ଆଜିର ତାରିଖରେ ରହିଛି ଏକ ବିରଳ ସଂଯୋଗ- ୧୧/୧୧/୨୨ , କଣ ରହିଛି ଏହାର ସ୍ବତନ୍ତ୍ରତା

Published: Nov 11, 2022, 12:07 pm IST

ଭୁବନେଶ୍ବର: ଆଜିର ତାରିଖରେ ରହିଛି ଏକ ବିରଳ ସଂଯୋଗ। କାରଣ ଆଜି ହେଉଛି ୧୧ ନଭେମ୍ବର ୨୨ । ଯାହାକୁ ଅଙ୍କରେ ଲେଖିଲେ ହେବ ୧୧/୧୧/୨୨। ପ୍ରଥମ ତାରିଖ ହେଉଛି ଡବଲ ଏକ, ମାସ ହେଉଛି ଡବଲ ଏକ ଏବଂ ମସିହା ହେଉଛି ଡବଲ ଦୁଇ। ଯାହା ଅଙ୍କ ଶାସ୍ତ୍ରରେ ଏହା ହେଉଛି ଏକ ବିରଳ ସଂଯୋଗ। କାରଣ ଏହାପରେ ହୁଏତ ଦିନ ଓ ମାସ ଡବଲ ଏକ ଆସିପାରେ, ହେଲେ ଆଉ ମସିହା କେବେ ବି ଡବଲ ହେବ ନାହିଁ।

ତେବେ ଅଙ୍କ ଶାସ୍ତ୍ର ଅନୁସାରେ ଆଜିର ଦିନକୁ ସମୀକ୍ଷା କରାଯାଇଛି। ତାହା ହେଲା ୧୧ କୁ ଯଦି ମିଶା ଯାଏ ବା ୧+୧ ହେଉଛି ୨, ସେହିପରି ମାସ ମଧ୍ୟ ସେହିପରି ୨ ଆସୁଛି। ଏବଂ ମସିହା ରେ ରହିଛି ଡବଲ ୨। ତେଣୁ ଆଜିର ଅଙ୍କ ହେଉଛି ୨ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨ ଅଙ୍କ ଚନ୍ଦ୍ରଙ୍କୁ ସୂଚାଉଚି। ଯାହାର ଅର୍ଥ ହେଉଛି ଶାନ୍ତି, ସମୃଦ୍ଧି, କର୍ମଯୋଗ ଏବଂ ଆଧ୍ୟାତ୍ମିକତା। ତେଣୁ ଆଜିର ଦିନଟି ଏହିପରି ହେବାର ସମ୍ଭାବନା ରହିଛି।

ସେହିପରି ଆଜିର ଭାଗ୍ୟ ଅଙ୍କ ହେଉଛି ୧, କାରଣ ଯଦି ଆଜିର ପୁରା ତାରିଖକୁ ମିଶାଇ ଦିଆଯାଏ ତେବେ ସର୍ବଶେଷ ଫଳ ବାହାରିବ ୧ । ଯେପରିକି ୧+୧= ୨, ୧+୧=୨, ୨+୦+୨+୨=୬ ଏବଂ ସବୁ ଫଳକୁ ପୁଣି ମାଶାଇଲେ ୨+୨+୬= ୧୦ ବାହାରୁଛି। ସେହିପରି ଏହି ଦୁଇ ଅଙ୍କ ୧+୦= ୧ ବାହାରୁଛି। ତେଣୁ ଆଜିର ଭାଗ୍ୟ ଅଙ୍କ ହେଉଛି ୧, ଯାହା ସୂର‌୍ୟ୍ୟଙ୍କୁ ସୂଚାଇ ଥାଏ। ଫଳରେ ଆଜି ହେଉଛି ତେଜ, କାମ କରିବାର ଶକ୍ତି ଏବଂ ବୁଝିବାର ଶକ୍ତି ପ୍ରକଟିତ ହେବ।

Related posts