୍ଥା ଉଚ୍ଛେଦ ହୋଇ ଏଫସିଆଇ ମାଧ୍ୟମରେ ଧାନ କିଣିବାକୁ ଶ୍ରୀ ନନ୍ଦ ଦାବୀ କରିଥିଲେ। ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ କହିଥିଲେ ଯେ, ମଣ୍ଡିରୁ ମିଲରମାନେ କଟନୀ ଛଟନୀ ମାଧ୍ୟମରେ ଯେଉଁ ଚୋରି କରୁଛନ୍ତି, ଚୋରୀ ପଛରେ ରାଜ୍ୟ ସରକାର ଓ ଅମଲାଙ୍କ ହାତ ରହିଛି। ବିନା ସରକାରୀ ପ୍ରୋତ୍ସାହନ ଓ ସରକାରୀ ସମର୍ଥନରେ ଧାନ କଟନୀ ଛଟନୀ ହେଉନାହିଁ। ଧାନ କଟନୀ ଛଟନୀ କରୁଥିବା ମିଲରମାନେ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବା ପରିବର୍ତ୍ତେ ସରକାରଙ୍କ ଗେହ୍ଲା ପୁଅ ହୋଇଛନ୍ତି। ମିଲର ଓ ସରକାରଙ୍କ ସାଣ୍ଟଘାଣ୍ଟରେ ଧାନ କିଣା ଦୁର୍ଗତି ଅବସ୍ଥା ସୃଷ୍ଟି ହୋଇଛି। ସଂଗଠନର ସହସଂଯୋଜକ ରଶ୍ମିରଂଜନ ସ୍ବାଇଁ ଚାଷୀଙ୍କୁ ଟୋକନ୍ ନମିଳିବା ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିବା ସହିତ ଧାନ କିଣା ପାଇଁ ସରକାର ତୃଣମୂଳ ସ୍ତରରେ ଟାଷୀମାନଙ୍କ ସହିତ ଯୋଗସୂତ୍ର ରଖିବା ପାଇଁ ଦାବୀ କରିଥିଲେ।

