Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜ୍ୟସଭା ନିର୍ବାଚନ: ଏଥର ବିଜେପି କୁ ସମର୍ଥନ ନା କଂଗ୍ରେସ ସହ ମିଶି ଖେଳ ବିଗାଡ଼ିବ ବିଜେଡ଼ି?
ରାଜ୍ୟ ଖବର

ରାଜ୍ୟସଭା ନିର୍ବାଚନ: ଏଥର ବିଜେପି କୁ ସମର୍ଥନ ନା କଂଗ୍ରେସ ସହ ମିଶି ଖେଳ ବିଗାଡ଼ିବ ବିଜେଡ଼ି?

February 16, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସଭା ନିର୍ବାଚନ: ଏଥର ବିଜେପି କୁ ସମର୍ଥନ ନା କଂଗ୍ରେସ ସହ ମିଶି ଖେଳ ବିଗାଡ଼ିବ ବିଜେଡ଼ି?
ରାଜ୍ୟସଭା ନିର୍ବାଚନ: ଏଥର ବିଜେପି କୁ ସମର୍ଥନ ନା କଂଗ୍ରେସ ସହ ମିଶି ଖେଳ ବିଗାଡ଼ିବ ବିଜେଡ଼ି?

ବୁଦ୍ଧରାମ ସାହୁ

ନିକଟରେ ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନ ଆସନ୍ନ ପ୍ରାୟ। ଏଥର ରାଜ୍ୟସଭାକୁ ବିଜୟୀ ହେବାକୁ ହେଲେ ସମୁଦାୟ ଚାରିଜଣ ପ୍ରାର୍ଥୀ ପାଇଁ ବିଧାନସଭା ସଭ୍ୟଙ୍କ ଏକ ପଞ୍ଚମାଂଶ ଅର୍ଥାତ୍ ଅତିକମ୍‌ରେ ୩୦ଟି ସଭ୍ୟଙ୍କ ଭୋଟ ପାଇବା ଆବଶ୍ୟକ। ବିଧାନସଭାରେ ବିରୋଧୀ ଦଳରେ ବି.ଜ.ଦ-୫୦, କଂଗ୍ରେସ-୧୪ ଓ ବାମପନ୍ଥୀ କମ୍ୟୁନିଷ୍ଟ ଦଳ-୧କୁ ମିଶାଇଲେ ସେମାନେ ୬୫ ବିଧାୟକ ହେବେ ଏବଂ ସୁରୁଖୁରୁରେ ୨ଟି ଆସନରେ ବିଜୟୀ ହୋଇପାରିବେ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ସମସ୍ୟା ଯୋଗୁ ମେଣ୍ଟ ହେବା ସମ୍ଭାବନା କ୍ଷୀଣ। ଏପରି ସ୍ଥିତିରେ ବୃହତ୍ତର ଦଳ ହିସାବରେ ବି.ଜେ.ଡି ଦଳର ସୁପ୍ରିମୋ କଂଗ୍ରେସ ଦଳର କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ନିର୍ଦ୍ଦିଷ୍ଟ ନିର୍ଯ୍ୟାସରେ ଉପନୀତ ହେବା ନିହାତି ଆବଶ୍ୟକ।

ନୂଆପଡ଼ା ଉପନିର୍ବାଚନରେ ବିଜୟୀ ବିଧାୟକଙ୍କୁ ମିଶାଇଲେ ବି.ଜେ.ପି.ର ୭୯ ଏବଂ ୩ଜଣ ସ୍ୱାଧୀନ ସଭ୍ୟଙ୍କ ସମର୍ଥନ ଦେଲେ ସେମାନେ ୮୨ରେ ପରିଣତ ହେବେ। ରାଜ୍ୟସଭା ଭୋଟ ଜିତିବାକୁ ହେଲେ ବି.ଜେ.ପି.ର ୨ଟି ଏବଂ ବି.ଜେ.ଡି.ର ଗୋଟିଏ ଆସନ ସହଜରେ ହାସଲ ହୋଇପାରିବ। ତାପର ସଂଖ୍ୟା ହିସାବ କଲେ ବି.ଜେ.ପି.ର ୨୨ଟି ଏବଂ ବି.ଜେ.ଡି.ର ୨୦ଟି ଭୋଟ ବଳକା ରହିବ। ବି.ଜେ.ପି.ର ଆଉ ୮ଟି ଭୋଟ ଆବଶ୍ୟକ ହେଲେ ସେ ତାର ୪ର୍ଥ ପ୍ରାର୍ଥୀଙ୍କୁ ମଧ୍ୟ ବିଜୟୀ କରିପାରିବ। ତେଣୁ ଶାସକ ଦଳ ଅନ୍ୟ ଦଳୀୟ ଭୋଟ ପାଇ ଘୋଡ଼ା ବେପାର ନିଶ୍ଚୟ କରିପାରେ। ଅପର ପକ୍ଷରେ ଯଦି ବି.ଜେ.ଡି. ଓ କଂଗ୍ରେସ ମିଶିଯାଆନ୍ତି ତେବେ ୬୪ ଭୋଟ ପାଇ ଚତୁର୍ଥ ପ୍ରାର୍ଥୀ ନିଶ୍ଚୟ ବିଜୟୀ ହେବେ, ଏଥିରେ ସନ୍ଦେହ ନାହିଁ।

