Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଆସ୍କା ରେ ପରୀ ମାଁ ଓ ସାଧାରଣ ମଣିଷର ଅସାଧାରଣ ନିର୍ବାଚନ , ବିଜେଡି ଲାଗି ସବୁଠୁ ସହଜ ରଣକ୍ଷେତ୍ର
ମତାମତ

ଆସ୍କା ରେ ପରୀ ମାଁ ଓ ସାଧାରଣ ମଣିଷର ଅସାଧାରଣ ନିର୍ବାଚନ , ବିଜେଡି ଲାଗି ସବୁଠୁ ସହଜ ରଣକ୍ଷେତ୍ର

April 15, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
2nd phase election review
2nd phase election review

କେଦାର ମିଶ୍ର

ଓଡିଶାରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ଯାୟ ନିର୍ବାଚନରେ ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ ଓ ସୁନ୍ଦରଗଡ ଲୋକସଭା ତଥା ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆସନ୍ତା ୧୮ ତାରିଖରେ ହେବ। ପ୍ରଥମ ପର୍ୟାୟ ନିର୍ବାଚନ ଶାସକ ବିଜେଡି ପାଇଁ ଏକପ୍ରକାର ଅଗ୍ନି ପରୀକ୍ଷା ଥିଲା। କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଆସନରେ ବିଜେଡି କଡା ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଛି। ବିଧାନସଭା ପାଇଁ ବିଜେଡି ଭଲ ଫଳାଫଳ କରିଥିବାବେଳେ ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନରେ ବିଜେଡ଼ିକୁ ନାକେଦମ ହେବାକୁ ପଡିଛି। କୋରାପୁଟ ଆସନରେ ମଧ୍ୟ ବିଜେପିର ଅଭ୍ୟୁଦୟ ଅପ୍ରତ୍ୟାଶ୍ୟିତ ବୋଲି କୁହାଯାଇପାରେ। ତେବେ ଦ୍ଵିତୀୟ ପର୍ୟାୟରେ ଆସ୍କା ଓ କନ୍ଧମାଳ ଆସନ ବିଜେଡି ପାଇଁ ସବୁଠୁ ସହଜ ଆସନ ମନେ ହେଉଛି। ପାରମ୍ପରିକ ଭାବରେ ଆସ୍କା ବିଜୁ ଜନତା ଦଳର ଗଡ ରହି ଆସିଛି। ତେବେ ଏଥର ମିଶନ ଶକ୍ତିରୁ ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରିବାଟାକୁ ସାଧାରଣ ଭୋଟର ଉତ୍ସାହ ର ସହିତ ନେଇଥିବାବେଳେ ବିଜେଡି କର୍ମୀ ମହଲରେ ଏହାକୁ ନେଇ କିଛିଟା ଭିନ୍ନମତ ରହିଥିଲା।

ଆସ୍କାରେ ତ୍ରିମୁଖୀ ପ୍ରତିଯୋଗିତା ରହିଛି। କଂଗ୍ରେସ ସମର୍ଥନରେ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା, ବିଜେପି ପ୍ରାର୍ଥୀ ଅନୀତା ପ୍ରିୟଦର୍ଶିନୀ ଓ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀଙ୍କ ମଧ୍ୟରେ ତ୍ରିମୂଖୀ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଗତ ୬ ଟି ଯାକ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡି ଜିତି ଆସୁଛି। ୨୦୧୪ ରେ ଆସ୍କାର ୭ ଟି ଯାକ ଆସନ ଯଥା- ପୋଲସରା, ହିଂଜିଳି, ଆସ୍କା, କବିସୂର୍ୟ ନଗର, ଖଲ୍ଲିକୋଟ, ସୋରୋଡା ଓ ସାନ ଖେମଣ୍ଡିରେ ବିଜେଡି ବିଜୟ ଲାଭ କରିଥିଲା। ଆସ୍କା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ସ୍ଵର୍ଗତ ଲଡୁ କିଶୋର ସ୍ଵାଇଁ ୫,୪୧,୪୭୩ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ଲୋକନାଥ ରଥ ୨,୨୯,୪୭୬ ଭୋଟ ପାଇଥିଲେ। ବିଜେଡି ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ଥିଲା ୩ ଲକ୍ଷ ୧୧ ହଜାରରୁ ଅଧିକ। ଏହି ଆସନରେ ବିଜେପିକୁ ମାତ୍ର ୬୭,୩୬୧ ଖଣ୍ଡ ଭୋଟ ମିଳିଥିଲା। ତେବେ ଚଳିତ ନିର୍ବାଚନରେ ସମୀକରଣ ପୂରାପୂରି ଅଲଗା। ବହୁ ବର୍ଷ ପରେ ଏଠାରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଏକ ପ୍ରମୁଖ ଦାବୀଦାର ଭାବରେ ଛିଡା ହୋଇଛନ୍ତି। ଏକଦା ଆସ୍କା କମ୍ୟୁନିଷ୍ଟ ପାର୍ଟିର ଅଭେଦ୍ୟ ଦୁର୍ଗ ଥିଲା। ତେବେ ବ୍ୟାପକ ସଂଗଠନ ସତ୍ତ୍ୱେ ଏହି ଆସନରୁ ମାତ୍ର ଥରେ ସିପିଆଇ ପ୍ରାର୍ଥୀ ଦ୍ଵିତିକୃଷ୍ଣ ପଣ୍ଡା ୧୯୭୧ ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଏଥର ନିର୍ବାଚନରେ ହଠାତ ବିଜେପି ଆସ୍କା ଲୋକସଭା ଆସନରେ ଟିକେ ଅଧିକ ଶକ୍ତିଶାଳୀ ଲାଗୁଛି। ବିଜେଡ଼ିର ପୂର୍ବତନ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ପ୍ରିୟଦର୍ଶିନୀ ଏଥର ବିଜେପି ଟିକଟରେ ଲଢୁଥିବାରୁ ତାଙ୍କ ପ୍ରତି ସହରୀ ମଧ୍ୟବିତ୍ତ ଭୋଟରଙ୍କ ଆଗ୍ରହ ବଢିଛି। ଯଦିଓ ଆସ୍କାରେ ବିଜେପିର ସଂଗଠନ ଅତ୍ୟନ୍ତ ଦୁର୍ବଳ, ତଥାପି ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରଭାବରୁ ଅନୀତା କିଛି ଅଧିକ ଭୋଟ ପାଇପାରନ୍ତି। ହିଂଜିଳି ର ଶେରଗଡ, ସାନ ଖେମଣ୍ଡି ବିଧାନସଭା କ୍ଷେତ୍ରରୁ କମ୍ୟୁନିଷ୍ଟ ପ୍ରାର୍ଥୀ ଅଧିକ ଭୋଟ ପାଇପାରନ୍ତି। ତେବେ ହିଂଜିଳି, କବିସୂର୍ୟ ନଗର, ସୋରୋଡା, ଖଲ୍ଲିକୋଟ ଇତ୍ୟାଦି କ୍ଷେତ୍ରରେ ବିଜେଡ଼ିର ପ୍ରଚଣ୍ଡ ପ୍ରଭାବ ରହିଛି। ଏଥର କବିସୂର୍ୟ ନଗର ଆସନରୁ ଭି.ସୁଜ୍ଞାନୀ କୁମାରୀ ଦେଓ ପ୍ରାର୍ଥୀ ହୋଇନଥିଲେ ମଧ୍ୟ ଉଭୟ ଖଲ୍ଲିକୋଟ ଓ କବିସୂର୍ୟ ନଗର ଆସନରେ ତାଙ୍କ ନାଁର ପ୍ରଭାବ ରହିଛି।

