Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କୃଷ୍ଣସାର ମୃଗ – ଗଞ୍ଜାମର ଗୌରବ
ରାଜ୍ୟ ଖବର

କୃଷ୍ଣସାର ମୃଗ – ଗଞ୍ଜାମର ଗୌରବ

June 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୃଷ୍ଣସାର ମୃଗ
କୃଷ୍ଣସାର ମୃଗ – ଗଞ୍ଜାମର ଗୌରବ

ବିଶ୍ବବିଜୟୀ ଦାଶ

ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଗଞ୍ଜାମ ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ଓ ଜୈବ ବିବିଧତା ପାଇଁ ସୁପରିଚିତ। ଏହି ଜିଲ୍ଲାର ଅନେକ ଗୌରବମୟ ସମ୍ପଦ ମଧ୍ୟରୁ କୃଷ୍ଣସାର ମୃଗ ଏକ ଅନନ୍ୟ ପରିଚୟ ବହନ କରେ। ଏହା କେବଳ ଏକ ବନ୍ୟପ୍ରାଣୀ ନୁହେଁ, ବରଂ ଗଞ୍ଜାମର ପ୍ରାକୃତିକ ଐତିହ୍ୟ, ପରିବେଶ ସଚେତନତା ଓ ଜୈବ ବିବିଧତାର ଜୀବନ୍ତ ପ୍ରତୀକ।

କୃଷ୍ଣସାର ମୃଗ ଭାରତର ସବୁଠାରୁ ସୁନ୍ଦର ଏବଂ ଦ୍ରୁତଗାମୀ ହରିଣ ପ୍ରଜାତିମାନଙ୍କ ମଧ୍ୟରୁ ଅନ୍ୟତମ। ପୂର୍ଣ୍ଣବୟସ୍କ ପୁରୁଷ ମୃଗର ଶରୀରର ଉପରିଭାଗ ଗାଢ଼ କଳା କିମ୍ବା କଳା-ବାଦାମୀ ରଙ୍ଗର ହୋଇଥାଏ ଓ ଏହାର ଲମ୍ବା ଶିଙ୍ଘ ଏହାକୁ ଏକ ଆକର୍ଷଣୀୟ ରୂପ ପ୍ରଦାନ କରେ। ଛୋଟ ମୃଗମାନେ ସାଧାରଣତଃ ହାଲୁକା ବାଦାମୀ ରଙ୍ଗର ହୋଇଥାନ୍ତି।ଖୋଲା ତୃଣଭୂମି ଓ ଉପକୂଳବର୍ତ୍ତୀ ଅଞ୍ଚଳ ଏହାର ପ୍ରିୟ ବାସସ୍ଥାନ।

କୃଷ୍ଣସାର ମୃଗ ପାଇଁ ଗଞ୍ଜାମର ଭେଟନଈ ଅଞ୍ଚଳ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ନ’ ଅଙ୍କ ଦୁର୍ଭିକ୍ଷ ସମୟରେ ୪/୫ଟି କୃଷ୍ଣସାର ମୃଗ ଗଞ୍ଜାମର ଭେଟନଈ ଅଂଚଳକୁ ଚାଲି ଆସିଥିଲେ। ସେମାନେ ଆସିବା ପରେ ସ୍ଥାନୀୟ ଅଂଚଳରେ ବର୍ଷା ହେବା ସହ କୃଷିଜୀବୀଙ୍କ ମୁହଁରେ ହସ ଫୁଟି ଉଠିଥିଲା।ଫଳରେ ସ୍ଥାନୀୟ ବାସିନ୍ଦା ଏହି କୃଷ୍ଣସାର ମୃଗଙ୍କୁ ଭଗବାନଙ୍କ ଦୂତ ବୋଲି ବିବେଚନା କଲେ। ସେହିଦିନଠାରୁ ସେମାନଙ୍କୁ ସୁଖ ଆଉ ସମୃଦ୍ଧିର ପ୍ରତୀକଭାବେ ଲୋକେ ବିବେଚନା କରି ଆସୁଛନ୍ତି।

ଏହି ପ୍ରଜାତିର ମୃଗ ଗଞ୍ଜାମ ଜିଲା ଘୁମୁସର ଦକ୍ଷିଣ ଖଣ୍ଡ ଏବଂ ଆସିକା, ବୁଗୁଡ଼ା ତହସିଲର ଭଞ୍ଜନଗର ରାଜସ୍ୱ ଉପଖଣ୍ଡରେ ଦେଖାଯାଆନ୍ତି ତତସହିତ ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷକରି ହୁମ୍ମା,ରମ୍ଭା ଓ ଚିଲିକା ସଂଲଗ୍ନ ତୃଣଭୂମିରେ କୃଷ୍ଣସାର ମୃଗମାନଙ୍କର ଅବାଧ ବିଚରଣ ଦେଖିବାକୁ ମିଳେ।ଏହି ଅଞ୍ଚଳ ଓଡ଼ିଶାରେ କୃଷ୍ଣସାର ମୃଗ ସଂରକ୍ଷଣର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ।ପ୍ରତିବର୍ଷ ଅନେକ ପ୍ରକୃତିପ୍ରେମୀ, ବନ୍ୟଜନ୍ତୁ ଗବେଷକ ଓ ପର୍ଯ୍ୟଟକ ଏହି ମନୋରମ ପ୍ରାଣୀଙ୍କୁ ଦେଖିବା ପାଇଁ ଗଞ୍ଜାମକୁ ଆସିଥାନ୍ତି।