ଏଠାରେ ସୂଚାଇ ଦେବାକୁ ଚାହେଁ ଯ, ଗତ ବି.ଜେ.ଡି. ଶାସନ ସମୟରେ କେନ୍ଦ୍ରରେ ବି.ଜେ.ପି. ସରକାର ଥିବା ଯୋଗୁ ପରିସ୍ଥିତିରେ ପଡ଼ି ବାଧ୍ୟ ହୋଇ ବି.ଜେ.ପି. ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବି.ଜେ.ଡି. ସମର୍ଥନ ଦେଇଥିଲା। କିନ୍ତୁ ବର୍ତ୍ତମାନ ବି.ଜେ.ଡି. ବିରୋଧୀ ଦଳରେ ଥିବାରୁ ସେଭଳି ସମର୍ଥନ ଦେବାର କୌଣସି ଆବଶ୍ୟକତା ନାହିଁ। ଅପରନ୍ତୁ ବି.ଜେ.ପି. ଦଳ ଦୀର୍ଘ ୧୮ ମାସରୁ ଉର୍ଦ୍ଧ୍ୱ ସମୟ ଶାସନରେ ଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କିମ୍ବା ନିଗମ କର୍ମକର୍ତ୍ତା ପ୍ରଦାନ ନ କରିବା ଯୋଗୁ, ସେମାନଙ୍କର ଅନ୍ତର୍ନିହିତ ବିଦ୍ରୋହ ଯେ ଚରମ ସୀମାରେ ପହଞ୍ଚିଲାଣି। ଏହା କାହାକୁ ଅଛପା ନାହିଁ।

ତେଣୁ ବି.ଜେ.ପି ଦଳ ଯେ ଆବଶ୍ୟକ ପଡ଼ିଲେ ଘୋଡ଼ା ବେପାରରେ ସାମିଲ୍ ନହେବେ ତାହା କୁହାଯାଇ ନପାରେ।
ବି.ଜେ.ପି ଦଳର ପ୍ରାର୍ଥୀ ସମସ୍ୟା ଅପେକ୍ଷା ବି.ଜେ.ଡି. ଦଳରେ ସେ ସମସ୍ୟା ନାହିଁ ତାହା କୁହାଯାଇ ନପାରେ। ଗତ ୩/୪ଟି ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନରେ ଦଳୀୟ ସଂଗଠନରେ ଏବଂ ଦଳୀୟ ଅନୁଗତ୍ୟ ନଥିବା ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ ସମେତ ସୁଜିତ କୁମାର ଓ ମମତା ମହନ୍ତ ପ୍ରମୁଖ ଦଳ ସଂଗଠନରେ ସାମିଲ୍ ନଥିଲେ। ତେଣୁ ନିର୍ଭିକ ଭାବେ ଦଳ ପରିତ୍ୟାଗ କଲେ। ଶୁଣାଯାଏ ଯେ, ସେମାନେ ସମସ୍ତେ ଦଳର ଚର୍ଚ୍ଚିତ ନେତାଙ୍କ ସମର୍ଥକ ଥିଲେ ତେଣୁ ଦଳକୁ ବିଶ୍ୱାସଘାତକତା କରିବାକୁ ପଶ୍ଚାତପଦ ହେଲେନାହିଁ।

