Road Accident: ଆଜି ଝାରସୁଗୁଡାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ୫ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇପଡିଛନ୍ତି। ଆହତଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଘଟଣାରୁ ଜଣାପଡିଛି ଯେ, ଆଜି ଭୋରରୁ ଝାରସୁଗୁଡା ସଦର ଥାନା ନିକଟରେ ପୋଲିସ ଭ୍ୟାନ ସହିତ ଏକ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ଟ୍ରଲର ଧକ୍କାରେ ପୋଲିସ ଗାଡିଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଏଥିରେ ପାଞ୍ଚ ଜଣ ପୋଲିସ ଘଟଣା ସ୍ଥଳରେ ମୃତ୍ୟବରଣ କରିଛନ୍ତି।