ଏକ ସମୟରେ ବାସସ୍ଥାନ ନଷ୍ଟ ଓ ପରିବେଶୀୟ ପରିବର୍ତ୍ତନ କାରଣରୁ କୃଷ୍ଣସାର ମୃଗର ସଂଖ୍ୟା ହ୍ରାସ ପାଇଥିଲା। କିନ୍ତୁ ବନ ବିଭାଗ, ସ୍ଥାନୀୟ ଲୋକ ଓ ପରିବେଶପ୍ରେମୀ ସଂଗଠନମାନଙ୍କର ସମନ୍ୱିତ ପ୍ରୟାସ ଫଳରେ ଏହାର ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଗଞ୍ଜାମବାସୀ କୃଷ୍ଣସାର ମୃଗକୁ ନିଜ ଅଞ୍ଚଳର ଗର୍ବ ଭାବେ ଦେଖନ୍ତି ଏବଂ ଏହାର ସୁରକ୍ଷା ପାଇଁ ସକ୍ରିୟ ସହଯୋଗ କରୁଛନ୍ତି।

କୃଷ୍ଣସାର ମୃଗର ଉପସ୍ଥିତି କେବଳ ପରିବେଶର ସନ୍ତୁଳନ ରକ୍ଷା କରେ ନାହିଁ, ବରଂ ଇକୋ-ଟୁରିଜମ୍‌ର ବିକାଶରେ ମଧ୍ୟ ସହାୟକ ହୋଇଥାଏ। ଏହା ଗଞ୍ଜାମର ପ୍ରାକୃତିକ ପରିଚୟକୁ ଜାତୀୟ ସ୍ତରରେ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ପ୍ରକୃତି ଓ ବନ୍ୟଜୀବ ସଂରକ୍ଷଣ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବାରେ ମଧ୍ୟ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

କୃଷ୍ଣସାର ମୃଗ କେବଳ ଏକ ବନ୍ୟପ୍ରାଣୀ ନୁହେଁ, ଏହା ଗଞ୍ଜାମର ପ୍ରାକୃତିକ ଗୌରବ ଓ ସଂରକ୍ଷଣ ସଫଳତାର ପ୍ରତୀକ। ଚିଲିକା କୂଳବର୍ତ୍ତୀ ତୃଣଭୂମିରେ ଏହାର ଅବାଧ ବିଚରଣ ପ୍ରକୃତିପ୍ରେମୀଙ୍କୁ ବିମୋହିତ କରିବା ସହ ଓଡ଼ିଶାର ଜୈବ ବିବିଧତାକୁ ସମୃଦ୍ଧ କରୁଛି। ଏହି ଅମୂଲ୍ୟ ବନ୍ୟଜୀବ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାର, ସ୍ଥାନୀୟ ଜନସାଧାରଣ ଏବଂ ପରିବେଶପ୍ରେମୀମାନଙ୍କର ସମନ୍ୱିତ ପ୍ରୟାସ ଭବିଷ୍ୟତ ପିଢ଼ି ପାଇଁ ଏକ ଅନୁକରଣୀୟ ଦୃଷ୍ଟାନ୍ତ ହୋଇ ରହିବ। ଗଞ୍ଜାମର ମାଟିରେ ଦୌଡ଼ୁଥିବା କୃଷ୍ଣସାର ମୃଗ ସଦାସର୍ବଦା ଆମ ପ୍ରାକୃତିକ ଐତିହ୍ୟର ଜୀବନ୍ତ ପରିଚୟ ହୋଇ ରହୁ।

“କୃଷ୍ଣସାରର ଦ୍ରୁତ ପଦଚାରଣାରେ ଗଞ୍ଜାମର ଗୌରବ ଦୌଡ଼େ, ଆଉ ତାହାର ସୁରକ୍ଷାରେ ଲୁଚି ରହିଛି ପ୍ରକୃତି ପ୍ରତି ଆମର ଦାୟିତ୍ୱ ଓ ଭବିଷ୍ୟତର ସୁନ୍ଦର ସ୍ୱପ୍ନ।”।

ପ୍ରତିଷ୍ଠାତା ସମ୍ପାଦକ
ବ୍ରଜବିଳାସ ସାହିତ୍ୟ ପତ୍ରିକା
ଅଧ୍ୟାପକ, ରସାୟନ ବିଜ୍ଞାନ ବିଭାଗ
ବାଲୁଗାଁ ମହାବିଦ୍ୟାଳୟ, ବାଲୁଗାଁ
ଫୋନ୍ ନଂ – ୬୩୭୦୨୦୮୪୨୮
ଇମେଲ- [email protected]

ଓଡିଶା କୃଷ୍ଣସାର ମୃଗ ଗଞ୍ଜାମର ଗୌରବ ବିଶ୍ବବିଜୟୀ ଦାଶ
Share. Facebook Twitter LinkedIn Email WhatsApp Copy Link

Related Posts

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026
Latest News

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026

ନିମାପଡାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.