ରାଜ୍ୟସଭାଟି ପାର୍ଲାମେଣ୍ଟର ଉଚ୍ଚ ସାମ୍ବିଧାନିକ ସଦନ। କୌଣସି ପରିସ୍ଥିତିରେ ମଧ୍ୟ ରାଜ୍ୟସଭାଟି ଭଙ୍ଗ କରାଯାଇ ନପାରେ। ଦେଶରେ ନିର୍ବାଚନ ହେଲେ କିମ୍ବା ଜରୁରୀ ପରିସ୍ଥିତି ଜାରି ହେଲେ ମଧ୍ୟ ରାଜ୍ୟସଭା ସଦସ୍ୟ ମାନଙ୍କ ସ୍ଥିତି ଜାହିର ଥାଏ। ବିଧାନସଭାରୁ ନିର୍ବାଚିତ ସଭ୍ୟମାନେ ନିର୍ବାଚନ ପରେ ବିଧାୟକ ଚାହିଁଲେ ମଧ୍ୟ ତାଙ୍କୁ ଫେରେଇ ଆଣିପାରିବେ ନାହିଁ। ଏ କ୍ଷେତ୍ରରେ ତାଙ୍କର ଇସ୍ତଫା ଦେବା ଜରୁରୀ। ତେଣୁ ରାଜ୍ୟସଭାକୁ ଥଇଥାନ କେନ୍ଦ୍ର କରାଯିବାଟା ଭାରତୀୟ ସମ୍ବିଧାନ ପ୍ରତି ଅସମାନ୍ୟ କରାଯିବା ସଙ୍ଗେ ସମାନ। ବିଗତ ଦିନରେ ରାଜ୍ୟ ବିଧାନସଭାରୁ ନିର୍ବାଚିତ ହୋଇଥିବା ସର୍ବଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ବିଷ୍ଣୁ ଦାସ, କିଶୋର ମହାନ୍ତି, ପ୍ରତାପ କେଶରୀ ଦେବ, ଅନୁଭବ ମହାନ୍ତି ଓ ସୁବାସ ସିଂହ ପ୍ରମୁଖଙ୍କୁ ବିନା କାରଣରେ ଫେରାଇ ଅଣା ଯାଇଥିଲା। ଏହା କେତେଦୂର ସାମ୍ବିଧାନିକ ନିଷ୍ପତ୍ତି ନା ଥଇଥାନ କେନ୍ଦ୍ର ତାହା ବୁଝିହୁଏନା।

ବିଗତ ୧୯୯୦ରେ ଯେତେବେଳେ ଜନତା ଦଳ ସରକାରରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀମାନଙ୍କୁ ଦଳୀୟ ସଂଗଠନରୁ ହିଁ ଆବିଷ୍କାର କରିଥିଲେ। ଯେଉଁମାନେ କେବେ ବି ଦଳୀୟ ପ୍ରାର୍ଥୀ ହୋଇନାହାଁନ୍ତି କି କୌଣସି ନିର୍ବାଚନରେ ପରାଜୟ ହେବାର ନଜିର ନାହିଁ। ସେମାନେ ହେଲେ ସର୍ବଶ୍ରୀ ଶାରଦା ପ୍ରସାଦ ମହାନ୍ତି, ନରେନ୍ଦ୍ର ପ୍ରଧାନ, ରାହାସ ବାରିକ, ସନାତନ ବିଶି, ବସନ୍ତ ଦାସ, ପ୍ରଭାତ ସାମନ୍ତରାୟ, ସୁଶ୍ରୀ ଦେବୀ ଓ ମୀରା ଦାସ ପ୍ରମୁଖ। ଏମାନେ ବିଜୁବାବୁଙ୍କ ସାଂଗଠନିକ କ୍ଷେତ୍ରରେ ବହୁ ଭାବରେ ଜଡ଼ିତ ଥିଲେ। ତାଙ୍କର ଦକ୍ଷତା ଓ ଆନୁଗତ୍ୟ ପାଇ ହିଁ ସେମାନେ ରାଜ୍ୟସଭା ପାଇଁ ମନୋନୀତ ହେଲେ ଓ କେନ୍ଦ୍ରରେ ବିଜୁବାବୁଙ୍କ ଦଳର ସ୍ଥିତାବସ୍ଥାକୁ ସୁଦୃଢ ଓ ସହଯୋଗ କରିବାର ଦାୟିତ୍ୱ ତୁଲାଉଥିଲେ।

