Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବଡ଼ବିଲ-ପାଣିକୋଇଲି ରାଜପଥରେ ୧ରୁ ସ୍ୱୟଂକ୍ରିୟ ଇ-ଚାଲାଣ
ରାଜ୍ୟ ଖବର

ବଡ଼ବିଲ-ପାଣିକୋଇଲି ରାଜପଥରେ ୧ରୁ ସ୍ୱୟଂକ୍ରିୟ ଇ-ଚାଲାଣ

October 31, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Automated e-challan system on Barbil-Panikoili highway from the 1st

ଭୁବନେଶ୍ବର: ଓଡ଼ିଶାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବଡ଼ବିଲ-ପାଣିକୋଇଲି ୪-ଲେନ୍ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମ୍‌ଏସ୍‌) କାର୍ଯ୍ୟକାରୀ କରାଯାଇଛି। ଆସନ୍ତା ନଭେମ୍ବର ୧ରୁ ଏହି ବ୍ୟବସ୍ଥା ମାଧ୍ୟମରେ ଟ୍ରଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସିଧାସଳଖ ସ୍ୱୟଂକ୍ରିୟ ଇ-ଚାଲାଣ ଜାରି କରାଯିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମୋଟର ଯାନ ଆଇନ, ୧୯୮୮ର ଧାରା ୧୩୬ଇ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୮୯ର ନିୟମ ୧୬୭ଇ ଅନୁସାରେ ରାଜ୍ୟରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଇଏମ୍‌ଏସ୍‌)ର ସମ୍ପ୍ରସାରଣ କରାଯାଇଛି। ଏହି ବ୍ୟବସ୍ଥା ଅଧୀନରେ ବଡ଼ବିଲରୁ ପାଣିକୋଇଲି (ଯାଜପୁର ଓ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪-ଲେନ୍ ବିଶିଷ୍ଟ ରାଜପଥ) ପର୍ଯ୍ୟନ୍ତ ଆଇଇଏମଏସ କାର୍ଯ୍ୟକାରୀ କରାଯାଇଛି। ଆସନ୍ତା ୧ ନଭେମ୍ବର ୨୦୨୬ ରୁ ଏହି ସିଷ୍ଟମ ମାଧ୍ୟମରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସିଧାସଳଖ ଇ-ଚାଲାଣ ଜାରି କରାଯିବ। ବିଶେଷ କରି ଦ୍ରୁତଗତି, ବାଇକରେ ତିନିଜଣ ବସିବା (ଟ୍ରିପଲ୍ ରାଇଡିଂ), ବିନା ହେଲମେଟରେ ଗାଡ଼ି ଚାଳନା ଏବଂ ବିପରୀତ ଦିଗରେ ଗାଡ଼ି ଚାଳନା ଭଳି ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ଉପରେ ଏହି ଇ-ଚାଲାଣ ଜାରି ହେବ। ବିଭିନ୍ନ ଯାନବାହନ ପାଇଁ ନିର୍ଦ୍ଧାରିତ ସର୍ବାଧିକ ବେଗ ସୀମା ଅନୁଯାୟୀ ଦୁଇ ଚକିଆ ଯାନ ପାଇଁ ଘଣ୍ଟା ପ୍ରତି ୬୦ କିଲୋମିଟର, ଚାରି ଚକିଆ ହାଲୁକା ଯାନ ପାଇଁ ଘଣ୍ଟା ପ୍ରତି ୧୦୦ କିଲୋମିଟର ଏବଂ ଭାରୀ ଯାନ ପାଇଁ ଘଣ୍ଟା ପ୍ରତି ୮୦ କିଲୋମିଟର ନିର୍ଦ୍ଧାରିତ ହୋଇଛି। ସମସ୍ତ ଗାଡ଼ି ଚାଳକ ଓ ସଡ଼କ ବ୍ୟବହାରକାରୀଙ୍କୁ ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇ

ଇ- ଚାଲାଣ ବଡ଼ବିଲ-ପାଣିକୋଇଲି ସ୍ୱୟଂକ୍ରିୟ
Share. Facebook Twitter LinkedIn Email WhatsApp Copy Link

Related Posts

ବିରୋଧୀଙ୍କ ହଟ୍ଟଗୋଳ ଓ ଅଚଳାବସ୍ଥା : ସୋମବାର ଯାଏଁ ଗୃହ ମୁଲତବୀ

November 20, 2026

Cyclone Akvan Landfall: ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେଲା ବାତ୍ୟା ଅକଭାନ, ଟଳିଲା ବଡ କ୍ଷୟକ୍ଷତି

November 20, 2026

ବାତ୍ୟା ‘ଅକୱାନ’କୁ ନେଇ କଟକରେ ହାଇଆଲର୍ଟ! ସମସ୍ତ ସ୍କୁଲ ଛୁଟି, ନଦୀଘାଟକୁ ଯିବା ମନା

November 20, 2026

ଅଧାରେ ରହିଗଲା ସ୍କୁଲ ଯିବା ସ୍ୱପ୍ନ, ଅଜାଙ୍କ ସହ ନାତିଙ୍କ ମୃତ୍ୟୁ

November 20, 2026
Latest News

ହଇଚଇ ସୃଷ୍ଟି କଲା ଏହି ଛୋଟ ଟାଟା କାର: ସର୍ବାଧିକ ବିକ୍ରି ରେକର୍ଡ

November 20, 2026

‘IPL ସହିତ ପ୍ରତିଯୋଗିତା କରାଯାଇପାରିବ ନାହିଁ’: ସ୍ୱୀକାର କଲେ PSL ଦଳର ମାଲିକ

November 20, 2026

ବିରୋଧୀଙ୍କ ହଟ୍ଟଗୋଳ ଓ ଅଚଳାବସ୍ଥା : ସୋମବାର ଯାଏଁ ଗୃହ ମୁଲତବୀ

November 20, 2026

ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଉପରେ ସୁପ୍ରିମକୋର୍ଟ ଚିନ୍ତିତ: କେନ୍ଦ୍ରକୁ ଦେଲେ ଏହି ନିର୍ଦ୍ଦେଶ

November 20, 2026

1 ଲକ୍ଷ ବୀମା ସହିତ 380 ଦିନର ବୈଧତା ପ୍ରଦାନ କରୁଛି BSNL: ଜାଣନ୍ତୁ ସମ୍ପୂର୍ଣ୍ଣ ଯୋଜନା

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.