Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଜେନେରେଟର ଗ୍ୟାସ୍‌ ଶ୍ୱାସରୁଦ୍ଧ କରିବାରୁ ଦୁଇ ଯୁବକ ମୃତ
ରାଜ୍ୟ ଖବର

ଜେନେରେଟର ଗ୍ୟାସ୍‌ ଶ୍ୱାସରୁଦ୍ଧ କରିବାରୁ ଦୁଇ ଯୁବକ ମୃତ

October 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Two youths die due to suffocation from generator gas
Two youths die due to suffocation from generator gas

ଭୁବନେଶ୍ବର: ଲକ୍ଷ୍ମୀପୂଜାର ଆନନ୍ଦ ପାଲଟିଗଲା ବିଷାଦର କଳା ଛାୟା। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ସୁଡୁଙ୍ଗ ଗ୍ରାମରେ ଘଟିଯାଇଛି ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଅଭାବନୀୟ ଘଟଣା। ରାତ୍ରି ସମୟରେ ପୂଜା ମଣ୍ଡପ ନିକଟରେ ଚାଲୁଥିବା ଜେନେରେଟରର୍‌ ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ଶ୍ୱାସରୁଦ୍ଧ ହୋଇଯିବା ଫଳରେ ୨ ଜଣ ଯୁବକଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୩ ଜଣ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତାହତ ହୋଇଥିବା ଏହି ୫ ଜଣଙ୍କ ମଧ୍ୟରୁ ୪ ଜଣ ନାବାଳକ ଥିବା ଜଣାପଡ଼ିଛି। ମୃତ ଦୁଇ ଯୁବକ ହେଲେ ସୁଡୁଙ୍ଗ ଗ୍ରାମର ରାଜେନ୍ଦ୍ର ସାଆନ୍ତ ଓ ନିତୁ ସାଆନ୍ତ। ଏହି ଘଟଣାରେ ଜଗନ୍ନାଥ ଗିରି, ପ୍ରଶାନ୍ତ ଦେହୁରୀ ଓ ନିରଦାଶ ଦେହୁରୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଗାଁରେ ଲକ୍ଷ୍ମୀପୂଜା ଉତ୍ସବ ଚାଲିଥିବା ବେଳେ ବିଦ୍ୟୁତ ସରବରାହ ପାଇଁ ଜେନେରେଟର ଚାଲୁ କରାଯାଇଥିଲା। ରାତିରେ ପୂଜା କାର୍ଯ୍ୟସୂଚୀ ଶେଷ ହେବା ପରେ ଏହି ୫ ଜଣ ଯୁବକ ଜେନେରେଟର ଚାଲୁଥିବା ଅବସ୍ଥାରେ ସେହି ଗୋଟିଏ ବନ୍ଦ କୋଠରୀ ଭିତରେ ଶୋଇପଡ଼ିଥିଲେ। କୋଠରୀଟି ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ଜେନେରେଟରରୁ ନିର୍ଗତ ନିର୍ଗମ ବିଷାକ୍ତ ଧୂଆଁ ଓ ଗ୍ୟାସ୍ କୋଠରୀ ସାରା ବ୍ୟାପିଯାଇଥିଲା। ଫଳରେ ଗାଢ଼ ନିଦ୍ରାରେ ଥିବା ଏହି ୫ ଜଣ ଯୁବକ ଶ୍ୱାସରୁଦ୍ଧ ହୋଇ ଚେତା ହରାଇ ପଡ଼ିଥିଲେ।

ଆଜି ସକାଳେ ବହୁ ସମୟ ପର୍ଯ୍ୟନ୍ତ କୋଠରୀର କବାଟ ନ ଖୋଲିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଗ୍ରାମବାସୀମାନେ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ ସମସ୍ତଙ୍କୁ ଆଶଙ୍କାଜନକ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ବାଂଶପାଳ ମେଡିକାଲକୁ ନିଆଯାଇଥିଲା। ତେବେ ମେଡିକାଲ ନେବା ବାଟରେ ହିଁ ରାଜେନ୍ଦ୍ର ସାଆନ୍ତ ଓ ନିତୁ ସାଆନ୍ତଙ୍କର ମୃତ୍ୟୁ ଘଟିସାରିଥିଲା। ଅପରପକ୍ଷରେ ଅନ୍ୟ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଏହି ସୂଚନା ପାଇବା ପରେ ନୟାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି। ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ କୋଠରୀ ଭିତରେ ଗ୍ୟାସ୍‌ ଜମିବା କାରଣରୁ ଏହି ଦୁର୍ଘଟଣା ଘଟିଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ପୂଜା ପରିବେଶ ମଧ୍ୟରେ ଏପରି ଅଭାବନୀୟ ବିପର୍ଯ୍ୟୟ ଘଟିବା ଯୋଗୁଁ ସମଗ୍ର ସୁଡୁଙ୍ଗ ଗ୍ରାମ ଓ ନିକଟବର୍ତ୍ତୀ ଅଞ୍ଛଳରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

କେନ୍ଦୁଝର ଜିଲ୍ଲା ଜେନେରେଟରର୍‌ ବିଷାକ୍ତ ଗ୍ୟାସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ICC ରାଙ୍କିଙ୍ଗ୍‌ରେ ବଡ ଓଲଟପାଲଟ: ଅଭିଷେକ ପୁଣି ନମ୍ବର ୱାନ, ଜାନସେନଙ୍କ ଡବଲ ଧମାକା

October 28, 2026

ଜ୍ଞାନେଶ କୁମାରଙ୍କ ବିରୋଧରେ INDIA ମେଣ୍ଟର ‘ସାର୍ବଜନୀନ ମହାଭିଯୋଗ’ କାର୍ଯ୍ୟକ୍ରମ

October 28, 2026

ଦୁର୍ବଳ ହେଉଛି ବାତ୍ୟା ‘ଅର୍ଣ୍ଣବ’: ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ

October 28, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ଲଗାଣ ବର୍ଷା

October 28, 2026
Latest News

ICC ରାଙ୍କିଙ୍ଗ୍‌ରେ ବଡ ଓଲଟପାଲଟ: ଅଭିଷେକ ପୁଣି ନମ୍ବର ୱାନ, ଜାନସେନଙ୍କ ଡବଲ ଧମାକା

October 28, 2026

ଜ୍ଞାନେଶ କୁମାରଙ୍କ ବିରୋଧରେ INDIA ମେଣ୍ଟର ‘ସାର୍ବଜନୀନ ମହାଭିଯୋଗ’ କାର୍ଯ୍ୟକ୍ରମ

October 28, 2026

ଦୁର୍ବଳ ହେଉଛି ବାତ୍ୟା ‘ଅର୍ଣ୍ଣବ’: ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ

October 28, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ଲଗାଣ ବର୍ଷା

October 28, 2026

Reliance Beats Tata: ଜିଓର ଧମାକାଦାର ଏଣ୍ଟ୍ରି, ରିଲାଏନ୍ସ ହେଲା ଦେଶର ଏକ ନମ୍ବର ବ୍ୟବସାୟିକ ଗ୍ରୁପ

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.