Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବାବଲମ୍ବୀ କରିବା ପାଇଁ ଜେଏସ୍‌ଡବ୍ଲୁର ପ୍ରୟାସ ଆରମ୍ଭ
ରାଜ୍ୟ ଖବର

ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବାବଲମ୍ବୀ କରିବା ପାଇଁ ଜେଏସ୍‌ଡବ୍ଲୁର ପ୍ରୟାସ ଆରମ୍ଭ

January 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କୁଜଙ୍ଗ: ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତିକରଣ ଓ ଆର୍ଥିକ ସ୍ବାବଲମ୍ବୀଶୀଳ କରିବା ପାଇଁ ବିଭିନ୍ନ ଯୋଜନାର ରୂପାୟନ କରି ଏହାକୁ ସୂଚାରୁରୂପେ ପରିଚାଳନା କରୁଛନ୍ତି। ଯାହାଫଳରେ ଗ୍ରାମାଞ୍ଚଳରେ ଥିବା ବହୁ ଗରିବ ନିମ୍ନମଧ୍ୟବିତ୍ତ ମହିଳାମାନେ ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ବହୁ ସୁବିଧା ସୁଯୋଗର ଲାଭ ଉଠାଇ ପାରୁଛନ୍ତି ଓ ନିଜର ନିଜର ପରିବାର ଆର୍ଥିକ ସମସ୍ୟାକୁ ବହୁ ପରିମାଣରେ ହ୍ରାସ କରିପାରୁଛନ୍ତି। ରାଜ୍ୟ ସରକାରଙ୍କ ଏହି ଜନହିତକର ଯୋଜନାକୁ ଆଉ ପାଦେ ଆଗେଇ ନେବା ପାଇଁ ଜେ.ଏସ୍‌.ଡବ୍ଲୁ ଉତ୍କଳ ଷ୍ଟିଲ୍‌ ତରଫରୁ ପ୍ରୟାସ ଆରମ୍ଭ କରିଛି। ଏହିକ୍ରମରେ ଜେ.ଏସ୍‌.ଡବ୍ଲୁ ପକ୍ଷରୁ ଏରସମା ବ୍ଲକର ଢିଙ୍କିଆ, ଗଡକୁଜଙ୍ଗ ଓ ନୂଆଗାଁ ପଞ୍ଚାୟତର ୫୦ରୁ ୬୦ ଜଣ ଗୋଷ୍ଠୀ ସହାୟିକା (ସିଆରପି) ଓ ଦକ୍ଷନଥି ପତ୍ର ସହାୟିକା (ଏମ୍‌ବିକେ)ମାନଙ୍କୁ ରାଜ୍ୟ ସରକାରଙ୍କ ଓରମାସ୍‌ ଦ୍ବାରା ଆୟୋଜିତ ‘ଶିଶିର ସରସ ମେଳା ୨୦୨୦’କୁ ନିଆଯାଇ, କୁଶଳୀ ଅଧିକାରୀମାନଙ୍କ ଦ୍ବାରା କିଭଳି ମେସିନ୍‌ ସାହାଯ୍ୟରେ ଅଧିକ ଉତ୍ତମ ଗୁଣବତ୍ତା ଥିବା ଧୂପକାଠି ତିଆରି କରାଯାଇପାରିବ ଓ ଏହାର ବିକ୍ରୟ ପାଇଁ ଆବଶ୍ୟକ ଜ୍ଞାନକୌଶଳ ସମ୍ପର୍କରେ ଶିକ୍ଷା ଦିଆଯାଇଛି। ଯାହାଫଳରେ ସେମାନେ ନିଜ ନିଜର ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ତାଲିମ ଦେଇପାରିବେ। ଯାହାଫଳରେ ସ୍ବୟଂସହାୟକ ଗୋଷ୍ଠୀରେ ଥିବା ଗରିବ ନିମ୍ନମଧ୍ୟବିତ୍ତ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ।

ଏହାକୁ ସେହି ଅଞ୍ଚଳର ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି। ଉକ୍ତ ଅଞ୍ଚଳର ବିକାଶ, ଜନସାଧାରଣଙ୍କ ଜୀବନ ଜୀବିକାରେ ଉନ୍ନତି ଓ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାର ପ୍ରୟାସ ଜାରି ରହିବ ବୋଲି କମ୍ପାନୀ ତରଫରୁ ବିଭିନ୍ନ ସମୟ ଏହିଭଳି କାର୍ଯ୍ୟ ହାତକୁ ନିଆଯିବ ବୋଲି ସୂଚନା ଦିଆଯାଇଛି।

କୁଜଙ୍ଗ ସଶକ୍ତିକରଣ ସ୍ବୟଂ ସହାୟକ ଗୋଷ୍ଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Latest News

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.