Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଗତ ଦଶ ବର୍ଷ ଭିତରେ ଓଡିଶାରେ ଧାର୍ମିକ ବିଦ୍ଵେଷ ଜନିତ ହିଂସାକାଣ୍ଡ ଘଟିନାହିଁ, ସତ – ହେଲେ କନ୍ଧମାଳର ସ୍ମୃତି ଆମ ମନରୁ ଲିଭିନାହିଁ
ମତାମତ

ଗତ ଦଶ ବର୍ଷ ଭିତରେ ଓଡିଶାରେ ଧାର୍ମିକ ବିଦ୍ଵେଷ ଜନିତ ହିଂସାକାଣ୍ଡ ଘଟିନାହିଁ, ସତ – ହେଲେ କନ୍ଧମାଳର ସ୍ମୃତି ଆମ ମନରୁ ଲିଭିନାହିଁ

July 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେତେବେଳେ ସାରାଦେଶରେ ଧାର୍ମିକ ଉତ୍ତେଜନା ଓ ବିଦ୍ଵେଷ କାରଣରୁ ହିଂସାକାଣ୍ଡ ବଢି ବଢି ଚାଲିଛି, ସେତେବେଳେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ଏ ପ୍ରକାର ହିଂସାକାଣ୍ଡ ଘଟିନାହିଁ ବୋଲି ଫେକ୍ଟ ଚେକର ତରଫରୁ କୁହାଯାଇଛି। ଏହା କମ ଗୌରବର କଥା ନୁହେଁ। ଓଡିଶା ନିଜର ଶାନ୍ତି, ସଦଭାବନା ଓ ଏକତାର ପରମ୍ପରାକୁ ବଜାୟ ରଖିଛି। ଫେକ୍ଟ ଚେକର ତରଫରୁ ଏ ସଙ୍କ୍ରାନ୍ତରେ ଯେଉଁ ମାନଚିତ୍ରଟି ଉପସ୍ଥାପନ କରାଯାଇଛି, ସେଥିରେ ଦେଶର ପ୍ରାୟ ସବୁ ପ୍ରଦେଶରେ ରକ୍ତର ଛିଟା ପଡିଥିବା ବେଳେ ଓଡିଶା ସଂପୂର୍ଣ୍ଣ ନିର୍ମଳ ଦିଶୁଛି। ଦେଶରେ ୨୦୦୯ ରୁ ୨୦୧୯, ଗତ ଦଶ ବର୍ଷ ଭିତରେ ଧାର୍ମିକ ବିଦ୍ଵେଷ କାରଣରୁ ୧୦୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୭୩୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୋଟ ୨୯୭ଟି ବିଦ୍ଵେଷ ଜନିତ ଅପରାଧ ବା ହେଟ କ୍ରାଇମ ସଂଘଟିତ ହୋଇଛି। ଧାର୍ମିକ ବିଦ୍ବେଷର ଶିକାର ହୋଇ ୫୯% ମୁସଲମାନ, ୧୪% ହିନ୍ଦୁ ଓ ଖ୍ରୀଷ୍ଟିୟାନ ଏହି ହିଂସାକାଣ୍ଡର ଶିକାର ହୋଇଛନ୍ତି।
ଏହି ରିପୋର୍ଟ ରେ ଗତ ଦଶ ବର୍ଷ ଭିତରେ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ସର୍ବାଧିକ ଆକ୍ରମଣ ହୋଇଥିବାର ସ୍ପଷ୍ଟ ସୂଚନା ମିଳୁଛି। ବିଦ୍ଵେଷ ଜନିତ ଅପରାଧରେ ୫୯% ହିନ୍ଦୁ, ୧୨% ମୁସଲମାନ ଓ ୨୯% ଅଜଣା ସଂପ୍ରଦାୟର ଲୋକ ସାମିଲ ଅଛନ୍ତି। ଗୋରକ୍ଷା ଆଳରେ ୨୭% ଲୋକଙ୍କୁ ହତ୍ୟା ବା ଆକ୍ରମଣ କରାଯାଇଥିବା ବେଳେ ଆନ୍ତଃ ଧାର୍ମିକ ବିବାହ ପାଇଁ ୧୩% ଓ ସାମ୍ପ୍ରଦାୟିକ ସଂଘର୍ଷରେ ୯% ଓ ଅନ୍ୟାନ୍ୟ କାରଣରୁ ୩୦% ହିଂସାକାଣ୍ଡ ଘଟିଛି। ଗୋରକ୍ଷକ ମାନେ ଦେଶର ବିଭିନ୍ନ ଅଞ୍ଚଳରେ ନିଜର ହିଂସ୍ର କାର୍ୟକଳାପ ବଢାଇ ଚାଲିଛନ୍ତି।ଓଡିଶାରେ ଏପ୍ରକାର କାର୍ୟକଳାପ ଉପରେ ଗତ ଦଶ ବର୍ଷ ଭିତରେ ଅଙ୍କୁଶ ଲାଗିଛି। ତେବେ ଦୁଇ ବର୍ଷ ତଳେ କଟକ ରେଳ ଷ୍ଟେସନରେ ଗୋରକ୍ଷକମାନେ ଏକ ବଡ ହିଂସାକାଣ୍ଡ ଘଟାଇବାକୁ ଯାଉଥିଲେ। ଏ ସମ୍ପର୍କରେ ପୋଲିସର ତ୍ଵରିତ ପଦକ୍ଷେପ କାରଣରୁ ମାମଲାଟି ହିଂସ୍ର ହୋଇପାରିନଥିଲା।