ଭୁବନେଶ୍ବର ରେଳ ଷ୍ଟେସନରୁ ହଜାର ହଜାର ସଂଖ୍ୟାରେ ଚାଷୀ ହାତରେ ପ୍ଲା କାର୍ଡ ବ୍ୟାନର ଧରି ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ। ସାଧାରଣ ହାରାହାରି ମାନ ନାଁରେ ଚାଷୀଙ୍କୁ ଲୁଟିବା ବନ୍ଦ କର, ମଣ୍ଡିରେ ଧାନ ଲୁଟ୍ ବେଳେ ନେତା ଅମଲା କୁଆଡ଼େ ଅଛ ଜବାବ୍ ଦିଅ, ମିଲର, ସିଏସଓ, ମନ୍ତ୍ରୀ, ଜିଲ୍ଲାପାଳ ଅସାଧୁ ମେଣ୍ଟ ମୁର୍ଦ୍ଦାବାଦ, ଚାଷୀଙ୍କୁ ନୌଟଙ୍କୀ କହିବା ବନ୍ଦ କର, ଧାନ କାଟ ପଛରେ କେଉଁ କାରଣ? ୨୪ ବର୍ଷରେ ବିଜେଡ଼ି ଗଲା ଆଗାମୀ ଦିନରେ ବିଜେପି ଯିବ ଇତ୍ୟାଦି ସ୍ଲୋଗାନରେ ପ୍ରକମ୍ପିତ କରିଥିଲେ। ଶୋଭାଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ଉଦ୍ଦଶ୍ୟରେ ଯାଉଥିବା ବେଳେ ଶହ ଶହ ପୋଲିସ ରାଜମହଲ ପୂର୍ବରୁ ବ୍ୟାରିକେଟ କରି ଅଟକାଇବାରୁ ଚାଷୀ ଓ ପୋଲିସଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା ଏବଂ ଚାଷୀମାନଙ୍କୁ ଶେଷରେ ଗିରଫ କରି ଜୟଦେବ ବିହାର ବାରକ୍ ମଧ୍ୟରେ ଅଟକାଇ ଅପରାହ୍ନ ୪ଟାରେ ମୁକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ କମିଟି ସଦସ୍ୟ ଦେବୀ ପ୍ରସାଦ ମହାରଣା, ବଲାଙ୍ଗୀରର ଜତି ପ୍ରଧାନ, ଢେଙ୍କାନାଳ ପ୍ରଭାରୀ ଅଶ୍ବିନୀ ଜେନା ଓ ଢେଙ୍କାନାଳ ସହସଂଯୋଜକ ସୁଧାକର ପରିଡ଼ା, ଗଜପତି ପ୍ରଭାରୀ ରଣଜିତ୍ ପଟ୍ଟନାୟକ ଓ ସଂଯୋଜକ ମାଣିକ ପାଇକ, ମୟୁରଭଞ୍ଜ ପ୍ରଭାରୀ ଦୀନେଶ ଦାଶ ଓ ମହିଳା ସଂଯୋଜିକା ରାଇମଣୀ ବିଶ୍ବାଳ, ନୟାଗଡ଼ର ସଂଯୋଜକ ପ୍ରସନ୍ନ ପ୍ରଧାନ ଓ ଚାଷୀ ନେତା ମହେଶ୍ବର ଜେନା, କଟକର ସଂଯୋଜକ ବିଚିତ୍ର ପଣ୍ଡା, ଉପଦେଷ୍ଟା କାଶୀ ନାଥ ସ୍ବାଇଁ, କୃପାସିନ୍ଧୁ ମହାରଣା, କୃଷ୍ଣ ବେହେରା, କେନ୍ଦୁଝର ସଂଯୋଜକ ଲକ୍ଷ୍ମୀଧର ପ୍ରଧାନ, ସହସଂଯୋଜିକା ବିଳାସିନୀ ମହନ୍ତ ଓ ସହ ସଂଯୋଜକ ଖଗେଶ୍ବର ମହନ୍ତ, ସୋନପୁର ସଂଯୋଜକ ପ୍ରଦ୍ୟୁମ୍ନ ପାଢୀ ଓ ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର, ଛାତ୍ର ନେତା ଶ୍ରୀକାନ୍ତ ସାହୁ, ଖୋର୍ଦ୍ଧାର ସଂଯୋଜକ ସୁରେଶ ମାନସିଂହ, ସହସଂଯୋଜକ ନିରଞ୍ଜନ ପ୍ରଧାନ ଓ ଚାଷୀନେତା କୃଷ୍ଣ ଚନ୍ଦ୍ର ଶତ୍ରୁଶଲ୍ୟ, ଯୁବଛାତ୍ର ନେତା ଅମିତ ଜେନା ଓ ଏମ.ଡ଼ି ମୁନାଓ୍ବାର, ଭଦ୍ରକ ସହ ସଂଯୋଜକ ସତ୍ୟ ନାୟକ ଓ ଯୁବଛାତ୍ର ନେତା ପ୍ରଭାତ ମହାଳିକ, କଳାହାଣ୍ଡି ସଂଯୋଜକ ଲିଙ୍ଗରାଜ ପ୍ରଧାନ, ମାଲକାନଗିରିର ସଂଯୋଜକ ଇରା ପଡିୟାମୀ, କେନ୍ଦ୍ରାପଡ଼ା ସଂଯୋଜକ ଅକ୍ରର ପଲାଇ, ଜଗତସିଂହପୁରର ସଂଯୋଜକ ଅଶୋକ ସ୍ବାଇଁ ଓ ଚାଷୀ ନେତା ରଘୁ ସ୍ବାଇଁ, ଯାଜପୁରରୁ ଚାଷୀ ନେତା ପ୍ରତାପ କୁମାର ଜେନା, ପୁରୀର ଚାଷୀ ନେତା ବୁଟୁନା ସେନାପତି ଓ ଯୁବଛାତ୍ର ନେତା ସୃତିରଂଜନ ସାମଲ, ଗଞ୍ଜାମ ଚାଷୀ ନେତା କୃଷ୍ଣ ଚନ୍ଦ୍ର ନାହାକ, ବୌଦ୍ଧ ସଂଯୋଜକ ହୃଷିକେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ଧାନ ଅଭାବୀ ବିକ୍ରି ଧାନ କିଣା ନବନିର୍ମାଣ କୃଷକ ସଂଗଠନ ବିକ୍ଷୋଭ ବ୍ୟାପକ ଅବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

January 7, 2026

ମା ଭଗବତୀ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

January 7, 2026

କେଳୁଚରଣ କୀର୍ତ୍ତି ଶତକମ୍: ପାଳନ ହେବ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ

January 7, 2026

Women’s Premier League: MI ଅଧିନାୟକ ହରମନପ୍ରୀତ କୌର ବିଭିନ୍ନ ଟାଇଟେଲ କୁ ଲକ୍ଷ୍ୟ

January 7, 2026
Latest News

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

January 7, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

January 7, 2026

ମା ଭଗବତୀ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

January 7, 2026

କେଳୁଚରଣ କୀର୍ତ୍ତି ଶତକମ୍: ପାଳନ ହେବ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ

January 7, 2026

Women’s Premier League: MI ଅଧିନାୟକ ହରମନପ୍ରୀତ କୌର ବିଭିନ୍ନ ଟାଇଟେଲ କୁ ଲକ୍ଷ୍ୟ

January 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.