Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜେନ୍ଦ୍ର କଲେଜ ପାଇଁ ୫୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ ଖବର

ରାଜେନ୍ଦ୍ର କଲେଜ ପାଇଁ ୫୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

December 31, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବଲାଙ୍ଗୀର, ୩୧/୧୨: ବଲାଙ୍ଗୀର ରାଜେନ୍ଦ୍ର  ପ୍ଲାଟିନମ ଜୁବିଲି ଉଦ୍‌ଯାପନୀ  ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜର ଭିତ୍ତିଭୂମି ବିକାଶ ଓ ବିଜ୍ଞାନ ଶିକ୍ଷାର ଉନ୍ନତି ଲାଗି ୫୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀ ଅଧ୍ୟକ୍ଷ ଅରୁଣ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଏବଂ ଅତିଥି ଭାବେ ଜିଲାପାଳ ଅରିନ୍ଦମ ଡାକୁଆ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, କ୍ରୀଡା ବିସ୍ମୟ ପ୍ରଣୀତ ମିଶ୍ର, କଲେଜର ପୁରାତନ ଛାତ୍ର ତଥା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀ ଅଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।

ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେଇ ଏହି ଶିକ୍ଷଣୀୟ ସଂସ୍ଥାର ବିକାଶ ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି। ଏହି ବିଶ୍ବବିଦ୍ୟାଳୟରେ ଶୈକ୍ଷଣିକ ଓ ପ୍ରଶାସନିକ ସ୍ତରରେ ବିକାଶ କରାଯିବା ନେଇ ସୂଚନା ଦେବା ସହିତ ଏହି ସଂସ୍ଥା ପରିସରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ଓ ପ୍ଲାନେଟୋରିୟମ୍‌ର ସ୍ଥାପନ ହେବା ନେଇ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ। ଏହା ଛାତ୍ରଙ୍କୁ ବିଜ୍ଞାନ ଓ ପ୍ରୟୁକ୍ତି ବିଦ୍ୟା କ୍ଷେତ୍ରରେ ଅଭିପେତ୍ର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ। ଗୋଟେ ରାଷ୍ଟ୍ରର ଉନ୍ନତି ତା’ର ଜ୍ଞାନ ଓ ଶିକ୍ଷା ଦ୍ବାରା ହୋଇପାରିଥାଏ। ଓଡ଼ିଶାର ଯୁବଶକ୍ତିଙ୍କ ପାଖରେ ସବୁ ପ୍ରକାରର ସମ୍ଭାବନା ରହିଛି। ଯୁବବର୍ଗଙ୍କ ପାଖରେ ପ୍ରତିଭା, ଜ୍ଞାନ ଓ ସମର୍ପଣ ରହିଛି। ଏହି ଯୁବବର୍ଗ ଯେଉଁଠିକୁ ଗଲେ ବି ସବୁଠାରେ ନିଜର ଉତ୍କୃଷ୍ଟତାର ପ୍ରମାଣ ଦେବେ। ଓଡ଼ିଶାକୁ ଉଚ୍ଚ ବିକାଶ ଆଗକୁ ଆଗେଇନେବାରେ ଏହି ଯୁବଶକ୍ତିମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ନବୀନ ପଟ୍ଟନାୟକ ବଲାଙ୍ଗୀର
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲେ ୱେଷ୍ଟଇଣ୍ଡିଜ୍ ଖେଳାଳି: ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

July 25, 2026

ନିଟ୍ ପ୍ରଶ୍ନପତ୍ର ପ୍ରଘଟ ବିରୋଧ ଆନ୍ଦୋଳନକୁ ସମନ୍ୱୟ ସମିତିର ସମର୍ଥନ

July 25, 2026

ପିଆଇବି ଏବଂ ସିବିସି ଭୁବନେଶ୍ୱର ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ

July 25, 2026

ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ଓଡିଶାକୁ ୪୦.୫ କୋଟି ମଞ୍ଜୁର

July 25, 2026
Latest News

ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲେ ୱେଷ୍ଟଇଣ୍ଡିଜ୍ ଖେଳାଳି: ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

July 25, 2026

ନିଟ୍ ପ୍ରଶ୍ନପତ୍ର ପ୍ରଘଟ ବିରୋଧ ଆନ୍ଦୋଳନକୁ ସମନ୍ୱୟ ସମିତିର ସମର୍ଥନ

July 25, 2026

ପିଆଇବି ଏବଂ ସିବିସି ଭୁବନେଶ୍ୱର ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ

July 25, 2026

ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ଓଡିଶାକୁ ୪୦.୫ କୋଟି ମଞ୍ଜୁର

July 25, 2026

ଓଡ଼ିଶା ଆୟକର ବିଭାଗ ପକ୍ଷରୁ ୧୬୭ତମ ଆୟକର ଦିବସ ପାଳିତ

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.