Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମଦ୍ୟପ କାର୍‌ ଚାଳକଙ୍କ ଉନ୍ମତ୍ତ କାଣ୍ଡ : ୫୦ ମିଟର ଘୋଷାଡ଼ି ହେଲା ବୁଲେଟ୍‌, ୩ ଗୁରୁତର
ରାଜ୍ୟ ଖବର

ମଦ୍ୟପ କାର୍‌ ଚାଳକଙ୍କ ଉନ୍ମତ୍ତ କାଣ୍ଡ : ୫୦ ମିଟର ଘୋଷାଡ଼ି ହେଲା ବୁଲେଟ୍‌, ୩ ଗୁରୁତର

November 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Drunken rampage by car at Shikharachandi: 'Bullet' (motorcycle) dragged for 50 metres; 3 critically injured

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ଅଞ୍ଚଳରେ ଏକ ଅତି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ କାର୍‌ ସମ୍ମୁଖରୁ ଆସୁଥିବା ଏକ ବାହାନୁଗାମୀ ଦୁଇଚକିଆ ଯାନକୁ ଅତ୍ୟନ୍ତ ଭୟଙ୍କର ଭାବେ ଧକ୍କା ଦେବା ସହ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏହି ରକ୍ତାକ୍ତ ଦୁର୍ଘଟଣାରେ ତିନି ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ରହିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କାର୍‌ ଚାଳକ ଜଣକ ଅତ୍ୟଧିକ ମଦ୍ୟପ ଅବସ୍ଥାରେ ଗାଡ଼ିକୁ ବେପରୁଆ ଓ ଦ୍ରୁତ ଗତିରେ ଚଳାଉଥିଲେ। ସେ ସନ୍ତୁଳନ ହରାଇ ସାମ୍ନାରେ ଯାଉଥିବା ବୁଲେଟକୁ ପ୍ରଚଣ୍ଡ ଧକ୍କା ଦେଇଥିଲେ। ଦୁର୍ଘଟଣାର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ବୁଲେଟଟି କାର୍‌ ତଳେ ଛନ୍ଦି ହୋଇ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଚାଲିଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ମଦ୍ୟପ ଚାଳକ ଜଣକ ଘଟଣାସ୍ଥଳରୁ ଚଞ୍ଚକତା କରି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କୁ ଗୋଡ଼ାଇ ଧରିଥିଲେ।

ଏହି କାଣ୍ଡକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଆକ୍ରୋଶମୂଳକ ଭାବେ ଦୁର୍ଘଟଣାଘଟାଇଥିବା କାର୍‌ ଉପରକୁ ଢେଲା ପଥର ମାଡ଼ କରିବା ସହ ଗାଡ଼ିଟିକୁ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଘଟଣାର ସୂଚନା ପାଇବା କ୍ଷଣି ଇନ୍‌ଫୋସିଟି ଥାନା ପୁଲିସ ସମେତ ଆଖପାଖ ଥାନାର ବରିଷ୍ଠ ପୁଲିସ ଅଧିକାରୀ ଓ ଥାନା ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଉତ୍ତ୍ୟକ୍ତ ଜନତାଙ୍କ କବଳରୁ କାର୍‌ ଚାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଥାନାକୁ ନେଇଛି। ଚାଳକଙ୍କୁ ଅଟକ ରଖାଯାଇ ପୁଲିସ ପକ୍ଷରୁ ପଚରାଉଚୁରା ଓ ଆଇନଗତ ତଦନ୍ତ ଜାରି ରହିଛି। ଅନ୍ୟପଟେ ଦୁର୍ଘଟଣାରେ ଆହତ ହୋଇଥିବା ତିନି ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।

ଦୁର୍ଘଟଣା ବୁଲେଟ-କାର୍‌ ଶିଖରଚଣ୍ଡୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରେଣୀଗୃହରେ ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁ

November 9, 2026

ଶ୍ୱାସରୋଗ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

November 9, 2026

ରାଜଧାନୀରେ ହାଇପ୍ରୋଫାଇଲ୍ ଗସ୍ତ: ଉପରାଷ୍ଟ୍ରପତିଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ଓଡ଼ିଶା ଆସିବେ ଅମିତ ଶାହ

November 9, 2026

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ

November 9, 2026
Latest News

ଶ୍ରେଣୀଗୃହରେ ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁ

November 9, 2026

ଶ୍ୱାସରୋଗ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

November 9, 2026

ମଦ୍ୟପ କାର୍‌ ଚାଳକଙ୍କ ଉନ୍ମତ୍ତ କାଣ୍ଡ : ୫୦ ମିଟର ଘୋଷାଡ଼ି ହେଲା ବୁଲେଟ୍‌, ୩ ଗୁରୁତର

November 9, 2026

ରାଜଧାନୀରେ ହାଇପ୍ରୋଫାଇଲ୍ ଗସ୍ତ: ଉପରାଷ୍ଟ୍ରପତିଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ଓଡ଼ିଶା ଆସିବେ ଅମିତ ଶାହ

November 9, 2026

‘ପ୍ରଦୂଷଣରେ ବର୍ଷକୁ ୨୦ ଲକ୍ଷ ମୃତ୍ୟୁ’: FICCI ରିପୋର୍ଟରେ ସରକାରଙ୍କୁ ଘେରିଲା କଂଗ୍ରେସ

November 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.