ସେମିତି ଦୁଇ ବର୍ଷ ତଳେ ଭଦ୍ରଖରେ ମଧ୍ୟ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟି ପୋଡାଜଳା ହୋଇଥିଲା। ତେଣୁ ଓଡିଶା ଯେ ଏ ପ୍ରକାର ଉତ୍ତେଜନାରୁ ସଂପୂର୍ଣ୍ଣ ମୁକ୍ତ ରହିଛି, ତାହା କୁହାଯାଇପାରିବ ନାହିଁ। ୨୦୦୭-୦୮ ମସିହାରେ କନ୍ଧମାଳ ଜିଲାରେ ଯେଉଁ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା ସେଥିରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓ ଏହାର ସହଯୋଗୀ ସଂଗଠନ ସାମିଲ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇଥିଲେ। ସେହି କାରଣରୁ ୨୦୦୯ ରେ ବିଜେପି-ବିଜେଡି ଭିତରେ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ସରକାରରୁ ବିଦା ହେବାପରେ ବିଜେପି ଓ ସଂଘ ପରିବାରର ଉଗ୍ର କାର୍ୟକଳାପ ଉପରେ ଅଙ୍କୁଶ ଲାଗିଥିଲା। ସେହି କାରଣରୁ ଗତ ଦଶ ବର୍ଷ ଭିତରେ ରାଜ୍ୟରେ ବିଶେଷ ସାମ୍ପ୍ରଦାୟିକ ବିଦ୍ଵେଷ ବା ଉତ୍ତେଜନା ଦେଖାଯାଇ ନାହିଁ। ତେବେ ଏହି ସମୟ ଭିତରେ ସମ୍ବଲପୁର, ଭଦ୍ରଖ, କେନ୍ଦ୍ରାପଡା, ରାଉରକେଲା, ଧାମନଗର ଇତ୍ୟାଦି ସହରରେ ସାମ୍ପ୍ରଦାୟିକ ବିଦ୍ଵେଷ ସୃଷ୍ଟି କରିବା ଲାଗି ଯୋଜନାବଦ୍ଧ ଉଦ୍ୟମ ହୋଇଛି।
ଉତ୍ତରପ୍ରଦେଶର ମହମ୍ମଦ ଅଖଲାଖ ହୁଅନ୍ତୁ ବା ରାଜସ୍ଥାନର ପେହେଲୁ ଖାନ, ଏମିତି ଶହେ ଲୋକଙ୍କୁ ଧାର୍ମିକ ଘୃଣା କାରଣରୁ ହତ୍ୟା କରାଯାଇଛି। ଅନେକ ସମୟରେ ହତ୍ୟାକାରୀ ଓ ହିଂସାକାଣ୍ଡ ଭିଆଉଥିବା ଲୋକଙ୍କୁ ଶାସକ ବିଜେପି ର ନେତାମାନେ ସମର୍ଥନ ଦେଇ ଆସୁଛନ୍ତି। ଓଡିଶାରେ କ୍ଷମତାରେ ଥିବା ବେଳେ ବିଜେପିର ମନ୍ତ୍ରୀ ଓ ପ୍ରମୁଖ ନେତାମାନେ ସମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଭଳି ପରିବେଶ ସୃଷ୍ଟି କରୁଥିଲେ। ବିଜେଡି ନିଜ ବଳରେ ସରକାର ଗଢିବା ପରଠୁ ସେମାନଙ୍କ ସାହସ ହୁଏତ କମିଛି। ତେବେ ବିଜେଡି ସହିତ ବିଜେପିର ନୂଆ ସମୀକରଣ କନ୍ଧମାଳ ଦଙ୍ଗାର ସ୍ମୃତିକୁ ପୁଣିଥରେ ଉଜ୍ଜୀବିତ କରିଦେଉଛି।
ଗତ ଦଶ ବର୍ଷ ଭିତରେ ଭିଡ ଜନିତ ହିଂସା ଓ ଧାର୍ମିକ ବିଦ୍ଵେଷ ଜନିତ ଅପରାଧକୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଥିବା ଓଡିଶା ସରକାର ଭବିଷ୍ୟତ ପ୍ରତି ମଧ୍ୟ ସତର୍କ ରହିବେ ବୋଲି ଆଶା କରାଯାଏ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025

ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

December 21, 2025

ତୃତୀୟ ଆଶେସ୍ ଟେଷ୍ଟ ପରେ ବହୁତ ବଦଳିଲା WTC ପଏଣ୍ଟ ଟେବୁଲ: ବିପଦପୂର୍ଣ୍ଣ ସ୍ଥିତିରେ ଟିମ୍ ଇଣ୍ଡିଆ

December 21, 2025
Latest News

ଆଜି ସୋମବାରରେ ଏହି ସାତୋଟି ରାଶି ପାଇଁ ରହିଛି ଧମାଧମ ଲାଭ, କେବେ ଚିନ୍ତା କରି ନ ଥିବେ

December 22, 2025

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025

ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

December 21, 2025

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.