ସବୁଠୁ ବଡ କଥା ହେଉଛି ଆସ୍କା ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ। ପ୍ରଥମ ଥର ଲାଗି ନବୀନ ହିଂଜିଳି ଓ ବିଜେପୁରରୁ ନିର୍ବାଚନ ଲଢୁଥିଲେ ମଧ୍ୟ, ଆସ୍କାରେ ଆଜି ମଧ୍ୟ ନବୀନଙ୍କର ବିକଳ୍ପ କଥା ଲୋକେ ଚିନ୍ତା କରୁନାହାନ୍ତି। ଆସ୍କାର ଲୋକସଭା ପ୍ରାର୍ଥୀ ପ୍ରମିଳା ବିଷୋୟୀଙ୍କୁ ନେଇ ପ୍ରାଥମିକ ଭାବରେ ଯେଉଁ ପ୍ରଶ୍ନବାଚୀ ଉଠୁଥିଲା, ଏବେ ସେଟା ମିଳେଇଗଲାଣି। ନିଜର ଭାଷଣ ଓ କଥାବାର୍ତ୍ତାରେ ପ୍ରମିଳା ନିଜର ନେତୃତ୍ବର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି। ତେବେ ବିଧାନସଭାରେ ଏଥର ବିଜେଡି ପାଇଁ ଆସ୍କା ଓ ସାନ ଖେମଣ୍ଡି ଆସନ ଜିଣିବା ସହଜ ହୋଇ ନପାରେ। ଆସ୍କା ବିଧାୟକ ଦେବରାଜ ମହାନ୍ତିଙ୍କ ପ୍ରତି ବିଜେଡି କର୍ମୀଙ୍କ ଅସନ୍ତୋଷ ରହିଥିବା ବେଳେ ଖେମଣ୍ଡି ରେ କଂଗ୍ରେସ ପ୍ରତି ଲୋକ ସମର୍ଥନ ବାରି ହୋଇ ପଡୁଛି। ବିଜେଡି ଆସ୍କାର ସାତୋଟି ଯାକ ଆସନ ଏଥର ଜିଣିବା ସମ୍ଭବ ହୋଇନପାରେ।

ଆସ୍କା ଆସନ ଜିଣିବା ବିଜେଡି ଲାଗି ସବୁଠୁ ସହଜ କଥା ହୁଏତ ହୋଇପାରେ। କିନ୍ତୁ ଏଠାରେ ବିଜେପିର ଅଭ୍ୟୁଦୟ ଉଭୟ ବିଜେଡି ଓ କମ୍ୟୁନିଷ୍ଟମାନଙ୍କୁ ଚିନ୍ତିତ କରିବା ଉଚିତ। ଏକଦା ପ୍ରଗତିବାଦୀ ଆଂଦୋଳନର ମୁଖ୍ୟ ଆଧାର ଥିବା ଆସ୍କାରେ ଗୈରିକ ସମ୍ଭାବନା ସୃଷ୍ଟି ହେବା, ନିହାତି ଆଶ୍ଚର୍ୟଜନକ।

2ndphase BJD BJP cong election
Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.