ରାଜ୍ୟସଭା ନିର୍ବାଚନରେ ଗୋଟି ଚାଳନାରେ ଫେଲ୍ ମାରିବା ବି.ଜେ.ଡି. ସୁପ୍ରିମୋ ନବୀନ ବାବୁଙ୍କ ପାଇଁ ନୂଆ ନୁହେଁ, ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଭଳି ଭଭୟ ପଦରେ ଥାଇ ମଧ୍ୟ ୨୦୦୨ ମସିହା ଦ୍ୱିବାର୍ଷିକ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ମେଣ୍ଟ ଦଳ ଓ କଂଗ୍ରେସ ଦଳକୁ ବିଭାଜନ କରି ଶତ ତାଗିଦ ସତ୍ତ୍ୱେ ନବୀନଙ୍କୁ ଚକ୍‌ମା ଦେଇ ବିଜୟୀ ହୋଇପାରିଥିଲେ। ପୁନର୍ବାର ୨୦୧୪ରେ ନବୀନ ମନୋନୀତ ପ୍ରାର୍ଥୀ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ବି.ଜେ.ଡି. ସହଯୋଗ ଦଳଠାରୁ ସମର୍ଥନ ଆଶା ରଖିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ବି.ଜେ.ପି. ଦଳ ନବୀନଙ୍କୁ ସମର୍ଥନ ପତ୍ର ପ୍ରତ୍ୟାହାର କରି କଂଗ୍ରେସ ସପକ୍ଷରେ ଭୋଟ ଦେବାରୁ କଂଗ୍ରେସ ପ୍ରାର୍ଥୀ ରଞ୍ଜୀବ ବିଶ୍ୱାଳ ବିଜୟୀ ହେଲେ ଓ ଶିଳ୍ପୀ ରଘୁନାଥ ମହାପାତ୍ର ପରାଜୟ ବରଣ କରିଥିଲେ।

୨୦୨୪ ନିର୍ବାଚନରେ ବି.ଜେ.ପି. ୪୦.୭% ଭୋଟ ପାଇଥିବା ସ୍ଥଳେ ବି.ଜେ.ଡି ୪୦.୨୨% ଭୋଟ ଅର୍ଥାତ୍ ୦.୧୫% ଭୋଟ ଅଧିକ ପାଇଥିଲା। କିନ୍ତୁ ୨୦୨୫ ନୂଆପଡ଼ା ଉପନିର୍ବାଚନରେ ଦଳ ୩ ସ୍ଥାନକୁ ଖସି ଆସିଲା। ଏହା କେବଳ ଦଳୀୟ ପ୍ରାର୍ଥୀ ଚୟନ ଏବଂ ନିର୍ବାଚନ ପରିଚାଳନାରେ ତ୍ରୁଟି ଯୋଗୁ ଏଭଳି ପରିସ୍ଥିତି ଦଳକୁ ଭୋଗିବାକୁ ପଡ଼ିଲା। ତା ପରବର୍ଷ ଅର୍ଥାତ୍ ୨୦୨୬ ରାଜ୍ୟସଭା ନିର୍ବାଚନରେ ଏଭଳି ଘଟଣାର ପୁନରାବୃତ୍ତି ନକରି ବିଧାୟକମାନଙ୍କ ମହମତି ସହ ଆନୁଗତ୍ୟ ଭିତ୍ତିରେ ପ୍ରାର୍ଥୀ ଚୟନ ପ୍ରତି ବିଚାର କରି ସୁପ୍ରିମୋ ପଦକ୍ଷେପ ନେବା ଉଚିତ୍। ଯଦ୍ୱାରାକି ଦଳରେ ବିଭାଜନକୁ ଏହାଦ୍ୱାରା ରୋକାଯାଇ ପାରିବ। ନୂଆପଡ଼ା ଉପନିର୍ବାଚନ ପରେ ଯଦି ରାଜ୍ୟସଭାରେ ଗୋଟି ଚାଳନା ଠିକ୍ ଭାବରେ ନ କରି ପରାଜୟର ସମ୍ମୁଖୀନ ହୁଅନ୍ତି, ତେବେ ଏହାର କୁପରିଣତି ଆସନ୍ତା ପଞ୍ଚାୟତ ନିର୍ବାଚନରେ ନିଶ୍ଚୟ ଭୋଗିବାକୁ ପଡ଼ିବ ତାହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ।

ଖାରବେଳ ନଗର, ୯୪୩୭୧୭୯୦୪୭

BJD BJP Congress naveen pattanaik Nuapada Election Rajyasabha Election ନୂଆପଡା ଉପନିର୍ବାଚନ ରାଜ୍ୟସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026
Latest News

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.